ପାଣି ଅଭାବ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ

କାଏମା,୨୩ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତରେ ପାଣି ଅଭାବ ଯୋଗୁ ଚାଷକାର୍ଯ୍ୟା ବାଧାପ୍ରାପ୍ତ ହୋଇଛି। ବ୍ଲକ ଅଞ୍ଚଳରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଲଗାଣ ବର୍ଷା କୌଣସି ଦିନ ହୋଇନାହିଁ। ଲଘୁଚାପଜନିତ ବର୍ଷାରେ ଖାଲୁଆ ଜମିରେ ପାଣି ରହିବାରୁ କିଛି ଚାଷୀ କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁମାନେ ଧାନ ତଳି ପକାଇଥିଲେ ପାଣି ଅଭାବରୁ ସେଗୁଡିକ ଜଳିଯିବାକୁ ବସିଲାଣି। ବଡ଼ କାଏମା ପଞ୍ଚାୟତ ଅରଖପଦା କିଛିଚାଷୀ ବର୍ଷାକୁ ଅପେକ୍ଷା ନ କରି ମୋଟର ସହାୟତାରେ ପାଣି ମଡ଼ାଇ ଧାନ ତଳି ପକାଇଛନ୍ତି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଚାଷ କାମରେ ବିଳମ୍ବ ସହ ଗଜା ମରୁଡ଼ି ଏଡାଇବା ଲାଗି ଏଭଳି ବିକଳ୍ପ ପନ୍ଥା ଆପଣାଇଥିବା ଚାଷୀ ଚିତ୍ତରଞ୍ଜନ ସାହୁ, ପ୍ରଶାନ୍ତ କୁମାର ବିଶ୍ବାଳ କହିଛନ୍ତି। ବ୍ଲକରେ ଚାଷଜମିଗୁଡ଼ିକ କେନାଲ ଦ୍ୱାରା ଜଳ ସେଚିତ ହୋଇଥାଏ। ଜଳ ସମ୍ପଦ ବିଭାଗ ପକ୍ଷରୁ କେନାଲକୁ କେବଳ ସଫା କରି ରଖାଯାଇଛି। କିନ୍ତୁ କେନାଲରେ ପାଣି ଏବେ ଯାଏ ଆସିନାହିଁ। ଫଳରେ କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷୀ ଏବେ ନିରାଶ ହୋଇଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧିକାରୀ ଚକ୍ରଧର ଜେନା କହିଛନ୍ତି, ଆସନ୍ତା ୨୫ ତାରିଖରେ କେନାଲରେ ପାଣି ଛଡ଼ାଯିବ। କେନାଲ ବନ୍ଧ ମରାମତି କାର୍ଯ୍ୟ ଚାଲୁଥିବାରୁ ଏବେ ଯାଏ ପାଣି ଛଡ଼ା ଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri