‘ରିପବ୍ଲିକ୍‌ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା

ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌ ଭାରତ’କୁ ଅପରେଟ୍‌ କରୁଥିବା ଓ୍ବାଲର୍‌ଡଓ୍ବାଇଡ୍‌ ମିଡିଆ ନେଟ୍‌ଓ୍ବର୍କ ଲିମିଟେଡ୍‌ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା ଅଫ୍‌କମ୍‌ ୨୦,୦୦୦ ପାଉଣ୍ଡ (ପାଖାପାଖି ୧୯.୭ ଲକ୍ଷ ଟଙ୍କା) ଜରିମାନା ଲଗାଇଛି। ୨୦୧୯ ସେପ୍ଟେମ୍ବର ୬ରେ ରିପବ୍ଲିକ୍‌ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ଏକ ବିତର୍କ କାର୍ଯ୍ୟକ୍ରମ ‘ପୁଛ୍‌ତା ହୈ ଭାରତ’ ଉପସ୍ଥାପନ କରାଯାଇଥିଲା। ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୨’ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ ୩ ଭାରତୀୟ ଓ ୩ ପାକିସ୍ତାନୀ ସାମିଲ ହୋଇଥିଲେ। ପ୍ରସାରଣ ନିୟମ ଅନୁପାଳନ କରିବାରେ ବିଫଳତା ପାଇଁ ଅର୍ଣ୍ଣବଙ୍କ ଟିଭି ନେଟ୍‌ଓ୍ବର୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି।
ଅଫ୍‌କମ୍‌ କହିବା ଅନୁଯାୟୀ ଶୋ’ରେ ପ୍ରସାରିତ ବିଷୟବସ୍ତୁ ପାକିସ୍ତାନୀ ଜନସାଧାରଣଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ଥିଲା। ଉକ୍ତ ଚ୍ୟାନେଲ ପାକିସ୍ତାନୀଙ୍କ ନକାରାତ୍ମକ ଓ ଖରାପ ବ୍ୟବହାରକୁ ପ୍ରସାରଣ କରିଥିଲା। ସେହିପରି ଭାରତ କିଭଳି ଆଗକୁ ବଢ଼ିଛି ଓ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁମତି ଦେଇ ବିକାଶ ମାର୍ଗରେ ପଛେଇ ଯାଇଛି, ତାହା ଦର୍ଶାଇ ପଡୋଶୀ ଦେଶର ଛବିକୁ ମଳିନ କରିବାକୁ ଏଥିରେ ଉଦ୍ୟମ କରାଯାଇଥିବା କୁହାଯାଇଥିଲା। ତେବେ ୨୦୨୦ ଫେବୃୟାରୀ ୨୬ରୁ ଏପ୍ରିଲ ୯ ମଧ୍ୟରେ ୨୮୦ ଥର ହିନ୍ଦୀ ଓ ଇଂଲିଶରେ କ୍ଷମା ମାଗି ଦୁଃଖ ପ୍ରକାଶ କରିଥିବା ଉକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଅଫ୍‌କମ୍‌କୁ ଅବଗତ କରାଯାଇଥିଲା। ଯୋଗାଯୋଗ ନିୟନ୍ତ୍ରକ ଉକ୍ତ କାର୍ଯ୍ୟକ୍ରମକୁ ଦେଖି ସେଥିରେ କେତେକ ଅପମାନଜନକ ଶବ୍ଦ ବ୍ୟବହାର ହୋଇଥିବା ଜାଣିବାକୁ ପାଇବା ପରେ ରିପବ୍ଲିକ୍‌ ଭାରତକୁ ୨୦,୦୦୦ ପାଉଣ୍ଡ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?