Posted inଜାତୀୟ

କୋର୍ଟଙ୍କ ରାୟ ପୂର୍ବରୁ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୮।୪: ମଙ୍ଗଳବାର ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ସଂସଦରେ ଆଇନ ପ୍ରଣୟନ କରାଯିବା ଉଚିତ। କୋର୍ଟଙ୍କ ଦ୍ୱାରା ଏହି ବିଷୟର ନିଷ୍ପତ୍ତି ନେବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଜ ମନ୍ତବ୍ୟରେ ଦୋହରାଇଛନ୍ତି ଯେ ବିବାହ ଭଳି ମାନବୀୟ ସମ୍ପର୍କ ଉପରେ ନିଷ୍ପତ୍ତି ନେବା କେବଳ ସମ୍ବିଧାନର ଦାୟିତ୍ୱ ।
୨୦୧୮ରେ ଭାରତ ସମ୍ବିଧାନରେ ସମଲିଙ୍ଗୀ ସମ୍ପର୍କକୁ ଅନୁମତି ଦିଆଯାଇଥିଲା। ସେମାନେ ଏକାଠି ଲିଭ-ଇନ୍‌ରେ ରହିପାରିବେ ବୋଲି ଆଇନଗତ ଅନୁମତି ମିଳିଥିଲା। ଅଦାଲତଙ୍କ ଶୁଣାଣିକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନଜର ରଖାଯାଇଛି। ସୁପ୍ରିମକୋର୍ଟ ଯଦି ସମଲିଙ୍ଗୀ ବିବାହକୁ ସମର୍ଥନ କରି ରାୟ ଦିଅନ୍ତି ତେବେ ବିଶ୍ୱରେ ଭାରତ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ରୂପେ ଏହି ବିବାହକୁ ସ୍ବୀକୃତି ଦେଇଥିବାରୁ ତାଇଓ୍ବାନ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ। ତେବେ ପ୍ୟୁର ଗବେଷଣା ଅନୁଯାୟୀ, ବିଶ୍ୱରେ ୩୦ରୁ ଅଧିକ ଦେଶ ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେଇଛନ୍ତି।

କଶ୍ମୀର ଫାଇଲ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ସମଲିଙ୍ଗୀ ବିବାହ ମଣିଷର ଆବଶ୍ୟକତା ଅଟେ। ସେହିପରି ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ ଏବଂ ଅରୁନ୍ଧତୀ କାଟଜୁ କହିଛନ୍ତି, ଆମ ହୃଦୟରେ ସମ୍ବିଧାନକୁ ରଖି ଆମେ ସମ୍ପୂର୍ଣ୍ଣ ସମାନତା, ପୂର୍ଣ୍ଣ ସମ୍ମାନ ଏବଂ ସ୍ବାଧୀନତା ପାଇଁ କୋର୍ଟର ନିର୍ଣ୍ଣୟକୁ ଅପେକ୍ଷା କରିଛୁ। ଶିଶୁ ଅଧିକାର ସୁରକ୍ଷା ଜାତୀୟ ଆୟୋଗ (ଏନସିପିସିଆର) ସମଲିଙ୍ଗୀ ବିବାହକୁ ଆଇନଗତକରଣ ନ କରିବାକୁ ସୁପ୍ରିମକୋର୍ଟରେ ବିରୋଧ କରିଛିି। ଏନସିପିସିଆର କୋର୍ଟରେ ଯୁକ୍ତି ଦର୍ଶାଇଛି ଯେ, ସମଲିଙ୍ଗୀ ପିତାମାତାଙ୍କ ଦ୍ୱାରା ଆପଣେଇଥିବା ପୋଷ୍ୟ ସନ୍ତାନ ବୟସ ବଢିବା ସାଙ୍ଗକୁ ଉଭୟ ସାମାଜିକ ତଥା ମାନସିକସ୍ତରରେ ପ୍ରଭାବିତ ହୋଇପାରନ୍ତି। ଏହି ବିବାହକୁ ‘ବିଦେଶୀ ବିଚାରଧାରା’ ବୋଲି କହି ଅଖିଳ ଭାରତୀୟ ସନ୍ଥ ସମିତି ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସେହିପରି ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସୟଂ ସେବକ ସଂଘ (ଆରଏସଏସ)ସମର୍ଥନ କରିଛି। ଆରଏସଏସ କହିଛି, ବିପରୀତ ଲିଙ୍ଗ ମଧ୍ୟରେ ହିଁ ବିବାହ ହେବା ଉଚିତ। ଇଣ୍ଡିଆନ ସାଇକାର୍ଟିକ ସୋସାଇଟି (ଆଇପିଏସ) କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ସାଧାରଣ ମଣିଷର ସମ୍ପର୍କ ପରି । ଏହା କୌଣସି ରୋଗ ନୁହେଁ। ସେମାନେ ଆହୁରି କହିଛନ୍ତିି ଯେ ଭାରତର ପ୍ରତ୍ୟେକ ନାଗରିକଙ୍କ ପରି ସମଲିଙ୍ଗୀ ସମ୍ପ୍ରଦାୟର ବକ୍ତିବିଶେଷମାନେ ମଧ୍ୟ ସମାନ ନ୍ୟାୟ ଏବଂ ସମାନ ଅଧିକାର ପାଇବା ଉଚିତ। ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ସୁପ୍ରିମକୋର୍ଟରେ ୧୫ଟିି ପିଟିଶନ ଦାଖଲ ହୋଇଛିି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏସ କେ କାଉଲ, ଏସ ରବୀନ୍ଦ୍ର ଭଟ, ପି ଏସ ନରସିଂମା ଏବଂ ହିମା କୋହଲିଙ୍କ ବେଞ୍ଚ ଆଜି ଏହି ବିଷୟରେ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri