କଶ୍ମୀରରେ ଆବାସିକ ପ୍ରମାଣପତ୍ର

Dillip Cherian

ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବାର ୧୦ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଆବାସିକ ପ୍ରମାଣପତ୍ର ଦେବା ଆରମ୍ଭ କରିଛି। ନୂତନ ନିୟମ ଅନୁସାରେ ଅଣ-ସ୍ଥାନୀୟ ବା ବାହାର ରାଜ୍ୟରୁ ଆସି ଜମ୍ମୁ-କଶ୍ମୀରରେ ସ୍ଥାୟୀଭାବେ ବସବାସ କରୁଥିବା ଲୋକ ଆବାସିକ ପ୍ରମାଣପତ୍ର ପାଇପାରିବେ। ବିହାରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ନବୀନ କୁମାର ଚୌଧରୀ ହେଉଛନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ପ୍ରଥମ ବାବୁ। ୧୯୯୪-ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଅଧିକାରୀ ଚୌଧରୀ ବର୍ତ୍ତମାନ ଜମ୍ମୁ-କଶ୍ମୀର କୃଷି ଉତ୍ପାଦନ ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ନିକଟରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଗିରୀଶ ଚନ୍ଦ୍ର ମୁର୍ମୁ ଉଭୟ ସ୍ଥାନୀୟ ତଥା ଅଣ-ସ୍ଥାନୀୟ ଲୋକଙ୍କୁ ଯଥାଶୀଘ୍ର ଆବାସିକ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ଇ-ଆବେଦନ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା ଯେ, ଜମ୍ମୁ-କଶ୍ମୀରରେ ୧୫ ବର୍ଷ ରହିଆସିଥିବା କିମ୍ବା ଜମ୍ମୁ-କଶ୍ମୀରର କୌଣସି ଶିକ୍ଷାନୁଷ୍ଠାନରେ ୭ ବର୍ଷ ପଢ଼ି ଦଶମ ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ଏହି ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯିବ। ତେବେ ଏହି ପଦକ୍ଷେପ କେନ୍ଦ୍ରର ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି ଏବଂ ଏହାକୁ କଶ୍ମୀରବାସୀଙ୍କ ଜନସଂଖ୍ୟାଗତ ତଥା ସାଂସ୍କୃତିକ ପରିଚୟ ବଦଳାଇବାକୁ ଏକ ପ୍ରୟାସ ବୋଲି ଅଭିଯୋଗ କରାଯାଉଛି। ସୂଚନାନୁସାରେ, କେନ୍ଦ୍ର ସରକାର ଆଇନ ବଦଳାଇବା ପରଠାରୁ ୩୦,୦୦୦ରୁ ଅଧିକ ଲୋକ ଏଠାରେ ଅନ୍‌ଲାଇନରେ ଆବାସିକ ପ୍ରମାଣପତ୍ର ପାଇସାରିଲେଣି।

ବାବୁଙ୍କୁ ରାଜ୍ୟପାଳଙ୍କ ପରାମର୍ଶ
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ମଧ୍ୟରେ ଗତବର୍ଷ ଜୁଲାଇ ମାସରୁ ଧନଖଡ଼ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିବାଦ ଲାଗି ରହିଛି। ଜାରି ରହିଥିବା କୋଭିଡ ସଙ୍କଟ କେବଳ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ଦୋଷାରୋପ ପ୍ରବୃତ୍ତିକୁ ତୀକ୍ଷ୍ଣ କରିଛି। ତେବେ ଆମେ ଏହି ଅସରନ୍ତି ଲଢ଼େଇର ଏନ୍‌-ତମ ଅଧ୍ୟାୟ ଉପରେ ଆଲୋକପାତ କରୁଛୁ କାରଣ ଏଥିରେ ଏଥର ବାବୁଙ୍କ ସମ୍ପର୍କରେ କିଛି କୁହାଯାଇଛି। ନିକଟରେ ଧନଖଡ଼ ଟୁଇଟରକୁ ଯାଇ ପଶ୍ଚିମବଙ୍ଗର ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ସେ ସର୍ବଭାରତୀୟ ସେବା ଆଚରଣ ସଂହିତା ବିଷୟରେ ଉଲ୍ଲେଖ କରି ରାଜ୍ୟରେ ଏହି ନିୟମର ବ୍ୟାପକ ଅବମାନନା ଓ ଉଲ୍ଲଂଘନ କରାଯାଉଛି ବୋଲି କହିଥିଲେ। ସେ ଏପରି କୌଣସି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ, ଯାହା କୌଣସି ଆଇନ, ନିୟମ, ବିଧି ଏବଂ ପ୍ରତିଷ୍ଠିତ ପରମ୍ପରାର ବିରୋଧୀ। ନିଜର କର୍ତ୍ତବ୍ୟ ସମ୍ପାଦନ ବେଳେ ଅନୁଶାସନ ଓ ଶୃଙ୍ଖଳା ବଜାୟ ରଖିବା, ଯଥାର୍ଥ ଭାବରେ ସୂଚିତ କରାଯାଇଥିବା ଆଇନସମ୍ମତ ସରକାରୀ ଆଦେଶ ପାଳନ କରିବାକୁ ପ୍ରସ୍ତୁତ ରହିବା ଏବଂ ସର୍ବୋଚ୍ଚ ବୃତ୍ତିଗତ ଦକ୍ଷତା ଓ ଉତ୍ସର୍ଗୀକୃତ ଭାବନା ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ସଙ୍କଟର ପରିଚାଳନାରେ ତ୍ରୁଟିବିଚ୍ୟୁତି ନେଇ ମିଳୁଥିବା ରିପୋର୍ଟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅମ୍ଫାନ୍‌ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ବଣ୍ଟନରେ ହୋଇଥିବା ଅନିୟମିତତା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ରାଜ୍ୟରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟପାଳଙ୍କ ଏତାଦୃଶ ପ୍ରତିକ୍ରିୟାକୁ ଭିନ୍ନ ଅର୍ଥରେ ଦେଖାଯାଉଛି।

ଛଦ୍ମ ଧମକ
ମୋଦି ସରକାରରେ ବାବୁମାନେ କେନ୍ଦ୍ରରେ ଚାକିରି କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା କିଛିବର୍ଷ ହେଲା ଲକ୍ଷ୍ୟ କରାଯାଉଛି। କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଡେପୁଟେଶନରେ ଯୁଗ୍ମ ସଚିବ ସ୍ତର ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ବାବୁମାନଙ୍କୁ ପଠାଇବାକୁ ରାଜ୍ୟମାନଙ୍କୁ କହିଆସୁଛନ୍ତି। ଗତବର୍ଷ ନଭେମ୍ବରରେ ସେଣ୍ଟ୍ରାଲ ଷ୍ଟାଫିଙ୍ଗ୍‌ ସ୍କିମ୍‌ ଅନୁଯାୟୀ ଏବଂ ମୁଖ୍ୟ ଭିଜିଲାନ୍ସ ଅଫିସର ପଦବୀରେ ନିଯୁକ୍ତି ପାଇଁ ବାବୁମାନଙ୍କୁ କେନ୍ଦ୍ରକୁ ଡେପୁଟେଶନରେ ପଠାଇବାକୁ କେନ୍ଦ୍ର ସରକାର ଶେଷଥର ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟଗୁଡ଼ିକର ପ୍ରତିକ୍ରିୟା ନିରାଶାଜନକ ଥିଲା। ସୂଚନାନୁସାରେ ବିଭିନ୍ନ କ୍ୟାଡର୍‌ ଓ ସେବାରୁ ବିଶେଷ କରି ନିର୍ଦ୍ଦେଶକ ସ୍ତରରେ ମିଳିଥିବା ସର୍ବନିମ୍ନ ସଂଖ୍ୟକ ନାମାଙ୍କନପତ୍ରକୁ ନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଚିନ୍ତା ପ୍ରକଟ କରିଛି। ରାଜ୍ୟ ସରକାରଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କ ନିକଟକୁ ପଠାଯାଇଥିବା ଆଦେଶନାମାରେ ଡିଓପିଟି କହିଛି ଯେ ଏହି ପଦବୀଗୁଡିକର କମ୍‌ ଉପଯୋଗ ହେବା ଦ୍ୱାରା କ୍ୟାଡର ପରିଚାଳନାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇପାରେ। ପୁନଶ୍ଚ ଭବିଷ୍ୟତରେ ଗ୍ରହଣ କରାଯାଇଥିବା କ୍ୟାଡର ସମୀକ୍ଷା ପ୍ରସ୍ତାବକୁ ବିଚାର କରିବାବେଳେ ଏହି ଦିଗକୁ ଦୃଷ୍ଟିରେ ରଖାଯିବ ବୋଲି ଉକ୍ତ ଆଦେଶନାମାରେ ଚେତାବନୀ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ନାମାଙ୍କନ ପଠାଇ ନ ଥିବା କ୍ୟାଡରଗୁଡ଼ିକୁ ହୁଏତ ଅଳ୍ପ ସଂଖ୍ୟକ ଅତିରିକ୍ତ ବରିଷ୍ଠ ପଦବୀ ପାଇଁ ବାଛିବାକୁ ପଡିବ ବୋଲି ଏଥିରେ କୁହାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri