ବେପରୁଆ ଗାଡ଼ି ଚାଳନା, ବଢୁଛି ଦୁର୍ଘଟଣା

କଟକ ସଦର,୧୮ା୪(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ମୁଖ୍ୟ ରାସ୍ତାର ଝିଙ୍କିରିଆଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ୧୬ କିମି ଅଂଶରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଅଧିକାଂଶ ଦିନ ଦୁର୍ଘଟଣା ଘଟିଛି। ଇତିମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି। ବେପରୁଆ ବାଇକ ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସନ୍ଧ୍ୟାହେଲେ ଯୁବକମାନେ ଉକ୍ତ ରାସ୍ତାରେ ବେପରୁଆ ଭାବେ ବାଇକ୍‌ ଚଳାଉଥିବାରୁ ଦୁର୍ଘଟଣା ଘଟୁଛି। ହେଲେ ଏ ଦିଗରେ ପୋଲିସ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ଦୁର୍ଘଟଣା ରୋକି ହେଉନାହିଁ। ଆଗାମୀ ଦିନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କଡ଼ାକଡି ସହ ବେପରୁଆ ବାଇକ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଅପରପକ୍ଷରେ ପୋଲିସ କିଛି ନିଶାସକ୍ତ ବାଇକ୍‌ ଚାଳକଙ୍କୁ କାବୁ କରୁଛି। ହେଲେ ବ୍ରିଥ୍‌ ଆନାଲାଇଜର ମେଶିନ ନ ଥିବାରୁ ଜରିମାନା ଆଦାୟ କରିବାରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ୧୦ ଚକିଆ ଗାଡ଼ି ଦୃତଗତିରେ ଚଳାଚଳ କରୁଛି। ଫଳରେ ଲୋକମାନେ ରାସ୍ତାରେ ନିରାପଦ ଭାବେ ଯାତାୟତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏପରି କି ଜଣେ ଲୋକ ଘରୁ ବାହାରକୁ ଯାଇ ନିରାପଦରେ ଫେରିବ କି ନାହିଁ ତାହାକୁ ନେଇ ସନ୍ଧେହ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୯ ତାରିଖରେ ୪୨ ମୌଜାର ଅଶୋକ ତ୍ରିପାଠୀ ନାମକ ବ୍ୟକ୍ତି ବାଇକ୍‌ରେ କଟକ ଅଭିମୁଖେ ଯାଉଥିବାବେଳେ ସମ୍ମୁଖରୁ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହେବାରୁ ଚିକିତ୍ସା ଲାଗି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ମାର୍ଚ୍ଚ ୧୨ ତାରିଖ ରାତିରେ ଝିଙ୍କିରିଆ ଅଞ୍ଚଳର ମନୋରଞ୍ଜନ ଦେବତ୍ତା(୨୫) ଓ ତାଙ୍କ ମାଆ ପ୍ରତିମା ଦେବତ୍ତା(୪୫) ଏକ ସ୍କୁଟିରେ ଘରକୁ ଫେରୁଥିବାବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ କନ୍ଦରପୁର ଥାନା ଅଧୀନ ଅଥଙ୍ଗା ଗ୍ରାମର ଅଜୟ ଭୋଇ(୨୪) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କହିଛନ୍ତି, ଯାଞ୍ଚ କରାଯାଇ ବେଆଇନ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଅଭିଭାବକମାନେ ନାବାଳକଙ୍କୁ ବାଇକ୍‌ ଚଲାଇବାର ସୁଯୋଗ ଦେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା…

ଜୋର୍‌ ଧରିଲା ଧାନ ଅମଳ, ବସିନି ସଂଗ୍ରହ କମିଟି ବୈଠକ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ): ସର୍ବାଧିକ ଧାନ ଅମଳ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଧାନ ଅମଳ କରୁଥିବା ଜିଲାର ଚାଷୀଙ୍କ ଦୁଃଖ ଅସମାହିତ ରହି…

IPL ପକ୍ଷରୁ ହେଲା ଆନୁଷ୍ଠାନିକ ଘୋଷଣା: ଏତେ ଟଙ୍କାରେ ହାର୍ଦ୍ଦିକ -ଅର୍ଶଦୀପଙ୍କୁ କିଣିଲେ ୨ ଦଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ ଖେଳାଳି ଅଦଳବଦଳ (ଟ୍ରେଡ୍‌) ନିଶ୍ଚିତ ହୋଇଛି। ବୁଧବାର (ନଭେମ୍ବର ୧୧) ଆଇପିଏଲ ପକ୍ଷରୁ ଏହି ଟ୍ରେଡ୍‌କୁ…

ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌ ଆରମ୍ଭ: ଅପାର ଧନ ଲାଭ ସହ ଚାକିରିରେ ବଡ଼ ପଦୋନ୍ନତି, ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନଭେମ୍ବର ୧୧, ୨୦୨୬ ବୁଧବାର ଦିନଟି କିଛି ରାଶିଙ୍କ ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଭାଇ ଦୂଜର ଏହି ବିଶେଷ ଅବସରରେ ଏହି ରାଶିର…

ତୃତୀୟ ଥର ପାଇଁ ବାହାର ରାଜ୍ୟକୁ କନ୍ଧମାଳ ହଳଦୀ ବିକ୍ରି କଲେ ମହିଳା

ଦାରିଙ୍ଗବାଡ଼ି, ୧୧/୧୧ (ଅରୁଣ ସାହୁ): କନ୍ଧମାଳ ହଳଦୀ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ବେଳେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଡ୍ୟୁସର…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଆମେରିକା ମଧ୍ୟସ୍ଥତାରେ ଆଲୋଚନା

ଆବୁଧାବି,୧୧ା୧୧: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ପାଖାପାଖି ୫ ବର୍ଷ ହେଲା ଲାଗିରହିଥିବା ଯୁଦ୍ଧର ପରିସମାପ୍ତି ପାଇଁ ଆମେରିକା ଆଉ ଏକ ଉଦ୍ୟମ ଆରମ୍ଭ କରିଛି। ୟୁନାଇଟେଡ୍‌…

ଏସିଆ କପ୍‌ ସେମିଫାଇନାଲରେ ଭାରତ-ପାକିସ୍ତାନ! ଫାଇନାଲ ଟିକେଟ୍‌ ପାଇଁ ମହାମୁକାବିଲା, ଜାଣନ୍ତୁ କେବେ ଅଛି ମ୍ୟାଚ

ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍‌ରେ ଭାରତର ଦମ୍‌ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍‌ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ…

ଭୟଙ୍କର ରେଳ ଦୁର୍ଘଟଣା: ଇଞ୍ଜିନ ସହ ୭ଟି ବଗି ଲାଇନଚ୍ୟୁତ, ଯାତ୍ରୀଙ୍କ ମଧ୍ୟରେ ଖେଳାଗଲା ଆତଙ୍କ

ଗୁଆହାଟୀ,୧୧।୧୧: ଆସାମର ଗୁଆହାଟୀ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଡିଗାରୁ ଅଞ୍ଚଳରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସ୍‌ର ଇଞ୍ଜିନ ସମେତ ୭ଟି ବଗି ଲାଇନଚ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?