ସ୍ମାର୍ଟସିଟିରେ ଦହଗଞ୍ଜ ୧୨ ବସ୍ତିର ବାସିନ୍ଦା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରିବା ପାଇଁ ଯୋଜନା ପରେ ଯୋଜନା କରାଯାଉଛି। କିନ୍ତୁ ଏବେ ବି ସ୍ମାର୍ଟସିଟିରେ ରହୁଥିବା ଅନେକ ବସ୍ତିବାସିନ୍ଦା ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ଡ୍ରେନ୍‌ ନାହିଁ। କେଉଁଠି ଶୌଚାଳୟ ସୁବିଧା ନାହିଁ ତ ପୁଣି ଆଉ କେଉଁଠି ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି। ଏପରି ବିଭିନ୍ନ ସମସ୍ୟାକୁ ନେଇ ଓ୍ବାର୍ଡ ନଂ.୧୦ ଅନ୍ତର୍ଗତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପ୍ରାୟ ୧୨ଟି ବସ୍ତିର ବାସିନ୍ଦା ବର୍ଷବର୍ଷ ଧରି ଦହଗଞ୍ଜ ହେଉଛନ୍ତି। ଜଗନ୍ନାଥ ଲେପୋର୍ସୀ କଲୋନୀ, ପୁରୁଷୋତ୍ତମ ବସ୍ତି, ଝରଣା ବସ୍ତି(କ) ଓ (ଖ), ମଣିନାଗେଶ୍ୱରୀ ବସ୍ତି, ଭଗବତୀ ବସ୍ତି, ହାଡ଼ବାଇ ବସ୍ତି, ଆଖଣ୍ଡଳମଣି ବସ୍ତି, ଗୋପବନ୍ଧୁ ବସ୍ତି, ଟୁୟୁଘୁଟୁ ବସ୍ତି ସରକାରୀ ଜମିରେ ଗଢ଼ି ଉଠିଛି। ଓ୍ବାର୍ଡର ଅଧିକାଂଶ ଅଞ୍ଚଳ ଇଡ୍‌କୋ ଅଧୀନରେ ରହିଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି। ଓ୍ବାର୍ଡରେ ଭଲ ରାସ୍ତା ନାହିଁ। ଖାଲଖମା ଓ ଅଣଓସାରିଆ ରାସ୍ତା ସ୍ମାର୍ଟସିଟିର ଚିତ୍ରକୁ ବିକୃତ କରୁଛି। ଡ୍ରେନ୍‌ ନ ଥିବାରୁ ଘର ଆଗରେ ପାଣି ଜମି ରହୁଛି। କେତେକ ବସ୍ତିରେ ଦୁର୍ଗନ୍ଧରେ ନାକ ଫାଟିବା ସହ ପୋକ ସାଲୁବାଲୁ ହୋଇ ପରିବେଶକୁ ଅସ୍ବାସ୍ଥ୍ୟକର କରୁଛି। ବର୍ଷାଦିନ ଆସିଲେ ଦୁର୍ଦ୍ଦଶା ବହୁଗୁଣିତ ହେଉଛି। ବର୍ଷା ଓ ଆବର୍ଜନା ଜଳ ନିଷ୍କାସିତ ହୋଇ ନ ପାରି ଘରେ ପଶୁଛି। ଘରେ ଶିଶୁ, ବୃଦ୍ଧ ଓ ରୋଗୀ ଥିଲେ କଥା ସରିଲା। ପାନୀୟ ଜଳ ସମସ୍ୟା ମଧ୍ୟ ଅଞ୍ଚଳବାସୀଙ୍କ ଯନ୍ତ୍ରଣାକୁ ବଢ଼ାଇଦେଉଛି। ଇଡ୍‌କୋଠାରୁ ଅନୁମତି ମିଳୁ ନ ଥିବାରୁ ଅଞ୍ଚଳର ବିକାଶଧାରା ବାଧାପ୍ରାପ୍ତ ହେଉଥିବାବେଳେ ଅଞ୍ଚଳବାସୀଙ୍କ ଜୀବନଧାରାରେ କିଛି ବି ପରିବର୍ତ୍ତନ ଆସିପାରୁନି।

ଇଡ୍‌କୋ ଏନ୍‌ଓସି ଦେଉ ନ ଥିବାରୁ ଉନ୍ନୟନ କାମ ଅଟକିଛି
ଇଡ୍‌କୋ ଜମିରେ ଓ୍ବାର୍ଡର ଅଧିକାଂଶ ଅଞ୍ଚଳ ରହୁଛି। ତେଣୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଇଡ୍‌କୋର ସହାୟତା ଦରକାର ପଡ଼ୁଛି। ତେବେ ଇଡ୍‌କୋ ଅଧିକାରୀ ଏଥିରେ ସହଯୋଗ କରୁ ନ ଥିବାରୁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଇଡ୍‌କୋଠାରୁ ଏନ୍‌ଓସି ମିଳିବା ପରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ। ସମସ୍ୟା ବିଷୟରେ ବିଧାୟକ ସୁଶାନ୍ତ ରାଉତଙ୍କଠାରୁ ଆରମ୍ଭ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଏମ୍‌ସି ପକ୍ଷରୁ ଏନେଇ ଇଡ୍‌କୋକୁ ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ସକରାମତ୍କ ଉତ୍ତର ମିଳିପାରିନାହିଁ।
