ରିଆମାଳ ବ୍ଲକ କଂଗ୍ରେସ କର୍ମୀଙ୍କ ସମୂହ ଇସ୍ତଫା

ରିଆମାଳ,୧୯ା୬(ନିରଞ୍ଜନ ବେହେରା) ଦେବଗଡ଼ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ରିଆମାଳ ବ୍ଲକ ନାଉଲିପଡ଼ାଠାରେ ବ୍ଲକ କଂଗ୍ରେସ କମିଟିର ବହୁ କର୍ମୀ ରବିବାର ଏକ ବୈଠକ କରି ଦଳରୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି। ବ୍ଲକ କଂଗ୍ରେସ ସଭାପତି ସୁଶୀଲ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳୀୟ କର୍ମୀଙ୍କୁ ଅଣଦେଖା କରାଯିବା, ଜିଲା ସଭାପତି ପରିବର୍ତ୍ତନରେ ପିସିସି ସଭାପତିଙ୍କ ଏକତରଫା ନିଷ୍ପତ୍ତିର ପ୍ରତିବାଦ କରାଯାଇଥିଲା। ଏପରି କି ବିଭିନ୍ନ ପଦପଦବୀରେ ଥିବା ଦଳୀୟ କର୍ମକର୍ତ୍ତା ସମୂହ ଇସ୍ତଫା ପ୍ରଦାନ କରିଥିଲେ।

ବୈଠକରେ ଜିଲା ଉପସଭାପତି ହେମନ୍ତ ସାହୁ, ସାଧାରଣ ସମ୍ପାଦକ ଦିଲୀପ ବିଶ୍ୱାଳ, ବ୍ଲକ ଉପସଭାପତି ପଞ୍ଚାନନ ଭୁକ୍ତା, ବସନ୍ତ କବି, ସାଧାରଣ ସମ୍ପାଦକ ଧନେଶ୍ୱର ସାହୁ, ମାୟାଧର ମହାନ୍ତି, ଚନ୍ଦ୍ରଧ୍ୱଜ ପ୍ରଧାନ, ଅଜିତ ମହାପାତ୍ର, ସମ୍ପାଦକ ଯୁଧିଷ୍ଠିର ପ୍ରଧାନ, କୃଷ୍ଣଚନ୍ଦ୍ର ଦେହୁରୀ, ରାଜେଶ ସାହୁ, ଅଶୋକ ସାହୁ, ଅନାଦି ସାହୁ, ଏକଜିକ୍ୟୁଟିଭ ବୋର୍ଡ ସଦସ୍ୟ ରସାନନ୍ଦ ବିଶ୍ୱାଳ, ପ୍ରବୀର ଶତପଥୀ, ମଦନ ଗଡନାୟକ, ବରୁଣ ମିତ୍ର, ଦଣ୍ଡବିହାରୀ ପ୍ରଧାନ, ଜୟକୃଷ୍ଣ ପ୍ରଧାନ, ବିପିନ ବିହାରୀ ବେହେରା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମୂହ ଇସ୍ତଫା ଘଟଣା ଜିଲା କଂଗ୍ରେସ ରାଜନୀତିକୁ ଉଷ୍ମ କରିଛି। ଏ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କୁ ପଚାରିବାରୁ ଦଳରୁ ନୁହେଁ, କେତେକ କର୍ମକର୍ତ୍ତା ସେମାନଙ୍କ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟ କରି ନୂତନ କର୍ମକର୍ତ୍ତା ଚୟନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri