ଭାବପ୍ରବଣ ହେଲେ ସତ୍ୟବାଦୀ ବିଧାୟକ

ସାକ୍ଷୀଗୋପାଳ,୨୪ା୨(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର/ଭରତ ବାରିକ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲା ସତ୍ୟବାଦୀର ଏକ ମଣ୍ଡପରେ ଶୁକ୍ରବାର ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସଭା ପରିଚାଳନା କରିଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଲକ ସଭାପତି ସୁରେଶ କୁମାର ସାହୁ, ଜିଲା ମହିଳା ଉପସଭାପତି କନକଲତା ପଣ୍ଡାଙ୍କ ସମେତ ବହୁ ଦଳୀୟ ସରପଞ୍ଚ, ଜିଲାପରିଷଦ ସଭ୍ୟାସଭ୍ୟ, ସମିତି ସଭ୍ୟାସଭ୍ୟ ଏବଂ କର୍ମୀ ଉପସ୍ଥିତ ଥିଲେ। ସମ୍ପ୍ରତି ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣରେ ପ୍ରଚାରିତ ହେଉଛି ଯେ, ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଏଥର ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହୋଇପାରନ୍ତି। ଏହି ଚର୍ଚ୍ଚାକୁ ନେଇ ବିଧାୟକ ସାମନ୍ତରାୟଙ୍କ ସମର୍ଥକମାନେ ବିରୋଧୀ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି। ଏହା ସାମନ୍ତରାୟଙ୍କ ବିରୋଧରେ ଅପପ୍ରଚାର ଓ ଚକ୍ରାନ୍ତ ବୋଲି ଶୁକ୍ରବାର ଅନୁଷ୍ଠିତ ବୈଠକରେ ବିଜେଡି କର୍ମୀମାନେ ମତ ପ୍ରକାଶ କରି ସମ୍ପୃକ୍ତ ଗୋଷ୍ଠୀକୁ ସମାଲୋଚନା କରିଥିଲେ। ସତ୍ୟବାଦୀରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଓ ବିକାଶ ବହୁତ ଭଲ ହେଉଥିବାବେଳେ କୁଚକ୍ରୀ ଗୋଷ୍ଠୀଙ୍କ ଅପପ୍ରଚାର ଜିଲା ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାନରେ କାହିଁକି ପଡୁନାହିଁ ବୋଲି କର୍ମୀମାନେ ପ୍ରଶ୍ନ ଉଠାଇଥିଲେ। ଆଗକୁ ଯଦି ଦଳୀୟ ଆଧାରରେ କିଛି ଭୁଲ୍‌ ନିଷ୍ପତ୍ତି ନିଆଯିବ ତେବେ ଏହାକୁ ସାମ୍ନା କରିବାକୁ ସମସ୍ତେ ଶପଥ ନେଇଥିଲେ। ବିଧାୟକ ସାମନ୍ତରାୟ ଭାବପ୍ରବଣ ହୋଇ କହିଥିଲେ, ବିରୋଧୀ ଗୋଷ୍ଠୀ ଭୋଟ ବିଭାଜନ କରିବାକୁ ଏହି ସମୟରେ କାର୍ଯ୍ୟ କରିଥାନ୍ତି। ତଥାପି ଦଳକୁ ମୁଁ ସର୍ବଦା ପ୍ରାଧାନ୍ୟ ଦେଇଛି। ମୁଁ ସବୁବେଳେ ମୋ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ରହିଛି। ମୁଁ ଶେଷ ନିଃଶ୍ୱାସ ଯାଏ ସତ୍ୟବାଦୀ ସେବାରେ ଜୀବନ ଉତ୍ସର୍ଗ କରିବି ବୋଲି ସାମନ୍ତରାୟ କହିଥିଲେ। ଆସନ୍ତା ମାର୍ଚ୍ଚ ୫ରେ ୩୦ ହଜାର ଲୋକଙ୍କ ଉପସ୍ଥିତିରେ ଶକ୍ତି ପ୍ରଦର୍ଶନ କରିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri