ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ ମୋହର ବାଜି ସାରିଛି। ଏନେଇ ଖୋଦ୍‌ କାର୍ତ୍ତିକ ଇନଷ୍ଟାରେ ଫଟୋ ଶେୟାର୍‌ କରି ତାଙ୍କ ଫିଲ୍ମର ମିଷ୍ଟ୍ରି ଗର୍ଲଙ୍କ ବିଷୟରେ ସୂଚନା ଦେଇଛନ୍ତି। ପ୍ରଥମେ କାର୍ତ୍ତିକ ଇନଷ୍ଟାରେ ଲିଡ୍‌ ଆକ୍ଟ୍ରେସଙ୍କ ଅସମ୍ପୂର୍ଣ୍ଣ ଫଟୋ ଶେୟାର କରିଥିଲେ। କ୍ୟାପସନରେ ଲେଖିଥିଲେ, ଏହି ଭୁଲ ଭୁଲେୟାକୁ ସମାଧାନ କରନ୍ତୁ। ଅଧିକାଂଶ ୟୁଜର୍ସ ଅସମ୍ପୂର୍ଣ୍ଣ ଫଟୋଟି ଆନିମଲ ଫେମ୍‌ ତ୍ରିପ୍ତିଙ୍କର ବୋଲି କହିଛନ୍ତି। କିଛି ସମୟ ପରେ କାର୍ତ୍ତିକ ନିଜେ ସମ୍ପୂର୍ଣ୍ଣ ଫଟୋ ଶେୟାର କରି ଏହାକୁ କନଫର୍ମ କରିଛନ୍ତି।
ବର୍ଷ ମୁକ୍ତିଲାଭ କରିଥିବା ଆନିମଲରେ ତ୍ରିପ୍ତିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍‌ ପରେ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ତାଙ୍କର ରାତାରାତି ଲକ୍ଷ ଲକ୍ଷ ଫଲୋଅର୍ସ ବଢିଥିଲେ। ଲୋକେ ତାଙ୍କୁ ନ୍ୟାଶନାଲ କ୍ରସ ବୋଲି କହିବା ଆରମ୍ଭ କଲେ। ଏବେ କାର୍ତ୍ତିକ ଫିଲ୍ମରେ ତାଙ୍କର ଏଣ୍ଟ୍ରି ହୋଇଛି। ସେ ଏହି ଫିଲ୍ମରେ କିଆରା ଆଡଭାନୀଙ୍କ ସ୍ଥାନ ନେଇଛନ୍ତି, ଯିଏକି ୨୦୨୨ରେ ଭୁଲ ଭୁଲେୟା ୨ରେ ନଜର ଆସିଥିଲେ। ଏହି କମେଡି ଫିଲ୍ମ ଚଳିତ ବର୍ଷ ଦିୱାଲୀ ଅବସରରେ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri