ରିପୋର୍ଟରେ ସମ୍ପୂର୍ଣ୍ଣ, ମିଳୁନି ପାଣି

ଯାଜପୁର/ଯାଜପୁର ସଦର(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ) : ରିପୋର୍ଟ କହୁଛି ୨ ରୁ ୫ ବର୍ଷ ହେଲା ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି। ଏନେଇ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ମଧ୍ୟ ଦିଆସରିଛି। ହେଲେ ଚାଷୀ କହୁଛନ୍ତି ଏଯାଏ ସେମାନଙ୍କ ବିଲରେ ପାଣି ମାଡ଼ି ନାହିଁ। ଯାଜପୁର ଜିଲା ତନ୍ତୀଘାଇ ନଦୀରେ ୩୩.୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ମେଗା ପ୍ରକଳ୍ପକୁ ନେଇ ଚାଷୀ ଏଭଳି କହିଛନ୍ତି। ମେଗା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ସ୍ବାର୍ଥରେ ନା ଅଣଓଡ଼ିଆ ଠିକାଦାରଙ୍କ ବ୍ୟାଙ୍କ ବାଲାନ୍ସ୍ସ ବଢ଼େଇବାକୁ ନିର୍ମାଣ ହୋଇଛି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ମରୁଡି ସମୟରେ ଏହି ପ୍ରକଳ୍ପ ସହାୟକ ହେବ ଏବଂ ଦୁଇ ଫସଲି କରି ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରିବା ଲକ୍ଷ୍ୟ ଚାଷୀଙ୍କ ପାଇଁ ସପନ ହୋଇଛି।
ଯାଜପୁର ଜିଲାର ବଡଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨ଟି ପ୍ରକଳ୍ପରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ୍‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବିଭାଗୀୟ ସରକାରୀ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଏବଂ ଚାଷୀଙ୍କ ଜମିରେ ପାଣି ମାଡୁଥିବା ରିପୋର୍ଟ ଦିଆଯାଉଛି। ରିପୋର୍ଟ ଅନୁସାରେ ତନ୍ତୀଘାଇ ବାମ ପ୍ରକଳ୍ପରେ ୮.୦୮ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଏହି ପ୍ରକଳ୍ପରେ ସମୁଦାୟ ୩୮୬.୮୮ ହେକ୍ଟର ଜମିରେ ପାଣି ମାଡିବ ବୋଲି ଧାର୍ଯ୍ୟ ହୋଇଥିଲା। ୨୦୧୮-୧୯ରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ହେଲେ ଚାଷୀ ଏଯାଏ ବୁନ୍ଦାଏ ପାଣି ପାଇ ନାହାନ୍ତି ବୋଲି କହୁଛନ୍ତି। ସେହିପରି ତନ୍ତୀଘାଇ ଡାହାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୫.୦୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଥିରେ ୧୨୦୦.୩୭ ହେକ୍ଟର ଜମିରେ ପାଣି ମାଡିବ ବୋଲି ଧାର୍ଯ୍ୟ ହୋଇଥିଲା। ଏହି ପ୍ରକଳ୍ପ ୨୦୨୦-୨୧ ବର୍ଷରୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲେ ହେଁ ଚାଷୀଙ୍କ ଧାର୍ଯ୍ୟ ଜମିରେ ପାଣି ମାଡିନାହିଁ। ବର୍ତ୍ତମାନ ରୁଆ ବିହୁଡ଼ା ପାଇଁ ଚାଷୀ ସଜବାଜ ହେଉଥିବାବେଳେ ଆବଶ୍ୟକ ପାଣି ଅଭାବରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଏଭଳିସ୍ଥିତିରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଆଶା ଭରସାକୁ ପାଣିରେ ପକେଇ ଦେଇଥିବା ମତପ୍ରକାଶ ପାଇଛି। ଏହି ଦୁଇଟି ପ୍ରକଳ୍ପ ଉପରେ କାନପୁର, ଏରବାଙ୍କ, ତନ୍ତୀଘାଇ, ଭୁବନପୁର, ଇନ୍ଦାରୋଇ, ଜନ୍ଧର, ରିଷିପୁର, ଷୋଳବାଟି, ମହମଦଜମାପୁର, ମହମଦପୁର, ଅରଖିଆବାଙ୍କ, ଠିଆରଦେବିଲ, ବରିଲୋ ପ୍ରଭୃତି ଗ୍ରାମର ଜମିକୁ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଛି। ଅନ୍ୟପକ୍ଷେ ପ୍ରକଳ୍ପର କର୍ତ୍ତୃପକ୍ଷ କହୁଛନ୍ତି ନଦୀରେ ପାଣି ଆସିଲେ ଚାଲିବ। ଦିନରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆମେ ପାଣି ଯୋଗାଇବୁ। ନଦୀରେ ପାଣି ନ ଥିଲେ ଆମେ କେବଳ ପମ୍ପହାଉସକୁ ଜଗି ରହିବୁ ବୋଲି କହୁଛନ୍ତି। ଏଥିରୁ ନଦୀଗର୍ଭରେ ଆବଶ୍ୟକ ବୋରୱେଲ ଖୋଲା ଯାଇ ନ ଥିବା ସନ୍ଦେହ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?