ନିୟନ୍ତ୍ରଣ ବାହାରେ ପୁଷ୍ଟିହୀନତା

ଯାଜପୁର,୨୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତାର ଶିକାର ହୋଇ ଶିଶୁମୃତ୍ୟୁ ଘଟଣାର ୭ ବର୍ଷ ପରେ ବି ପ୍ରଶାସନର ଚେତା ପଶିନି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ନଂ.୧୨୯୬୬/୨୦୨୩)ର ଶୁଣାଣି ଉପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୮ା୬ା୨୦୨୩ରେ ହୋଇଥିବା ବୈଠକର ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ଉକ୍ତ ବୈଠକରେ ୨୦୨୩ ଶେଷ ସୁଦ୍ଧା ଅତିଶୟ ପୁଷ୍ଟିହୀନତା ବା ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିଶନ(ଏସ୍‌ଏଏମ୍‌) ଆକ୍ରାନ୍ତ ଶିଶୁସଂଖ୍ୟା ଶୂନ୍ୟକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲକୁ ଯାଉଥିବା କିମ୍ବା ଯାଉ ନ ଥିବା ଶିଶୁମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ସମସ୍ତ ଜିଲାପାଳଙ୍କୁ କୁହାଯାଇଛି। ରାଜ୍ୟରେ ପୁଷ୍ଟିହୀନତା ଦୂର ଦିଗରେ ବ୍ୟାପକ ଅଭିଯାନ ଆରମ୍ଭ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ କଲ୍ୟାଣକାରୀ ସୁବିଧା ସହଜରେ ପହଞ୍ଚିବା ପାଇଁ ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ଏବଂ ଦାନଗଦି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତାର ଶିକାର ବହୁ ଶିଶୁ ରହିଛନ୍ତି। ୧୪ା୭ା୨୦୨୩ରେ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଟାଟା କଲୋନୀ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୩ ଜଣ ଅତିଶୟ ପୁଷ୍ଟିହୀନତା ଆକ୍ରାନ୍ତ ଶିଶୁଙ୍କୁ ଉଦ୍ଧାର କରି ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରିଥିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ତେବେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସ୍ବରୂପ ଯୋଗାଇ ଦିଆଯାଉଥିବା ଛତୁଆ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି। ଯାଜପୁର ଜିଲାରେ ୧୬ଟି ଗୋଷ୍ଠୀ ଜରିଆରେ ବର୍ଷକୁ ପ୍ରାୟ ୧୭ କୋଟି ଟଙ୍କା ଛତୁଆ ବାବଦରେ ଖର୍ଚ୍ଚ ହେଉଛି। ହେଲେ ଛତୁଆ ତିଆରି କରୁଥିବା କେତେକ ଗୋଷ୍ଠୀ ଏହାକୁ ବ୍ୟବସାୟରେ ପରିଣତ କରି ଲାଭ ଜଗିବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ସରକାରଙ୍କ ପୁଷ୍ଟିହୀନତା ସଂଖ୍ୟା ହ୍ରାସ କରିବାର ଲକ୍ଷ୍ୟ ପରାହତ ହେଉଥିବା ମତପ୍ରକାଶ ପାଇଛି।
ସୂଚନାଥାଉକି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିବା ସାମାଜିକ କର୍ମୀ ମଣ୍ଟୁ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ଦାନଗଦି ବ୍ଲକ କିଆଝର, ରଣାଗୁଣ୍ଡି, ଶାଳିଜଙ୍ଗା, ନଡିଆଝର, ତ୍ରିଜଙ୍ଗା ପ୍ରଭୃତି ଅଞ୍ଚଳରେ ୫୦ରୁ ୬୦ ଜଣ ପୁଷ୍ଟିହୀନତାରେ ଆକ୍ରାନ୍ତ ଶିଶୁ ରହିଛନ୍ତି। ତେବେ ସେ ୧୪ ଜଣଙ୍କ ନାମ ଉଲ୍ଲେଖ କରିଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରି ପୁଷ୍ଟିହୀନତା ଆକ୍ରାନ୍ତ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହୋଇଥିବା ପ୍ରଶାସନିକ ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାରୀରିକ ଅକ୍ଷମତା କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟରେ ପଢି ପାରୁ ନ ଥିବା ସମସ୍ତ ପିଲାଙ୍କୁ ଶୁଖିଲା ରାଶନ ଏବଂ ଶିକ୍ଷଣ ସାମଗ୍ରୀ ଯୋଗାଇ ଦିଆଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷ ପଞ୍ଜୀକୃତ ହୋଇ ନ ଥିବା ପିଲାମାନଙ୍କ ଗୃହକୁ ନିୟମିତ ପରିଦର୍ଶନ କରିବେ। ଏହାସହ ସ୍କୁଲ ଖୋଲିବାର ପ୍ରଥମ ୭ଦିନ ସମସ୍ତ ଘରକୁ ଘର ବୁଲି ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିବେ। ଯେପରି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା ଯେ, କୌଣସି ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯେପରି ବଞ୍ଚିତ ରହିବେ ନାହିଁ। ଯଦି କାହାର ଆଧାର କାର୍ଡ ନାହିଁ, ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ରାଶନ ସାମଗ୍ରୀ ଯୋଗାଇ ଦିଆଯିବ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କ ଆଧାର କାର୍ଡ କରିବାକୁ ବ୍ୟବସ୍ଥା କରାଯିବ। ଏଥିପାଇଁ ବ୍ଲକସ୍ତରରେ ୪ରୁ ୫ଜଣ ଅଧିକାରୀ ଦାୟିତ୍ୱରେ ରହିବେ। ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା ଯେ, ଅତିଶୟ ପୁଷ୍ଟିହୀନତାରେ ଆକ୍ରାନ୍ତ ଶିଶୁମାନଙ୍କୁ ଚିହ୍ନଟ କରିବାକୁ ଏକ ଅଭିଯାନ ଆରମ୍ଭ ହେବ। ପୁଷ୍ଟିହୀନତା ଚିହ୍ନଟ ଶିଶୁଙ୍କୁ ଆବଶ୍ୟକସ୍ଥଳେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଅନୁରୂପ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ଆଦି ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଜିଲାପାଳ ହେଉଛନ୍ତି ଜିଲାର ଅଭିଭାବକ ଏବଂ ସେମାନଙ୍କ ଦାୟିତ୍ୱ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ଶିଶୁମାନେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସାମିଲ ହୋଇନାହାନ୍ତି, ସେନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଜିଲାପାଳମାନଙ୍କୁ ୧୭ ଦଫା ନିଷ୍ପତ୍ତି ଉପରେ ଅନୁପାଳନ କରି ପୁଷ୍ଟିହୀନତା ଆକ୍ରାନ୍ତ ଶିଶୁସଂଖ୍ୟା ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?