ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ

ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଧୀମା ହେବା ଏବଂ ଅନୁକୂଳ ବେସ୍‌ ଇଫେକ୍ଟ ଯୋଗୁଁ ଏହି ହ୍ରାସ ଘଟିଛି।ଏହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI)ର ୪% ମଧ୍ୟମ ମିଆଦୀ ଲକ୍ଷ୍ୟଠାରୁ କମ୍‌ ରହିଥିବା ପଞ୍ଚମ ମାସ ଏବଂ ୬% ଉଚ୍ଚ ସୀମାଠାରୁ କମ୍‌ ରହିଥିବା ଅଷ୍ଟମ ମାସ। ସରକାରୀ ବିବୃତି ଅନୁଯାୟୀ, “ଜୁନ୍‌ ୨୦୨୫ରେ ମୁଦ୍ରାସ୍ଫୀତି ମେ’ ୨୦୨୫ ତୁଳନାରେ ୭୨ ବେସିସ୍‌ ପଏଣ୍ଟ ହ୍ରାସ ପାଇଛି।”

ଏହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI)ର ୪% ମଧ୍ୟମ ମିଆଦୀ ଲକ୍ଷ୍ୟଠାରୁ କମ୍‌ ରହିଥିବା ପଞ୍ଚମ ମାସ ଏବଂ ୬% ଉଚ୍ଚ ସୀମାଠାରୁ କମ୍‌ ରହିଥିବା ଅଷ୍ଟମ ମାସ। ସରକାରୀ ବିବୃତି ଅନୁଯାୟୀ, “ଜୁନ୍‌ ୨୦୨୫ରେ ମୁଦ୍ରାସ୍ଫୀତି ମେ’ ୨୦୨୫ ତୁଳନାରେ ୭୨ ବେସିସ୍‌ ପଏଣ୍ଟ ହ୍ରାସ ପାଇଛି।” ମେ’ରେ ମୁଦ୍ରାସ୍ଫୀତି ୨.୮୨% ଥିବା ବେଳେ ଜୁନ୍‌ ୨୦୨୪ରେ ଏହା ୫.୦୮% ଥିଲା। ଜୁନ୍‌ ହେଉଛି ଦ୍ୱିତୀୟ ମାସ ଯେତେବେଳେ ମୁଦ୍ରାସ୍ଫୀତି ୩%ରୁ କମ୍‌ ରହିଛି।

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅର୍ଥନୀତିବିତ୍‌ ଉପାସନା ଭାରଦ୍ୱାଜ କହିଛନ୍ତି, “ଖାଦ୍ୟ ମୂଲ୍ୟରେ ନରମ ପରିବେଶ ଯୋଗୁଁ ମୁଦ୍ରାସ୍ଫୀତି ଆଶାଠାରୁ କମ୍‌ ରହିଛି। ତେବେ, କୋର୍‌ ମୁଦ୍ରାସ୍ଫୀତିରେ କିଛି ବୃଦ୍ଧି ଦେଖାଯାଇଛି। ମଣ୍ଡି ମୂଲ୍ୟ ଅନୁଯାୟୀ, କିଛି ପନିପରିବା ଛଡ଼ା ଖାଦ୍ୟ ମୂଲ୍ୟ ସ୍ଥିର ରହିଛି। ଆମେ ଆଶା କରୁଛୁ ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି RBIର ୩.୭% ଆକଳନଠାରୁ ପ୍ରାୟ ୫୦ ବେସିସ୍‌ ପଏଣ୍ଟ କମ୍‌ ରହିବ।”

ସେ ଆହୁରି କହିଛନ୍ତି, “ନିୟନ୍ତ୍ରିତ ମୁଦ୍ରାସ୍ଫୀତି ମୁଦ୍ରା ନୀତି ଆହୁରି ଶିଥିଳ କରିବାକୁ ସୁଯୋଗ ଦେଉଛି, କିନ୍ତୁ RBI ଆଗାମୀ ୧-୨ଟି ବୈଠକରେ ସ୍ଥିତି ବଜାୟ ରଖି ବିଶ୍ୱବ୍ୟାପୀ ଅନିଶ୍ଚିତତା ଓ ନୀତି ସ୍ଵଭାବ ନିରୀକ୍ଷଣ କରିବ।”

ଜୁନ୍‌ରେ RBIର ମୁଦ୍ରା ନୀତି କମିଟି (MPC) ବେଞ୍ଚମାର୍କ ରେପୋ ହାରକୁ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରି ୫.୫% କରିଥିଲା। ଏହା ୨୦୨୫ରେ ତୃତୀୟ କ୍ରମାଗତ ସୁଧ ହାର ହ୍ରାସ ଥିଲା, ଯେତେବେଳେ RBI ନୀତି ଅବସ୍ଥାନକୁ “ନିରପେକ୍ଷ”କୁ ବଦଳାଇଥିଲା। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, “ଗତ ଛଅ ମାସରେ ମୁଦ୍ରାସ୍ଫୀତି ନାଟକୀୟ ଭାବେ ହ୍ରାସ ପାଇଛି। ଅକ୍ଟୋବର ୨୦୨୪ରେ ଏହା ସହନଶୀଳ ସୀମା ଉପରେ ଥିବା ବେଳେ ଏବେ ଲକ୍ଷ୍ୟଠାରୁ ବହୁତ କମ୍‌ ରହିଛି।”

ଜୁନ୍‌ ତଥ୍ୟ ଆଧାରରେ RBI ଆର୍ଥିକ ବର୍ଷ ୨୦୨୫-୨୬ (FY26) ପାଇଁ ଖୁଚୁରା ମୁଦ୍ରାସ୍ଫୀତି (CPI) ପୂର୍ବାନୁମାନକୁ ୪%ରୁ ହ୍ରାସ କରି ୩.୭% କରିଛି। ତ୍ରୈମାସିକ ପୂର୍ବାନୁମାନ ହେଉଛି: Q1: ୨.୯%, Q2: ୩.୪%, Q3: ୩.୫%, Q4: ୪.୪%।RBI କିଛି ଝୁଁକି ସମ୍ପର୍କରେ ମଧ୍ୟ ସତର୍କ କରିଛି। ଯଦିଓ ମୁଦ୍ରାସ୍ଫୀତି ହ୍ରାସ ପାଇଛି, ସରବରାହ ପକ୍ଷରେ ଚ୍ୟାଲେଞ୍ଜ ଏବଂ ବିଶ୍ୱବ୍ୟାପୀ କାରଣଗୁଡ଼ିକୁ ନିବିଡ଼ ନୀରିକ୍ଷଣ ଆବଶ୍ୟକ।

ମୁଦ୍ରାସ୍ଫୀତି ହ୍ରାସରେ ଖାଦ୍ୟ ମୂଲ୍ୟର ଧୀମା ବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ଲେଷକମାନେ କହିଛନ୍ତି ଯେ ଜରୁରୀ ସାମଗ୍ରୀର ଉନ୍ନତ ଯୋଗାଣ ଏବଂ ସରକାରଙ୍କ ଦ୍ୱାରା ଖାଦ୍ୟ ଭଣ୍ଡାରର ଉନ୍ନତ ପରିଚାଳନା ମୂଲ୍ୟ ନିୟନ୍ତ୍ରଣରେ ସାହାଯ୍ୟ କରିଛି। ଗତ ବର୍ଷ ଏହି ସମୟରେ ଉଚ୍ଚ ମୁଦ୍ରାସ୍ଫୀତି ଥିବା ଯୋଗୁଁ ବେସ୍‌ ଇଫେକ୍ଟ ମଧ୍ୟ ଏହାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?