Posted inଜାତୀୟ

କୋର୍ଟଙ୍କ ରାୟ ପୂର୍ବରୁ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୮।୪: ମଙ୍ଗଳବାର ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ସଂସଦରେ ଆଇନ ପ୍ରଣୟନ କରାଯିବା ଉଚିତ। କୋର୍ଟଙ୍କ ଦ୍ୱାରା ଏହି ବିଷୟର ନିଷ୍ପତ୍ତି ନେବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଜ ମନ୍ତବ୍ୟରେ ଦୋହରାଇଛନ୍ତି ଯେ ବିବାହ ଭଳି ମାନବୀୟ ସମ୍ପର୍କ ଉପରେ ନିଷ୍ପତ୍ତି ନେବା କେବଳ ସମ୍ବିଧାନର ଦାୟିତ୍ୱ ।
୨୦୧୮ରେ ଭାରତ ସମ୍ବିଧାନରେ ସମଲିଙ୍ଗୀ ସମ୍ପର୍କକୁ ଅନୁମତି ଦିଆଯାଇଥିଲା। ସେମାନେ ଏକାଠି ଲିଭ-ଇନ୍‌ରେ ରହିପାରିବେ ବୋଲି ଆଇନଗତ ଅନୁମତି ମିଳିଥିଲା। ଅଦାଲତଙ୍କ ଶୁଣାଣିକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନଜର ରଖାଯାଇଛି। ସୁପ୍ରିମକୋର୍ଟ ଯଦି ସମଲିଙ୍ଗୀ ବିବାହକୁ ସମର୍ଥନ କରି ରାୟ ଦିଅନ୍ତି ତେବେ ବିଶ୍ୱରେ ଭାରତ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ରୂପେ ଏହି ବିବାହକୁ ସ୍ବୀକୃତି ଦେଇଥିବାରୁ ତାଇଓ୍ବାନ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ। ତେବେ ପ୍ୟୁର ଗବେଷଣା ଅନୁଯାୟୀ, ବିଶ୍ୱରେ ୩୦ରୁ ଅଧିକ ଦେଶ ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେଇଛନ୍ତି।

କଶ୍ମୀର ଫାଇଲ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ସମଲିଙ୍ଗୀ ବିବାହ ମଣିଷର ଆବଶ୍ୟକତା ଅଟେ। ସେହିପରି ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ ଏବଂ ଅରୁନ୍ଧତୀ କାଟଜୁ କହିଛନ୍ତି, ଆମ ହୃଦୟରେ ସମ୍ବିଧାନକୁ ରଖି ଆମେ ସମ୍ପୂର୍ଣ୍ଣ ସମାନତା, ପୂର୍ଣ୍ଣ ସମ୍ମାନ ଏବଂ ସ୍ବାଧୀନତା ପାଇଁ କୋର୍ଟର ନିର୍ଣ୍ଣୟକୁ ଅପେକ୍ଷା କରିଛୁ। ଶିଶୁ ଅଧିକାର ସୁରକ୍ଷା ଜାତୀୟ ଆୟୋଗ (ଏନସିପିସିଆର) ସମଲିଙ୍ଗୀ ବିବାହକୁ ଆଇନଗତକରଣ ନ କରିବାକୁ ସୁପ୍ରିମକୋର୍ଟରେ ବିରୋଧ କରିଛିି। ଏନସିପିସିଆର କୋର୍ଟରେ ଯୁକ୍ତି ଦର୍ଶାଇଛି ଯେ, ସମଲିଙ୍ଗୀ ପିତାମାତାଙ୍କ ଦ୍ୱାରା ଆପଣେଇଥିବା ପୋଷ୍ୟ ସନ୍ତାନ ବୟସ ବଢିବା ସାଙ୍ଗକୁ ଉଭୟ ସାମାଜିକ ତଥା ମାନସିକସ୍ତରରେ ପ୍ରଭାବିତ ହୋଇପାରନ୍ତି। ଏହି ବିବାହକୁ ‘ବିଦେଶୀ ବିଚାରଧାରା’ ବୋଲି କହି ଅଖିଳ ଭାରତୀୟ ସନ୍ଥ ସମିତି ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସେହିପରି ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସୟଂ ସେବକ ସଂଘ (ଆରଏସଏସ)ସମର୍ଥନ କରିଛି। ଆରଏସଏସ କହିଛି, ବିପରୀତ ଲିଙ୍ଗ ମଧ୍ୟରେ ହିଁ ବିବାହ ହେବା ଉଚିତ। ଇଣ୍ଡିଆନ ସାଇକାର୍ଟିକ ସୋସାଇଟି (ଆଇପିଏସ) କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ସାଧାରଣ ମଣିଷର ସମ୍ପର୍କ ପରି । ଏହା କୌଣସି ରୋଗ ନୁହେଁ। ସେମାନେ ଆହୁରି କହିଛନ୍ତିି ଯେ ଭାରତର ପ୍ରତ୍ୟେକ ନାଗରିକଙ୍କ ପରି ସମଲିଙ୍ଗୀ ସମ୍ପ୍ରଦାୟର ବକ୍ତିବିଶେଷମାନେ ମଧ୍ୟ ସମାନ ନ୍ୟାୟ ଏବଂ ସମାନ ଅଧିକାର ପାଇବା ଉଚିତ। ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ସୁପ୍ରିମକୋର୍ଟରେ ୧୫ଟିି ପିଟିଶନ ଦାଖଲ ହୋଇଛିି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏସ କେ କାଉଲ, ଏସ ରବୀନ୍ଦ୍ର ଭଟ, ପି ଏସ ନରସିଂମା ଏବଂ ହିମା କୋହଲିଙ୍କ ବେଞ୍ଚ ଆଜି ଏହି ବିଷୟରେ ଶୁଣାଣି କରିବେ।
।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?