ଖବରଦାତା ଅରିନ୍ଦମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ : ଉନ୍ମୋଚନ ହେଲା ସ୍ମରଣୀକା

ପାଟଣା,୧୩।୯(ସ୍ବ.ପ୍ର.): ଖବରଦାତା ଅରିନ୍ଦମ ଦାସଙ୍କ ମଙ୍ଗଳବାର ପ୍ରଥମ ଶ୍ରାଦ୍ଧ ବର୍ଷିକୀ। ଏହି ଅବସରରେ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। ହିନ୍ଦୁଶାସ୍ତ୍ର ମତେ ପିଣ୍ଡ ପ୍ରଦାନ କାର୍ଯ୍ୟ ସମ୍ପନ୍ନ ହୋଇ ଗାଁ ମୁଣ୍ଡ ରାସ୍ତା ପାଶ୍ୱର୍ର୍ରେ ଅରିନ୍ଦମଙ୍କ ଏକ ପ୍ରତିମୃର୍ତ୍ତି ଉଦ୍‌ଘାଟନ କରାଯାଇଛି। ଅରିନ୍ଦମ କାର୍ଯ୍ୟକରୁଥିବା ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ଜାଗି ମଙ୍ଗତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ତାଙ୍କ ମା’ ସ୍ତ୍ରୀ ଓ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ପରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରବଚକ ଶିକ୍ଷାବିତ୍‌ ଅକ୍ଷୟ ନାରାୟଣ ମିଶ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଜାଗି ପଣ୍ଡା, ଅରବିନ୍ଦମଙ୍କ ମା’ କୁନି ଦାସ, ମୁଖ୍ୟ ବକ୍ତା ଭାବେ ଖବରଦାତା ନୃସିଂହନାଥ ସିଂ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ଶେଖର ନାଏକ, ଡ. ଗୌର ହରି ମହାନ୍ତ ବର୍ମା, ଖବରଦାତା ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଅରବିନ୍ଦମଙ୍କ ସ୍ମରଣୀକା ଉନ୍ମୋଚନ କରିଥିଲେ। ଏହା ପରେ ଅରବିନ୍ଦମଙ୍କ ନିର୍ଭିକ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅରବିନ୍ଦମଙ୍କ ସ୍ତ୍ରୀ ସମୀକ୍ଷା ବେହେରା, କକା ଧରଣୀଧର ଦାସ, ଅରବିନ୍ଦମଙ୍କ ପୁଅ ସାନଭିକ୍‌ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
୨୦୨୧ ମସିହା ସେପ୍ଟେମ୍ବର୨୪ ତାରିଖରେ ମହାନଦୀର ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀ ନ୍ୟୁଜ କଭର କରିବାକୁ ଓଡ୍ରାଫ ଟିମ୍‌ଙ୍କ ସହ ସେ ଯାଇଥିବା ବେଳେ ବୋଟ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?