ନିର୍ବାଚନ ପ୍ରତିଶ୍ରୁତି କେତେ ପାଳିଛ ରିପୋର୍ଟ ଦିଅ

ଭୁବନେଶ୍ୱର,୯ା୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କିଭଳି କାର୍ଯ୍ୟକାରୀ ହୋଇଛି ତା’ର ରିପୋର୍ଟ ଦେଖାଯିବ। ଏହାଛଡା ସେସବୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ଗତ ୩ ବର୍ଷ ମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେନେଇ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କ୍ରମାଗତ ୫ମ ଥର ଶପଥ ନେବା ଦିନ ହିଁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଡାକି ୨୦୧୯ ସାଧାରଣ ନିର୍ବାଚନରେ ଦଳ ଦେଇଥିବା ନିର୍ବାଚନୀ ଇସ୍ତାହାର ଉପରେ ମୋହର ମାରିଥିଲେ। ମେ ୨୯ରେ ବିଜେଡି ସରକାରର ୫ମ ପାଳିର ୩ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ୨୦୧୯ ମେ’ରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କି ପଦକ୍ଷେପ ନେଇଛନ୍ତି ଏବଂ ବର୍ତ୍ତମାନର ସ୍ଥିତି କ’ଣ ତାହା ଜଣାଇବା ଲାଗି ମଧ୍ୟ କୁହାଯାଇଛି।
ରାଜ୍ୟ ସରକାରଙ୍କ ତରଫରୁ ୧୯ଟି ପ୍ରମୁଖ ବିଭାଗକୁ ଦିଆଯାଇଥିବା ଚିଠିରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ୫ମ ପାଳି ସରକାରର ୩ ବର୍ଷ ପୂର୍ତ୍ତି ଅବସରରେ ଇସ୍ତାହାର ପୂରଣ କେତେ ମାତ୍ରାରେ ହୋଇଛି ତା’ର ସମୀକ୍ଷା କରିବେ। ଏନେଇ ସବୁ ବିଭାଗ ମେ ୭ ତାରିଖ ସୁଦ୍ଧା ଜଣାଇବାକୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ମେ ୨୯ ତାରିଖରେ ସରକାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ମନ୍ତ୍ରୀ ପରିଷଦରେ ପାରିତ ସଂକଳ୍ପ ଅନୁସାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନାକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାସହ ବିପର୍ଯ୍ୟୟ ମୁକାବିଲା ଦିଗରେ ରାଜ୍ୟରେ ପ୍ରତ୍ୟେକଙ୍କୁ ଜଣେ ଲେଖାଏ ଯୋଦ୍ଧା ଭାବେ ବିକଶିତ କରିବାକୁ ଏହି ସଂକଳ୍ପରେ ପାରିତ ହୋଇଥିଲା। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ସଂକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା, ରାଜ୍ୟର ପ୍ରତ୍ୟେକ ଘରେ ଜଣେ ଲେଖାଏ ଯୋଦ୍ଧା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସଂକଳ୍ପ କାର୍ଯ୍ୟକାରୀ କରିବାରେ ବିଭାଗଗୁଡ଼ିକ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମଧ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ-ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ରିସର୍ଚ ନର୍ସରୀ ପାଖରେ ଥିବା ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ (ନଂ.ଓଡି୧୯ଏଫ୨୭୪୭)...

ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଯାଉ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା, ଘୋଡ଼ା ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା...

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି...

ପ୍ରଦୀପଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ,୨୪।୨: କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍‌। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ...

ତିକ୍ତତାର ଅଠା ଖିଅରେ ବର୍ଷା-ଅନୁଭବ

ଉତ୍ତମ-ଅପରାଜିତା, ବିଜୟ-ତନ୍ଦ୍ରା, ଶ୍ରୀରାମ-ତ୍ରିପୁରା, ସିଦ୍ଧାନ୍ତ-ମାମା, ଦୁଷ୍ମନ୍ତ-କାଜଲ, ବବି-କୋଏଲଙ୍କ ପରେ ଅନୁଭବ-ବର୍ଷା। ରିଲ୍‌ ଲାଇଫ୍‌ରୁ ରିଏଲ ଲାଇଫ୍‌ର ଯାତ୍ରାକୁ ନେଇ ଏହି ଯୋଡ଼ିଙ୍କ ନଁା ଚର୍ଚ୍ଚାରେ। ହେଲେ...

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ମିଳୁନି ଋଣ

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ,୨୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥ ଅଞ୍ଚଳକୁ ବିକଶିତ କରେ। ଏଥିତ୍ପାଇଁ କେନ୍ଦ୍ର ସରକାରଙ୍କ...

ପାନ, ଗୁଟ୍‌ଖା ଛେପ ପକାଇଲେ ଅର୍ଥଦଣ୍ଡ

ଭୁବନେଶ୍ୱର,୨୨ା୪(ବ୍ୟୁରୋ) କରୋନା ସଂକ୍ରମଣ ଭୟ କେତେକ ଖରାପ ଅଭ୍ୟାସ ଛାଡିବାକୁ ମଣିଷକୁ ବାଧ୍ୟ କରିଛି। ଛେପ ଓ ଖଙ୍କାର ଦ୍ୱାରା ଏହି ଭୂତାଣୁ ସଂକ୍ରମଣର ଆଶଙ୍କା...

ପୂର୍ବତନ ବିଧାୟକ ଅନାମ ନାଏକଙ୍କ ୧.୫ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କ ୧.୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଜବତ କରିଛି। ମନି ଲଣ୍ଡରିଂ...

Advertisement
Archives

Model This Week