କଶ୍ମୀରରେ ଆବାସିକ ପ୍ରମାଣପତ୍ର

Dillip Cherian

ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବାର ୧୦ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଆବାସିକ ପ୍ରମାଣପତ୍ର ଦେବା ଆରମ୍ଭ କରିଛି। ନୂତନ ନିୟମ ଅନୁସାରେ ଅଣ-ସ୍ଥାନୀୟ ବା ବାହାର ରାଜ୍ୟରୁ ଆସି ଜମ୍ମୁ-କଶ୍ମୀରରେ ସ୍ଥାୟୀଭାବେ ବସବାସ କରୁଥିବା ଲୋକ ଆବାସିକ ପ୍ରମାଣପତ୍ର ପାଇପାରିବେ। ବିହାରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ନବୀନ କୁମାର ଚୌଧରୀ ହେଉଛନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ପ୍ରଥମ ବାବୁ। ୧୯୯୪-ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଅଧିକାରୀ ଚୌଧରୀ ବର୍ତ୍ତମାନ ଜମ୍ମୁ-କଶ୍ମୀର କୃଷି ଉତ୍ପାଦନ ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ନିକଟରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଗିରୀଶ ଚନ୍ଦ୍ର ମୁର୍ମୁ ଉଭୟ ସ୍ଥାନୀୟ ତଥା ଅଣ-ସ୍ଥାନୀୟ ଲୋକଙ୍କୁ ଯଥାଶୀଘ୍ର ଆବାସିକ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ଇ-ଆବେଦନ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା ଯେ, ଜମ୍ମୁ-କଶ୍ମୀରରେ ୧୫ ବର୍ଷ ରହିଆସିଥିବା କିମ୍ବା ଜମ୍ମୁ-କଶ୍ମୀରର କୌଣସି ଶିକ୍ଷାନୁଷ୍ଠାନରେ ୭ ବର୍ଷ ପଢ଼ି ଦଶମ ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ଏହି ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯିବ। ତେବେ ଏହି ପଦକ୍ଷେପ କେନ୍ଦ୍ରର ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି ଏବଂ ଏହାକୁ କଶ୍ମୀରବାସୀଙ୍କ ଜନସଂଖ୍ୟାଗତ ତଥା ସାଂସ୍କୃତିକ ପରିଚୟ ବଦଳାଇବାକୁ ଏକ ପ୍ରୟାସ ବୋଲି ଅଭିଯୋଗ କରାଯାଉଛି। ସୂଚନାନୁସାରେ, କେନ୍ଦ୍ର ସରକାର ଆଇନ ବଦଳାଇବା ପରଠାରୁ ୩୦,୦୦୦ରୁ ଅଧିକ ଲୋକ ଏଠାରେ ଅନ୍‌ଲାଇନରେ ଆବାସିକ ପ୍ରମାଣପତ୍ର ପାଇସାରିଲେଣି।

ବାବୁଙ୍କୁ ରାଜ୍ୟପାଳଙ୍କ ପରାମର୍ଶ
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ମଧ୍ୟରେ ଗତବର୍ଷ ଜୁଲାଇ ମାସରୁ ଧନଖଡ଼ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିବାଦ ଲାଗି ରହିଛି। ଜାରି ରହିଥିବା କୋଭିଡ ସଙ୍କଟ କେବଳ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ଦୋଷାରୋପ ପ୍ରବୃତ୍ତିକୁ ତୀକ୍ଷ୍ଣ କରିଛି। ତେବେ ଆମେ ଏହି ଅସରନ୍ତି ଲଢ଼େଇର ଏନ୍‌-ତମ ଅଧ୍ୟାୟ ଉପରେ ଆଲୋକପାତ କରୁଛୁ କାରଣ ଏଥିରେ ଏଥର ବାବୁଙ୍କ ସମ୍ପର୍କରେ କିଛି କୁହାଯାଇଛି। ନିକଟରେ ଧନଖଡ଼ ଟୁଇଟରକୁ ଯାଇ ପଶ୍ଚିମବଙ୍ଗର ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ସେ ସର୍ବଭାରତୀୟ ସେବା ଆଚରଣ ସଂହିତା ବିଷୟରେ ଉଲ୍ଲେଖ କରି ରାଜ୍ୟରେ ଏହି ନିୟମର ବ୍ୟାପକ ଅବମାନନା ଓ ଉଲ୍ଲଂଘନ କରାଯାଉଛି ବୋଲି କହିଥିଲେ। ସେ ଏପରି କୌଣସି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ, ଯାହା କୌଣସି ଆଇନ, ନିୟମ, ବିଧି ଏବଂ ପ୍ରତିଷ୍ଠିତ ପରମ୍ପରାର ବିରୋଧୀ। ନିଜର କର୍ତ୍ତବ୍ୟ ସମ୍ପାଦନ ବେଳେ ଅନୁଶାସନ ଓ ଶୃଙ୍ଖଳା ବଜାୟ ରଖିବା, ଯଥାର୍ଥ ଭାବରେ ସୂଚିତ କରାଯାଇଥିବା ଆଇନସମ୍ମତ ସରକାରୀ ଆଦେଶ ପାଳନ କରିବାକୁ ପ୍ରସ୍ତୁତ ରହିବା ଏବଂ ସର୍ବୋଚ୍ଚ ବୃତ୍ତିଗତ ଦକ୍ଷତା ଓ ଉତ୍ସର୍ଗୀକୃତ ଭାବନା ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ସଙ୍କଟର ପରିଚାଳନାରେ ତ୍ରୁଟିବିଚ୍ୟୁତି ନେଇ ମିଳୁଥିବା ରିପୋର୍ଟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅମ୍ଫାନ୍‌ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ବଣ୍ଟନରେ ହୋଇଥିବା ଅନିୟମିତତା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ରାଜ୍ୟରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟପାଳଙ୍କ ଏତାଦୃଶ ପ୍ରତିକ୍ରିୟାକୁ ଭିନ୍ନ ଅର୍ଥରେ ଦେଖାଯାଉଛି।

