Posted inଜାତୀୟ

ମୋଦିଙ୍କ ମନ୍ତବ୍ୟର ଉତ୍ତର ଦେଲେ ପାଓ୍ବାର, ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋର ଅନୁମାନ ନ ଥିଲା…

ମୁମ୍ବାଇ, ୩୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପହଞ୍ଚିଛନ୍ତି। ଏହାର ଉତ୍ତରରେ ଶରଦ ପାୱାର କହିଛନ୍ତି ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି। ଏନସିପି ମୁଖ୍ୟ ଶରଦ ପାୱାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଉତ୍ତର ଦେଇଛନ୍ତି।

ଏନସିପି ମୁଖ୍ୟଙ୍କୁ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା। ତାଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ଆପଣଙ୍କ ଆଙ୍ଗୁଠି ଧରି ରାଜନୀତିରେ ପ୍ରବେଶ କରିଛନ୍ତି। ଶରଦ ପାୱାର ଏହି ପ୍ରସଙ୍ଗରେ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ। ପାୱାର କହିଛନ୍ତି ସେ ତାଙ୍କ ବଡୁଥିବା ବୟସରେ କୌଣସି ଦାୟିତ୍ୱ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି।

୨୦୨୪ ଜାତୀୟ ନିର୍ବାଚନ ପାଇଁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ସେ ନିଜକୁ ଦୂରେଇ ରଖିଛନ୍ତି। ମୁଁ କେବଳ ଅଣ-ଭାଜପା ଦଳଙ୍କୁ ଏକାଠି ହୋଇ ଭାଜପା ବିରୋଧରେ ଜନମତ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବି ବୋଲି ପାଓ୍ବାର ସୂଚନା ଦେଇଛନ୍ତି।

୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିରେ ଇଣ୍ଟରନେଟ, ଶୌଚାଳୟ, ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଇବା ଆଦି ଅନ୍ତର୍ଭୁକ୍ତ ଥିଲା। ଛୋଟ ଦଳଗୁଡ଼ିକୁ କ୍ଷମତାଠାରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ବିରୋଧୀ ଶାସିତ ରାଜ୍ୟରୁ ବାହାର କରିଦେବା ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛି।

ବିରୋଧୀ ଦଳଙ୍କ ବିରୋଧରେ ଭାଜପା ଯାହା କରୁଛି ତାହା ହେଉଛି ସଂସଦୀୟ ଗଣତନ୍ତ୍ର ଉପରେ ଆକ୍ରମଣ। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅଣ-ଭାଜପା ଶାସିତ ସମସ୍ତ ରାଜ୍ୟରେ ଭାଜପା ବିଧାୟକମାନଙ୍କୁ ବିଭାଜନ କରି କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି ବୋଲି ପାଓ୍ବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?