– ସେକ୍‌ ନୁର୍‌ହାସନ, କର୍ପୋରେଟର, ଓ୍ବାର୍ଡ ନଂ.୧୦
ଡ୍ରେନ୍‌ ପାଣି ଘରେ ପଶୁଛି,
ପୋକଜୋକ, ମଶା ଉତ୍ପାତ କରୁଛନ୍ତି
ବର୍ଷ ବର୍ଷ ଧରି ସେଇ ଖାଲଖମା ରାସ୍ତାରେ ଯାଉଛୁ। ଅନେକ ସମୟରେ ଲୋକେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଡ୍ରେନ୍‌ ତ ନାହିଁ, ହେଲେ ବର୍ଷାଦିନେ ରାସ୍ତାଘାଟ ଘରଦ୍ୱାର ସବୁ ଡ୍ରେନରେ ପରିଣତ ହେଉଛି। ସବୁବେଳେ ଘର ଆଗରେ ପାଣି ଜମି ରହୁଛି। ନର୍ଦ୍ଦମାର ପୋକଜୋକ ସବୁ ଘରେ ପଶୁଛନ୍ତି। ଦିନରେ ମାଛି ଯେମିତି ହେଉଛନ୍ତି, ରାତିରେ ସେମିତି ମଶା। ବିଏମ୍‌ସି ପକ୍ଷରୁ ମଶାମରା ତେଲ ମଧ୍ୟ ପକାଯାଉନାହିଁ।
– ରମା ବେହେରା, ସ୍ଥାନୀୟ ବାସିନ୍ଦା
କାଦୁଅ ପଚପଚ, ଖାଲଖମା ରାସ୍ତା
ନାମକୁ ମାତ୍ର ସ୍ମାର୍ଟସିଟି। ପ୍ରକୃତଚିତ୍ର ଆଖିରେ ନ ଦେଖିଲା ଯାଏ କେହି ବିଶ୍ୱାସ କରିପାରିବେ ନାହିଁ। କଚ୍ଚା ରାସ୍ତାରେ ଖରା ଓ ଶୀତଦିନରେ ଧୂଳି ଉଡ଼ି ରୋଗ କରିପକାଉଛି। ବର୍ଷାଦିନେ କାଦୁଅ ପଚପଚ ରାସ୍ତା ସହ ଖାଲ ଖମା ଯୋଗୁ ଆମେ ହଇରାଣ ହେଉଛୁ। ଯେଉଁଠି ସାଧାରଣ ରାସ୍ତାଘାଟର ସୁବିଧା ନାହିଁ, ସେଠାରେ ଆଉ କିଛି ସୁବିଧା ପାଇବା ଆଶା ରଖିବା ବି ବୃଥା। ଏମିତି ରାସ୍ତାରେ ଆମ୍ବୁଲାନ୍ସଟିଏ ପାର୍‌ ହେବାକୁ ବହୁତ ସମୟ ଲାଗିଯାଉଛି।
– ଦମୟନ୍ତୀ ବେହେରା, ସ୍ଥାନୀୟ ବାସିନ୍ଦା
ପାଇଖାନା ନାହିଁ, ଟ୍ରେନ୍‌
ଲାଇନ୍‌କୁ ଶୌଚ ପାଇଁ ଯାଉଛୁ
ପୁରୁଷୋତ୍ତମ ବସ୍ତିରେ କାହା ଘରେ ମଧ୍ୟ ପାଇଖାନା ନାହିଁ। ରେଳ ଧାରଣାକୁ ଛୋଟରୁ ବଡ଼ ସମସ୍ତେ ଶୌଚ ହେବା ପାଇଁ ଯାଉଛନ୍ତି। ଫଳରେ ପୂର୍ବରୁ ଟ୍ରେନ୍‌ରେ କଟି କେତେଜଣଙ୍କ ଜୀବନ ମଧ୍ୟ ଯାଇଛି। ଏଥିପ୍ରତି କାହାର ନଜର ନାହିଁ। ଗୋଟିଏ ସର୍ବସାଧାରଣ ଶୌଚାଳୟ ହୋଇପାରିଲେ ଲୋକମାନେ ଉପକୃତ ହୋଇପାରନ୍ତେ। ନାଳ ନର୍ଦ୍ଦମା ସଂସ୍ପର୍ଶରେ ଆସି ପିଲାମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି।
– ସୁନୀଲ ବେହେରା, ସ୍ଥାନୀୟ ବାସିନ୍ଦା
ପିଲାମାନେ ଖେଳିବାକୁ
ରାସ୍ତାକୁ ଚାଲିଯାଉଛନ୍ତି
ପିଲାମାନେ ଖେଳାବୁଲା କରିବାକୁ ସ୍ଥାନ ପାଉନାହାନ୍ତି, ରାସ୍ତା ଉପରକୁ ଚାଲିଆସୁଛନ୍ତି। ସେଥିପାଇଁ ରାସ୍ତାରେ ସ୍ପିଡ୍‌ ବ୍ରେକର କରିବା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ରୋଗୀ, ବୃଦ୍ଧ, ଶିଶୁ ସମସ୍ତେ ରେଳଧାରଣାକୁ ଶୌଚ ହେବା ପାଇଁ ଯାଉଛନ୍ତି। ମୋ ଶାଶୂ ଏମିତି ଦିନେ ଟ୍ରେନ୍‌ରେ କଟିଯାଇଥିଲେ। ତଥାପି କୌଣସି ପଦକ୍ଷେପ ନିଆଗଲା ନାହିଁ।
– ନହଲୀ ବେହେରା, ପୁରୁଷୋତ୍ତମ ବସ୍ତି ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?