ଶିଖ୍‌ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍‌ ଧର୍ମର ହୋଇଥିବାରୁ ସେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି ହରମିତ ଅଭିଯୋଗ କରିଛନ୍ତି। ତାଙ୍କର ଧାର୍ମିକ ବିଶ୍ୱାସ ଯୋଗୁ ତାଙ୍କୁ ରିପବ୍ଲିକାନ ନେତାମାନେ ଟାର୍ଗେଟ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ତେବେ ସେ କହିଛନ୍ତି ଯେ ଏଭଳି କାର୍ଯ୍ୟ ନେଇ ଭୟଭୀତ ନ ହୋଇ ସଂଗ୍ରାମ ଜାରି ରଖିବେ।

ହରମିତ କାଲିଫର୍ନିଆ ରିପବ୍ଲିକାନ ପାର୍ଟିର ପୂର୍ବତନ ସହ-ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ରିପବ୍ଲିକାନ ନ୍ୟାଶନାଲ କମିଟିର ଚେୟାରମ୍ୟାନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଦବୀ ପାଇଁ ରୋନା ମ୍ୟାକଡାନେଲଙ୍କ ବିରୋଧରେ ହରମିତ ଅଛନ୍ତି।

ଏକ ଟୁଇଟରେ ସେ ଏହା ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ କୌଣସି ବିପଦ, ମୌଳବାଦ ଆକ୍ରମଣ ତାଙ୍କୁ କିମ୍ବା ତାଙ୍କ ଦଳକୁ ଅଟକାଇ ପାରିବ ନାହିଁ। ଜାନୁଆରୀ ୨୭ରେ ରିପବ୍ଲିକାନ ଜାତୀୟ କମିଟିର ସଭାପତି ନିର୍ବାଚନ ଅନୁଷ୍ଠିତ ହେବ।

ହରମିତ ତାଙ୍କର ଏକ ବିବୃତ୍ତିରେ କହିଛନ୍ତି ଯେ ରିପବ୍ଲିକାନ ପାର୍ଟିକୁ ଲବିଷ୍ଟ, ପରାମର୍ଶଦାତା ଏବଂ ନିଜ ଇଚ୍ଛାନୁସାରେ ଦଳ ଚଳାଉଥିବା ଲୋକଙ୍କଠାରୁ ମୁକ୍ତ ହେବା ଆବଶ୍ୟକ। ପଲିଟିକୋ ଖବରକାଗଜ ସହ କଥାବାର୍ତ୍ତା କରି ଧିଲନ କହିଛନ୍ତି ଯେ ତାଙ୍କର ଧାର୍ମିକ ବିଶ୍ୱାସ ପାଇଁ ବିରୋଧୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଏହାକୁ ତାଙ୍କ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବିଜୟ ଥଲାପତିଙ୍କ ଶକ୍ତି: ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ

ଚେନ୍ନାଇ,୨୫।୫: ତାମିଲନାଡୁରେ AIADMKର ତିନି ଜଣ ବିଦ୍ରୋହୀ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri