Posted inଜାତୀୟ

ଅନର କିଲିଂକୁ ଜବାବ ଦିଅ,ସ୍ବାଧୀନତାର ୭୫ ବର୍ଷ ପରେ ବି ହଟିନି ଜାତିପ୍ରଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ହଟିନାହିଁ। ସମାଜରେ ଏବେ ବି ଅନର କିଲିଂ ଭଳି ଜାତିଭିତ୍ତିକ ହିଂସା ଦେଖିବାକୁ ମିଳୁଛି। ଜାତି ନାମରେ ଭିଆଯାଉଥିବା ଏଭଳି ଅପରାଧକୁ ସମାଜ କଡ଼ା ଜବାବ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଆହ୍ବାନ ଦେଇଛନ୍ତି।
୧୯୯୧ରେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ଅନର କିଲିଂ ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହା ବିରୋଧରେ ଦାଏର ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ପୂର୍ବରୁ ଅନର କିଲିଂ ରୋକିବା ପାଇଁ ଅନେକ ଥର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ ସଦ୍ୟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଏଭଳି ମାମଲାକୁ କଳଙ୍କିତ ହେବା ଏବଂ ସତ୍ୟକୁ ବଞ୍ଚାଇବା ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ବିଶେଷକରି ଯେଉଁ ସମ୍ବେଦନଶୀଳ ମାମଲାରେ କ୍ଷମତାରେ ଥିବା ଲୋକେ ରାଜନୈତିକ ପ୍ରୋତ୍ସାହନ ପାଇ ବାହୁବଳ ଓ ଅର୍ଥବଳ ପ୍ରୟୋଗ କରିଥାଆନ୍ତି, ସେମାନେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥାଏ। ଜାତିପ୍ରଥା ଦ୍ୱାରା ପ୍ରେରିତ ଏଭଳି କୁକାର୍ଯ୍ୟ ଆଜି ମଧ୍ୟ ସମାଜରେ ଘଟିଚାଲିଛି, ଯାହାକି ସମସ୍ତ ନାଗରିକଙ୍କୁ ସମାନତା ପ୍ରଦାନ ନେଇ ସମ୍ବିଧାନର ଲକ୍ଷ୍ୟ ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି।
ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି କହିଛନ୍ତି। ଜାତିଭିତ୍ତିକ ସାମାଜିକ ନିୟମ ଉଲ୍ଲଂଘନ ଲାଗି ଦୁଇ ଯୁବକ ଓ ଜଣେ ଯୁବତୀଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଶାରୀରିକ ନିର୍ଯାତନା ଦେଇ ଅଭିଯୁକ୍ତ ହତ୍ୟା କରିଥିଲେ। ଦେଶରେ ଏଭଳି ଜାତିଗତ ହିଂସାର ଧାରାବାହିକ ଦର୍ଶାଉଛି ଯେ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ଉଚ୍ଛେଦ ହୋଇନାହିଁ। ଏହି ଅବସରରେ ଖଣ୍ଡପୀଠ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ୨୩ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ପରିଚୟରେ ଅସ୍ପଷ୍ଟତା ପାଇଁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅଭିଯୋଜନ ପକ୍ଷର ୧୨ ସାକ୍ଷୀ ନିଜ ବୟାନରୁ ଓହରିଯାଇବା ସତ୍ତ୍ୱେ ସେମାନଙ୍କ ସାକ୍ଷ୍ୟପ୍ରମାଣକୁ ଗ୍ରହଣ କରାଯାଇପାରିବ, ଯଦି ସେମାନେ ସ୍ବାଭାବିକ ଓ ସ୍ବାଧୀନ ସାକ୍ଷୀ ହୋଇଥିବେ ଏବଂ ଅଭିଯୁକ୍ତଙ୍କୁ ଫସାଇବା ସେମାନଙ୍କ ଉଦ୍ଦେଶ୍ୟ ହୋଇ ନ ଥିବ। ପ୍ରକାଶ ଯେ, ୧୯୯୧ରେ ୟୁପିରେ ଘଟିଥିବା ସମ୍ମାନ ପାଇଁ ହତ୍ୟା ମାମଲାରେ ୨୦୧୧ ନଭେମ୍ବରରେ ଏକ ତଳ କୋର୍ଟ ୩୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହାଇକୋର୍ଟ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରିଥିବାବେଳେ ଅବଶିଷ୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀଙ୍କ ମଧ୍ୟରୁ ୮ ଜଣଙ୍କୁ ତଳ କୋର୍ଟ ଫାଶୀଦଣ୍ଡାଦେଶ ଦେଇଥିବାବେଳେ ହାଇକୋର୍ଟ ଏହାକୁ କୋହଳ କରି ସେମାନେ ବଞ୍ଚତ୍ଥିବା ଯାଏ ଜେଲରେ ରହିବେ ବୋଲି ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?