ଓଡ଼ିଶାରେ ୨୦ ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ବୈଠକରେ ୪ଟି ପ୍ରାଥମିକତା କ୍ଷେତ୍ର ଯଥା- ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଓ ପୁନଃ ପ୍ରତିଷ୍ଠା, ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ, ସଂସ୍କୃତି ଓ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯିବ। ବୈଠକ ଅବସରରେ ରବିବାର ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଯୋଗଦେଇ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ
‘ବସୁଧୈବ କୁଟୁମ୍ବକମ୍‌’ ଏବଂ ‘ଲାଇଫ୍‌-ଲାଇଫ୍‌ଷ୍ଟାଇଲ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ’ ବା ‘ପରିବେଶ ପାଇଁ ଜୀବନଶୈଳୀ’ ଉପରେ ଆଲୋକପାତ କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଲେ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ଯୁଗ୍ମ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପ ଏବଂ ପାରସ୍ପରିକ ସାଂସ୍କୃତିକ ବିଚାର ବିମର୍ଶ ଭଳି ସହଭାଗୀ କାର୍ଯ୍ୟକ୍ରମକୁ ନେଇ ବିଚାରବିମର୍ଶ କରାଯିବ। ଏହାଦ୍ୱାରା ଆପୋସ ସମ୍ପର୍କ ବଢିବ। କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଯୋଗଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଭାରତର ସଂସ୍କୃତି ସମ୍ପତ୍ତିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ ହେଉଛି। ବୈଠକରେ ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢିର ଉତ୍ତରାଧିକାରକୁ ନେଇ ଆଲୋଚନା ହେବ। ସଂସ୍କୃତିକ ସ୍ଥଳୀଗୁଡିକୁ ଆର୍ଥିକ କାର୍ଯ୍ୟକଳାପ ଓ ପର୍ଯ୍ୟଟନ ସହିତ ଯୋଡାଯିବା ଉଚିତ୍‌ ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ରାଷ୍ଟ୍ରମନ୍ତ୍ରୀ କହିଥିଲେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଡିଜି କିଶୋର ବାସା କହିଲେ, ବିଭିନ୍ନ କୀର୍ତ୍ତିରାଜିର ବାଇ-ଲ ପ୍ରସ୍ତୁତି ଏକ ମନ୍ଥର ପ୍ରକ୍ରିୟା। ଗତ ୧୦ ବର୍ଷରେ ଦେଶରେ ବହୁତ କମ୍‌ ବାଇ-ଲ ପାସ ହୋଇଛି। ମୋର କାର୍ଯ୍ୟକାଳରେ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବି। ସେହିପରି କପିଳେଶ୍ୱର ମନ୍ଦିରର ସଂରକ୍ଷଣକୁ ନେଇ ଉତ୍ତମ ଯୋଜନା କରାଯିବ ବୋଲି ଡିଜି କହିଥିଲେ। ସଂସ୍କୃତି ମନ୍ତ୍ରଣାଳୟ ଯୁଗ୍ମ ସଚିବ ତଥା ସଂସ୍କୃତି କାର୍ଯ୍ୟଗୋଷ୍ଠୀର ସହ-ଅଧ୍ୟକ୍ଷ ଲିଲୀ ପାଣ୍ଡେୟ ପ୍ରମୁଖ ଉପସ୍ଥିତ ଥିଲେ। ଜି-୨୦ ପରିପ୍ରେକ୍ଷୀରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଦେଶାଗତ ଅତିଥିଙ୍କ ପାଇଁ ଆଦିବାସୀ ଲୋକନୃତ୍ୟ, ସିଙ୍ଗାରୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଲୋଚନା ଅଧିବେଶନ ସୋମବାର ଆରମ୍ଭ ହେବ। ବ୍ୟାପକ ବିଚାରବିମର୍ଶ ଏବଂ ସହଭାଗିତା ଜରିଆରେ ବିଶ୍ୱସ୍ତରରେ ଦେଖାଦେଇଥିବା ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତି ପ୍ରସଙ୍ଗଗୁଡିକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ। ବୈଠକର ଅଂଶବିଶେଷ ସ୍ବରୁପ ସୋମବାର ‘ସଷ୍ଟେନ : ଦ କ୍ରାଫ୍ଟ ଇଡିୟମ’ ଶୀର୍ଷକ ପ୍ରଦର୍ଶନୀ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ପରିସରରେ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏହା ମାନବ ଜାତି ଓ ପ୍ରକୃତି ମାଧ୍ୟରେ ସହାବସ୍ଥାନ ସମ୍ପର୍କରେ ପରିଦର୍ଶକ, ପେସାଦାର, ନୀତି ନିର୍ମାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ପ୍ରଦର୍ଶନୀ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ହସ୍ତଶିଳ୍ପୀଙ୍କ ଦ୍ୱାରା ପାରମ୍ପରିକ କଳା ସମ୍ପର୍କରେ ଏକ ମାଷ୍ଟର କ୍ଲାସ ଦେଖିବା ଲାଗି ଅତିଥିଙ୍କୁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?