୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର କମିବା ଯୋଗୁ ଏଭଳି ସ୍ଥିତି ଆସିଛି। ଲଗାତାର ତୃତୀୟ ମାସ ଲାଗି ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିଥିବା ଜଣାପଡ଼ିଛି। କେନ୍ଦ୍ରୀୟ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ବିଶେଷ କରି ଖୁଚୁରା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇଥାଏ। ଖୁଚୁରା ମୁଦ୍ରାସ୍ଫୀତି ୬% ମଧ୍ୟରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି।
ବର୍ଷ ୨୦୨୧-୨୨ରେ ଖୁଚୁରା ମୁଦ୍ରାସ୍ଫୀତି ୫.୩% ରହିପାରେ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଅଗଷ୍ଟ ମାସରେ ହୋଇଥିବା ୫.୭% ଧାର୍ଯ୍ୟ ଆକଳନ ଠାରୁ ଏହା ନିମ୍ନ। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୧%, ତୃତୀୟରେ ୪.୫% ଏବଂ ଚତୁର୍ଥରେ ୫.୮% ରହିପାରେ। ଆର୍ଥତ୍କ ବର୍ଷ ୨୦୨୨-୨୩ ପ୍ରଥମ ତ୍ରୈମାସରେ ଏହି ମୁଦ୍ରାସ୍ଫୀତି ୫.୨% ରହିପାରେ। ଖାଇବା ତେଲ, ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଏବଂ ମେଡିସିନ ଭଳି କିଛି ସାମଗ୍ରୀ ଦର ଉଚ୍ଚରେ ରହିବ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ଖରିଫ ଉତ୍ପାଦନ ଉନ୍ନତ ହେବା ଯୋଗୁ ଏହା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ଯୋଗଦାନ ରଖିବ।
ପକ୍ଷରୁ ଜାରି କରାଯାଇଥିବା ଡାଟା ମୁତାବକ, ଅଗଷ୍ଟରେ ଔଦ୍ୟୋଗିକ ଉତ୍ପାଦନ ୧୧.୯% ବଢ଼ିଛି। ମାନୁଫାକଚରିଂ, ଶକ୍ତି କ୍ଷେତ୍ର ଏବଂ ଖଣି ଭଳି କ୍ଷେତ୍ରର ଉତ୍ପାଦନରେ ଉନ୍ନତି ଆସିଛି। ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ୯.୭% ରହିଛି। ଖଣି କ୍ଷେତ୍ର ୨୩.୬% ଅଭିବୃଦ୍ଧି ରହିଛି। ଔଦ୍ୟୋଗିକ ଉତ୍ପାଦନ ବର୍ତ୍ତମାନ କୋଭିଡ ପୂର୍ବ ସ୍ଥିତିକୁ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଥରିଲା ଲଦାଖ

ଲେହ,୧୬।୯: ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର ତୀବ୍ରତା...

ନଭେମ୍ବର ୨୫ରେ କାଟ୍ରୋସାଟ୍‌-୩ ସହିତ ଆମେରିକାର ୧୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା,୧୯।୧୧: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୨୮ରେ...

କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ

ନୂଆଦିଲ୍ଲୀ, ୨୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ଭିଡିଓ ଜରିଆରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବ୍ଲାକ୍‌ମେଲ୍‌ କରିବା ଲାଗି ଉଦ୍ୟମ ହୋଇଥିବା ସେ...

ନିୟମରେ ପରିବର୍ତ୍ତନ ଲାଗି ଅନୁରୋଧ କଲେ ଆର୍ଯ୍ୟନ

ମୁମ୍ବାଇ,୧୦।୧୨: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଡ୍ରାଗ୍ସ ଅନ୍‌ କ୍ରୁଜ ମାମଲାରେ ଜାମିନରେ ବାହାରେ ଅଛନ୍ତି। କିନ୍ତୁ ଜାମିନର ସର୍ତ୍ତ...

ଏମ୍‌ଏସ୍‌ଏମ୍‌ଇ ଋଣ ଗ୍ୟାରେଣ୍ଟି ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨।୮: ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନାରେ କିଛିଟା ପରିବର୍ତ୍ତନ କରିଛନ୍ତି।...

ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟିଂ:ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୨୧।୬:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ଗାୟକ ତାରଣ...

ଜାତିସଂଘ ସହାୟତାକୁ ଭାରତର ନା

ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍‌ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍‌ ରୋଗୀ ଅକ୍ସିଜେନ୍‌, ଭାକ୍ସିନ ଓ ଜୀବନ...

ହନିଟ୍ରାପ୍‌ ଜରିଆରେ ବ୍ୟବସାୟୀଙ୍କଠୁଁ ଲୁଟିଛନ୍ତି ୮୦ ଲକ୍ଷ: ୟୁଟ୍ୟବରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୭।୧୨: ହନିଟ୍ରାପ୍‌ ମାଧ୍ୟମରେ ଜଣେ ୟୁଟ୍ୟୁବର ଜଣେ ବ୍ୟବସାୟୀଙ୍କଠାରୁ ୮୦ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଗୁରୁଗ୍ରାମ୍‌ ପୋଲିସ...

Advertisement
Archives

Model This Week