ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଗାଇଡ୍‌ଲାଇନ୍‌ରେ ରହିଛି…

ଭୁବନେଶ୍ୱର,୧୨ା୯: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀମାନେ କେଉଁ ମାନଦଣ୍ଡରେ ଚୟନ ହେବେ ସେନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ପୁନଃ ନିଯୁକ୍ତି ପାଇଁ କମିଟି ଚୟନ କରିବ। ଉକ୍ତ କମିଟିରେ ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଥିବା ବେଳେ ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିଛନ୍ତି। ୬୫ ବର୍ଷରୁ କମ୍‌ ଓ ଚାକିରିରେ ଭଲ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ଥିବା ନିତ୍ୟାନ୍ତ ଜରୁରୀ ଅଟେ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସର ପୂର୍ବରୁ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ।

୨୦୧୦-୧୪ ବର୍ଷ ମଧ୍ୟରେ ବିଭିନ୍ନ ଅନିବାର୍ଯ୍ୟ କାରଣରୁ ନିଯୁକ୍ତି ବିଳମ୍ବ ହେତୁ ସରକାରୀ ପ୍ରତିଷ୍ଠାନଗୁଡ଼ିକ ମାନବ ଅଭାବର ସମ୍ମୁଖୀନ ହୋଇଥିଲେ, ଯାହା ଫଳରେ ଅବଶିଷ୍ଟ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହିଥିଲା। ଏଭଳି ପରିସ୍ଥିତିକୁ ଦୂର କରିବା ପାଇଁ ସରକାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୭.୮.୨୪ରେ ରିଜୋଲ୍ୟୁଶନ ପ୍ରକାଶ କରିଛନ୍ତି। ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ଚୁକ୍ତିନାମା ସହିତ ବିଭିନ୍ନ ବିଭାଗ ପାଇଁ ଚୁକ୍ତିଭିତ୍ତିକ ସାମୟିକ ଭାବରେ ପାରଦର୍ଶିତା ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

Video: ରତ୍ନସିଂହାସନରୁ ଓହ୍ଲାଇବ କି ଜଗନ୍ନାଥ? ଅସୁସ୍ଥ ପୁଅ ପାଇଁ ବାପାର ହୃଦୟବିଦାରକ ଗୁହାରି

ପୁରୀ,୯।୧୧: ରବିବାର ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ ଯେ କେହି ବି ଭାବବିହ୍ୱଳ ହୋଇଯିବେ। ଜଣେ ଦୁଃଖି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

ନୂଆପଡ଼ାରେ ‘ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ଅଖିଳେଶ ଯାଦବ

ନୂଆପଡ଼ା,୯।୧୧: ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର (ସପା) ସଭାପତି ତଥା ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ ରବିବାର ଅପରାହ୍ଣରେ ଦଳୀୟ ପ୍ରାର୍ଥୀ...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ବେଙ୍ଗାଲୁରୁ ଜେଲ ସୁରକ୍ଷାରେ ଭୀଷଣ ତ୍ରୁଟି: ମଦ ପିଇ ପାର୍ଟି କରୁଛନ୍ତି କଏଦୀ, ଜେଲରେ VVIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ,୯।୧୧: ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା...

ଜାପାନକୁ ସୁନାମି ଆଲର୍ଟ, ଲୋକେ ଭୟଭୀତ

ଟୋକିଓ,୯।୧୧: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri