ଅବସରପ୍ରାପ୍ତ ପିଅନଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଜାଲ ଦସ୍ତାବିଜ୍‌ ଜରିଆରେ ଚାକିରି ମାମଲାର ଦୀର୍ଘ ୧୧ବର୍ଷ ପରେ ବୁଧବାର ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ଝୋଲ ରେଗୁଲେଟେଡ୍‌ ମାର୍କେଟ କମିଟି (ଆର୍‌ଏମ୍‌ସି)ର ପୂର୍ବତନ ମାର୍କେଟ୍‌ ସରକାର ତଥା ଅବସରପ୍ରାପ୍ତ ପିଅନ ବଂଶୀଧର ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ଏହି ମାମଲାର ୩ଟି ଦଫାରେ ତାଙ୍କୁ ୨୦ ହଜାର ଲେଖାଏ ମୋଟ ୬୦ ହଜାର ଟଙ୍କାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଦଣ୍ଡାଦେଶ ଆଧାରରେ ବଂଶୀଧରଙ୍କ ପେନ୍‌ସନ୍‌ ରାଶି କାଟିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ମାମଲାର ବିବରଣୀ ଅନୁଯାୟୀ, ବଂଶୀଧର ଜାଲ ପ୍ରମାଣପତ୍ର ଦେଇ ‘ଆର୍‌ଏମ୍‌ସି’ରେ ଗତ ୧୯୭୫ ଅଗଷ୍ଟ ୨୦ରେ ଚାକିରି କରିଥିଲେ। ବଂଶୀଧରଙ୍କ ପ୍ରକୃତ ଜନ୍ମ ତାରିଖ ୧୯୫୫ ଅଗଷ୍ଟ ୧ ହୋଇଥିବାବେଳେ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌ରେ ୧୯୫୧ ଏପ୍ରିଲ ୨୩ ଦର୍ଶାଇଥିଲେ। ଗୋପିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ସେ ପାଠ ପଢ଼ି ନ ଥିଲେ ମଧ୍ୟ ସେଠାକାର ଜାଲ ଲିଭିଂ ସାର୍ଟିିଫିକେଟ୍‌ ଦାଖଲ କରିଥିଲେ। ଏନେଇ ଜଣେ ବ୍ୟକ୍ତି ୨୦୧୧ରେ ଆର୍‌ଏମ୍‌ସିର ଚେୟାରମ୍ୟାନ୍‌ ତଥା ନୟାଗଡ଼ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବଂଶୀଧର ଜାଲ ଦସ୍ତାବିଜ୍‌ ଦେଇ ଚାକିରି କରିଥିବା ତଦନ୍ତ ରିପୋର୍ଟରେ ତହସିଲଦାର ଦର୍ଶାଇଥିଲେ। ଏପରିକି ବାହାଡ଼ାଝୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଂଶୀଧର ପାଠ ପଢ଼ିଥିବା ମଧ୍ୟ ତଦନ୍ତବେଳେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଉପ ଜିଲାପାଳ ଏତଲା ଦେଇଥିଲେ। ଭିଜିଲାନ୍ସ ଏକ ମାମଲା (ନଂ.୨୦/୨୦୧୧) ରୁଜୁ କରି ତଦନ୍ତ କରିଥିଲା। ଏହାପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବଂଶୀଧର ଚାକିରିରୁ ଅବସର ନେଇଥିଲେ। ୨୦୧୨ରେ ଭିଜିଲାନ୍ସ ଚାର୍ଜଶିଟ୍‌ ଦାଖଲ କରିବା ପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ କାମଦେବ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?