ଛଦ୍ମ ଧମକ
ମୋଦି ସରକାରରେ ବାବୁମାନେ କେନ୍ଦ୍ରରେ ଚାକିରି କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା କିଛିବର୍ଷ ହେଲା ଲକ୍ଷ୍ୟ କରାଯାଉଛି। କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଡେପୁଟେଶନରେ ଯୁଗ୍ମ ସଚିବ ସ୍ତର ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ବାବୁମାନଙ୍କୁ ପଠାଇବାକୁ ରାଜ୍ୟମାନଙ୍କୁ କହିଆସୁଛନ୍ତି। ଗତବର୍ଷ ନଭେମ୍ବରରେ ସେଣ୍ଟ୍ରାଲ ଷ୍ଟାଫିଙ୍ଗ୍‌ ସ୍କିମ୍‌ ଅନୁଯାୟୀ ଏବଂ ମୁଖ୍ୟ ଭିଜିଲାନ୍ସ ଅଫିସର ପଦବୀରେ ନିଯୁକ୍ତି ପାଇଁ ବାବୁମାନଙ୍କୁ କେନ୍ଦ୍ରକୁ ଡେପୁଟେଶନରେ ପଠାଇବାକୁ କେନ୍ଦ୍ର ସରକାର ଶେଷଥର ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟଗୁଡ଼ିକର ପ୍ରତିକ୍ରିୟା ନିରାଶାଜନକ ଥିଲା। ସୂଚନାନୁସାରେ ବିଭିନ୍ନ କ୍ୟାଡର୍‌ ଓ ସେବାରୁ ବିଶେଷ କରି ନିର୍ଦ୍ଦେଶକ ସ୍ତରରେ ମିଳିଥିବା ସର୍ବନିମ୍ନ ସଂଖ୍ୟକ ନାମାଙ୍କନପତ୍ରକୁ ନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଚିନ୍ତା ପ୍ରକଟ କରିଛି। ରାଜ୍ୟ ସରକାରଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କ ନିକଟକୁ ପଠାଯାଇଥିବା ଆଦେଶନାମାରେ ଡିଓପିଟି କହିଛି ଯେ ଏହି ପଦବୀଗୁଡିକର କମ୍‌ ଉପଯୋଗ ହେବା ଦ୍ୱାରା କ୍ୟାଡର ପରିଚାଳନାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇପାରେ। ପୁନଶ୍ଚ ଭବିଷ୍ୟତରେ ଗ୍ରହଣ କରାଯାଇଥିବା କ୍ୟାଡର ସମୀକ୍ଷା ପ୍ରସ୍ତାବକୁ ବିଚାର କରିବାବେଳେ ଏହି ଦିଗକୁ ଦୃଷ୍ଟିରେ ରଖାଯିବ ବୋଲି ଉକ୍ତ ଆଦେଶନାମାରେ ଚେତାବନୀ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ନାମାଙ୍କନ ପଠାଇ ନ ଥିବା କ୍ୟାଡରଗୁଡ଼ିକୁ ହୁଏତ ଅଳ୍ପ ସଂଖ୍ୟକ ଅତିରିକ୍ତ ବରିଷ୍ଠ ପଦବୀ ପାଇଁ ବାଛିବାକୁ ପଡିବ ବୋଲି ଏଥିରେ କୁହାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri