ଚରିତ୍ର ସନ୍ଦେହରୁ ଯାଇଥିଲା ସୁନନ୍ଦଙ୍କ ଜୀବନ

ପବିତ୍ରନଗର, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଳକ ସମଲ ଥାନା ଶିଲିଂ ଗ୍ରାମରେ ପାରିବାରିକ କଳହ କାରଣରୁ ସୁନନ୍ଦ ପ୍ରଧାନଙ୍କୁ ପିଟି ମାରିବା ଘଟଣାରେ ପୋଲିସ ଶୁକ୍ରବାର ୮ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ତ୍ରୀ ଭାରତୀ ପ୍ରଧାନ, ଝିଅ ଟୁନିରାଣୀ, ଲୁନିରାଣୀ, ମୃତକଙ୍କ ଶ୍ୱଶୁର ଶ୍ରୀନିବାସ ବିଶ୍ବାଳ, ଶଳା ପିନୁ ବିଶ୍ବାଳ, ଶଡୁ ଜତିନ୍ଦ୍ର ସାହୁ, ଅନ୍ୟ ସହଯୋଗୀ ବସନ୍ତ ମହାକୁଡ଼ ଓ ଅର୍ଜୁନ ହେମ୍ବ୍ରମ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ସମଲ ଥାନା ଆଇଆଇସି ଚାରୁଲତା ବେହେରା କହିଛନ୍ତି, ସୁନନ୍ଦ ଓ ତାଙ୍କ ସ୍ତ୍ରୀ ଭାରତୀ ପରସ୍ପରର ଚରିତ୍ରକୁ ସନ୍ଦେହ କରୁଥିଲେ। ଏହି କାରଣରୁ ଅନେକ ସମୟରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ବୁଧବାର ରାତିରେ ସୁନନ୍ଦ ଘରକୁ ଆସିଥିବା ବେଳେ ପୁଣି କଳହ ଲାଗିଥିଲା। ସୁନନ୍ଦ ତାଙ୍କୁ ମାରିଦେବା ଆଶଙ୍କା କରି ଭାରତୀ ସେହି ରାତିରେ ହିଁ ବାପଘର ଲୋକଙ୍କୁ ଡକାଇଥିଲେ। ବିଳମ୍ବିତ ରାତିରେ ସୁନନ୍ଦଙ୍କ ଶ୍ୱଶୁର ଶ୍ରୀନିବାସ, ଶଳା ପିନୁ, ଶଡୁ ଜତିନ୍ଦ୍ର ଆସିବା ସହ ଅନ୍ୟ ଦୁଇଜଣ ବସନ୍ତ ଓ ଅର୍ଜୁନଙ୍କୁ ସାଙ୍ଗରେ ଆଣିଥିଲେ। ତେବେ ପାଟିତୁଣ୍ଡ ବେଳେ ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଅଭିଯୁକ୍ତମାନେ ସୁନନ୍ଦଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସୁନନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ଭାରତୀ ଓ ଦୁଇ ଝିଅ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଜାଣିପାରିଥିଲା ଓ ମୋଟ୍‌ ୮ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୧ା୩- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ୪ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ବେଆଇନ ଦେଶୀ ବନ୍ଧୁକ ଜବତ: ଶିକାରୀ ଗିରଫ

କିର୍ମିରା, ୧୨।୯ (ଡି.ଏନ୍‌.ଏ):  ଝାରସୁଗୁଡା ଜିଲା ଲଇକେରା ଥାନା ବାଗଡ଼ିହି ଫାଣ୍ଡି ଅନ୍ତର୍ଗତ ବରପାଏନ୍‌ ଖଡ଼ିଆମାଲ ଗ୍ରାମରୁ ମଙ୍ଗଳବାର ପୋଲିସ ଏକ ଦେଶୀ ବନ୍ଧୁକ ଜବତ...

ଯୋଡ଼ାରେ ୧୮ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ୩ ଘର

ଯୋଡ଼ା, ୧୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ୩ ଟି ଘର ଭାଙ୍ଗି...

‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର

ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର...

ଫୁଲବତୀଙ୍କ ଅଫୁଟା ଭବିଷ୍ୟତ

ସମ୍ବଲପୁର,୧୮ା୯(ଶୁଭାଶିଷ ପାଢ଼ୀ): ପିଲା ଜନ୍ମ ହେଲେ ମା’ବାପା ନାମକରଣ କରନ୍ତି। ଭଗବାନ ଓ ଶୁଭସୂଚନା ଦେଉଥିବା ନାମ ରଖିଲେ ନାମକରଣ ଅନୁସାରେ କାର୍ଯ୍ୟରେ ସଫଳତା ମିଳିଥାଏ,...

ପାଠ ପଢ଼ାରେ ଅନ୍ଧାରୀ ନଦୀ ବାଧକ

ଦେଶମନ୍ତପୁର, ୧୩ା୯( ଡି.ଏନ୍‌. ଏ.):କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ଏବେ ମଧ୍ୟ ଏପରି ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠି ଅର୍ଥ ବିନିଯୋଗ ହେଉଥିଲେ ମଧ୍ୟ ଏହାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪, ୮୩,୪୪୧ ଟଙ୍କା ପ୍ରଦାନ କଲା ଶେରଗଡ଼ ବ୍ଲକ ଶିକ୍ଷକ ସଂଘ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ପାଇଁ ସମସ୍ତେ ସହାୟତାର ହାତ ବଢ଼ାଉଥିବା ବେଳେ ଶେରଗଡ଼ ଶିକ୍ଷକମାନେ ମଧ୍ୟ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ଶେରଗଡ଼...

Advertisement
Archives

Model This Week