Posted inଖେଳ

ମହିଳା ହକି ଦଳର ମୁଖ୍ୟ କୋଚ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪ା୨: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜାନେକ୍‌ ସ୍କୋପ୍‌ମାନ ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଜାତୀୟ ମହାସଂଘ ତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହିଁ କିମ୍ବା ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉ ନାହିଁ ବୋଲି କିଛିଦିନ ପୂର୍ବେ ତାଙ୍କ ଅଭିଯୋଗ ପରେ ସେ ଚର୍ଚ୍ଚାରେ ରହିଥିଲେ।

ଡଚ୍‌ କୋଚ୍‌ ୨୦୨୧ରେ ଜୋର୍ଡ ମାରିନଙ୍କଠାରୁ ମହିଳା ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ମାରିନଙ୍କ ତତ୍ତ୍ୱାବଧାନରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସ୍କୋପମାନ ୨୦୨୦ ଜାନୁଆରୀରେ ମାରିଜ୍‌ନେଙ୍କ ଅଧୀନରେ ଆନାଲିଟିକାଲ କୋଚ୍‌ ଭାବେ ଯୋଗଦେଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ପରେ ଅଗଷ୍ଟରେ ତାଙ୍କ ଚୁକ୍ତିନାମାର ଅବଧି ଶେଷ ହେବାକୁ ଥିଲା। ମାତ୍ର ନିକଟରେ ବିବାଦୀୟ ଟିପ୍ପଣୀ ଦେବା ପରେ ସେ ତାଙ୍କ ପଦବୀରେ ଆଉ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିଲା। ଓଡ଼ିଶାରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ହୋମ୍‌ ଲେଗ୍‌ରେ ଦଳର ମ୍ୟାଚଗୁଡ଼ିକ ଶେଷ ହେବାପରେ ଏହି ୪୬ ବର୍ଷୀୟା କୋଚ୍‌ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଥିବା ହକି ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି। ନିକଟରେ ଅଲିମ୍ପିକ କ୍ୱାଲିଫାୟର୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ତାଙ୍କ ଇସ୍ତଫା ପରେ ହକି ଇଣ୍ଡିଆ ଜଣେ ନୂଆ ମୁଖ୍ୟ କୋଚ୍‌ ସନ୍ଧାନରେ ରହିବ, ଯିଏକି ୨୦୨୬ରେ ପରବର୍ତ୍ତୀ ମହିଳା ବିଶ୍ୱକପ୍‌ ଏବଂ ଲସଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ଲାଗି ଭାରତୀୟ ଦଳକୁ ପ୍ରସ୍ତୁତ କରିବେ। ଓଡ଼ିଶାରେ ଏକ ପ୍ରୋ-ଲିଗ୍‌ ମ୍ୟାଚ ପରେ ସ୍କୋପମ୍ୟାନ ଅଭିଯୋଗ କରିଥିଲେ ହକି ଇଣ୍ଡିଆ ପୁରୁଷ କୋଚ୍‌ ପ୍ରତି ଭିନ୍ନ ବ୍ୟବହାର କରାଯାଉଛି। ଗତ ଦୁଇ ବର୍ଷ ହେଲା ସେ ଅନୁଭବ କରି ଆସୁଛନ୍ତି। ମୋର ଧାରଣା ଥିଲା ଏଠିକାର ସଂସ୍କୃତିରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇଥାଏ। କିନ୍ତୁ ବାସ୍ତବରେ ତାହା ନୁହେଁ ବୋଲି ସେ ଅନୁଭବ କରିଛନ୍ତି। ନେଦରଲାଣ୍ଡରୁ ଆସିଥିବା ସ୍କୋପମାନ ଆମେରିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସ୍କୋପମାନଙ୍କ ଅଭିଯୋଗର ଖଣ୍ଡନ କରିଛି ହକି ଇଣ୍ଡିଅ। ଉଭୟ ପୁରୁଷ ଓ ମହିଳା କୋଚ୍‌ଙ୍କ ପ୍ରତି ସମାନ ବ୍ୟବହାର କରାଯାଇଥାଏ ବୋଲି ସଫେଇ ଦେଇଛି। ସ୍କୋପମାନଙ୍କ ଅଧୀନରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ତାଙ୍କ ତତ୍ତ୍ୱାବଧାନରେ ଦଳ ୭୪ ମ୍ୟାଚ ଖେଳି ୩୮ଟିରେ ବିଜୟ ହାସଲ କରିଥିବା ବେଳେ ୧୭ଟି ଡ୍ର ରଖିଛି ଏବଂ ୧୯ଟିରେ ପରାଜିତ ହୋଇଛି। ତାଙ୍କ ଅଧୀନରେ ଭାରତୀୟ ଦଳର ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଟାଇଟଲ ହାସଲ ଉଲ୍ଲେଖନୀୟ। ତେବେ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରି ନ ପାରିବା ସବୁଠାରୁ ନୈରାଶ୍ୟଜନକ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri