ସ୍ମାର୍ଟସିଟିରେ ଦହଗଞ୍ଜ ୧୨ ବସ୍ତିର ବାସିନ୍ଦା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରିବା ପାଇଁ ଯୋଜନା ପରେ ଯୋଜନା କରାଯାଉଛି। କିନ୍ତୁ ଏବେ ବି ସ୍ମାର୍ଟସିଟିରେ ରହୁଥିବା ଅନେକ ବସ୍ତିବାସିନ୍ଦା ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ଡ୍ରେନ୍‌ ନାହିଁ। କେଉଁଠି ଶୌଚାଳୟ ସୁବିଧା ନାହିଁ ତ ପୁଣି ଆଉ କେଉଁଠି ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି। ଏପରି ବିଭିନ୍ନ ସମସ୍ୟାକୁ ନେଇ ଓ୍ବାର୍ଡ ନଂ.୧୦ ଅନ୍ତର୍ଗତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପ୍ରାୟ ୧୨ଟି ବସ୍ତିର ବାସିନ୍ଦା ବର୍ଷବର୍ଷ ଧରି ଦହଗଞ୍ଜ ହେଉଛନ୍ତି। ଜଗନ୍ନାଥ ଲେପୋର୍ସୀ କଲୋନୀ, ପୁରୁଷୋତ୍ତମ ବସ୍ତି, ଝରଣା ବସ୍ତି(କ) ଓ (ଖ), ମଣିନାଗେଶ୍ୱରୀ ବସ୍ତି, ଭଗବତୀ ବସ୍ତି, ହାଡ଼ବାଇ ବସ୍ତି, ଆଖଣ୍ଡଳମଣି ବସ୍ତି, ଗୋପବନ୍ଧୁ ବସ୍ତି, ଟୁୟୁଘୁଟୁ ବସ୍ତି ସରକାରୀ ଜମିରେ ଗଢ଼ି ଉଠିଛି। ଓ୍ବାର୍ଡର ଅଧିକାଂଶ ଅଞ୍ଚଳ ଇଡ୍‌କୋ ଅଧୀନରେ ରହିଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି। ଓ୍ବାର୍ଡରେ ଭଲ ରାସ୍ତା ନାହିଁ। ଖାଲଖମା ଓ ଅଣଓସାରିଆ ରାସ୍ତା ସ୍ମାର୍ଟସିଟିର ଚିତ୍ରକୁ ବିକୃତ କରୁଛି। ଡ୍ରେନ୍‌ ନ ଥିବାରୁ ଘର ଆଗରେ ପାଣି ଜମି ରହୁଛି। କେତେକ ବସ୍ତିରେ ଦୁର୍ଗନ୍ଧରେ ନାକ ଫାଟିବା ସହ ପୋକ ସାଲୁବାଲୁ ହୋଇ ପରିବେଶକୁ ଅସ୍ବାସ୍ଥ୍ୟକର କରୁଛି। ବର୍ଷାଦିନ ଆସିଲେ ଦୁର୍ଦ୍ଦଶା ବହୁଗୁଣିତ ହେଉଛି। ବର୍ଷା ଓ ଆବର୍ଜନା ଜଳ ନିଷ୍କାସିତ ହୋଇ ନ ପାରି ଘରେ ପଶୁଛି। ଘରେ ଶିଶୁ, ବୃଦ୍ଧ ଓ ରୋଗୀ ଥିଲେ କଥା ସରିଲା। ପାନୀୟ ଜଳ ସମସ୍ୟା ମଧ୍ୟ ଅଞ୍ଚଳବାସୀଙ୍କ ଯନ୍ତ୍ରଣାକୁ ବଢ଼ାଇଦେଉଛି। ଇଡ୍‌କୋଠାରୁ ଅନୁମତି ମିଳୁ ନ ଥିବାରୁ ଅଞ୍ଚଳର ବିକାଶଧାରା ବାଧାପ୍ରାପ୍ତ ହେଉଥିବାବେଳେ ଅଞ୍ଚଳବାସୀଙ୍କ ଜୀବନଧାରାରେ କିଛି ବି ପରିବର୍ତ୍ତନ ଆସିପାରୁନି।

ଇଡ୍‌କୋ ଏନ୍‌ଓସି ଦେଉ ନ ଥିବାରୁ ଉନ୍ନୟନ କାମ ଅଟକିଛି
ଇଡ୍‌କୋ ଜମିରେ ଓ୍ବାର୍ଡର ଅଧିକାଂଶ ଅଞ୍ଚଳ ରହୁଛି। ତେଣୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଇଡ୍‌କୋର ସହାୟତା ଦରକାର ପଡ଼ୁଛି। ତେବେ ଇଡ୍‌କୋ ଅଧିକାରୀ ଏଥିରେ ସହଯୋଗ କରୁ ନ ଥିବାରୁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଇଡ୍‌କୋଠାରୁ ଏନ୍‌ଓସି ମିଳିବା ପରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ। ସମସ୍ୟା ବିଷୟରେ ବିଧାୟକ ସୁଶାନ୍ତ ରାଉତଙ୍କଠାରୁ ଆରମ୍ଭ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଏମ୍‌ସି ପକ୍ଷରୁ ଏନେଇ ଇଡ୍‌କୋକୁ ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ସକରାମତ୍କ ଉତ୍ତର ମିଳିପାରିନାହିଁ।
– ସେକ୍‌ ନୁର୍‌ହାସନ, କର୍ପୋରେଟର, ଓ୍ବାର୍ଡ ନଂ.୧୦
ଡ୍ରେନ୍‌ ପାଣି ଘରେ ପଶୁଛି,
ପୋକଜୋକ, ମଶା ଉତ୍ପାତ କରୁଛନ୍ତି
ବର୍ଷ ବର୍ଷ ଧରି ସେଇ ଖାଲଖମା ରାସ୍ତାରେ ଯାଉଛୁ। ଅନେକ ସମୟରେ ଲୋକେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଡ୍ରେନ୍‌ ତ ନାହିଁ, ହେଲେ ବର୍ଷାଦିନେ ରାସ୍ତାଘାଟ ଘରଦ୍ୱାର ସବୁ ଡ୍ରେନରେ ପରିଣତ ହେଉଛି। ସବୁବେଳେ ଘର ଆଗରେ ପାଣି ଜମି ରହୁଛି। ନର୍ଦ୍ଦମାର ପୋକଜୋକ ସବୁ ଘରେ ପଶୁଛନ୍ତି। ଦିନରେ ମାଛି ଯେମିତି ହେଉଛନ୍ତି, ରାତିରେ ସେମିତି ମଶା। ବିଏମ୍‌ସି ପକ୍ଷରୁ ମଶାମରା ତେଲ ମଧ୍ୟ ପକାଯାଉନାହିଁ।
– ରମା ବେହେରା, ସ୍ଥାନୀୟ ବାସିନ୍ଦା
କାଦୁଅ ପଚପଚ, ଖାଲଖମା ରାସ୍ତା
ନାମକୁ ମାତ୍ର ସ୍ମାର୍ଟସିଟି। ପ୍ରକୃତଚିତ୍ର ଆଖିରେ ନ ଦେଖିଲା ଯାଏ କେହି ବିଶ୍ୱାସ କରିପାରିବେ ନାହିଁ। କଚ୍ଚା ରାସ୍ତାରେ ଖରା ଓ ଶୀତଦିନରେ ଧୂଳି ଉଡ଼ି ରୋଗ କରିପକାଉଛି। ବର୍ଷାଦିନେ କାଦୁଅ ପଚପଚ ରାସ୍ତା ସହ ଖାଲ ଖମା ଯୋଗୁ ଆମେ ହଇରାଣ ହେଉଛୁ। ଯେଉଁଠି ସାଧାରଣ ରାସ୍ତାଘାଟର ସୁବିଧା ନାହିଁ, ସେଠାରେ ଆଉ କିଛି ସୁବିଧା ପାଇବା ଆଶା ରଖିବା ବି ବୃଥା। ଏମିତି ରାସ୍ତାରେ ଆମ୍ବୁଲାନ୍ସଟିଏ ପାର୍‌ ହେବାକୁ ବହୁତ ସମୟ ଲାଗିଯାଉଛି।
– ଦମୟନ୍ତୀ ବେହେରା, ସ୍ଥାନୀୟ ବାସିନ୍ଦା
ପାଇଖାନା ନାହିଁ, ଟ୍ରେନ୍‌
ଲାଇନ୍‌କୁ ଶୌଚ ପାଇଁ ଯାଉଛୁ
ପୁରୁଷୋତ୍ତମ ବସ୍ତିରେ କାହା ଘରେ ମଧ୍ୟ ପାଇଖାନା ନାହିଁ। ରେଳ ଧାରଣାକୁ ଛୋଟରୁ ବଡ଼ ସମସ୍ତେ ଶୌଚ ହେବା ପାଇଁ ଯାଉଛନ୍ତି। ଫଳରେ ପୂର୍ବରୁ ଟ୍ରେନ୍‌ରେ କଟି କେତେଜଣଙ୍କ ଜୀବନ ମଧ୍ୟ ଯାଇଛି। ଏଥିପ୍ରତି କାହାର ନଜର ନାହିଁ। ଗୋଟିଏ ସର୍ବସାଧାରଣ ଶୌଚାଳୟ ହୋଇପାରିଲେ ଲୋକମାନେ ଉପକୃତ ହୋଇପାରନ୍ତେ। ନାଳ ନର୍ଦ୍ଦମା ସଂସ୍ପର୍ଶରେ ଆସି ପିଲାମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି।
– ସୁନୀଲ ବେହେରା, ସ୍ଥାନୀୟ ବାସିନ୍ଦା
ପିଲାମାନେ ଖେଳିବାକୁ
ରାସ୍ତାକୁ ଚାଲିଯାଉଛନ୍ତି
ପିଲାମାନେ ଖେଳାବୁଲା କରିବାକୁ ସ୍ଥାନ ପାଉନାହାନ୍ତି, ରାସ୍ତା ଉପରକୁ ଚାଲିଆସୁଛନ୍ତି। ସେଥିପାଇଁ ରାସ୍ତାରେ ସ୍ପିଡ୍‌ ବ୍ରେକର କରିବା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ରୋଗୀ, ବୃଦ୍ଧ, ଶିଶୁ ସମସ୍ତେ ରେଳଧାରଣାକୁ ଶୌଚ ହେବା ପାଇଁ ଯାଉଛନ୍ତି। ମୋ ଶାଶୂ ଏମିତି ଦିନେ ଟ୍ରେନ୍‌ରେ କଟିଯାଇଥିଲେ। ତଥାପି କୌଣସି ପଦକ୍ଷେପ ନିଆଗଲା ନାହିଁ।
– ନହଲୀ ବେହେରା, ପୁରୁଷୋତ୍ତମ ବସ୍ତି ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri