ଘର ଭଡ଼ା ନେଲେ ସଲମାନ: ମାସକୁ ଗଣିବେ ଏତିକି ଟଙ୍କା

ବଲିଉଡର ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଲୋକପ୍ରିୟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସରେ ମଧ୍ୟ ସମୟ ବିତାନ୍ତି। ଏତେ ସମ୍ପତ୍ତି ଥାଇ ମଧ୍ୟ ଏବେ ସଲମାନ ଏବେ ଭଡା ଘରେ ରହୁଛନ୍ତି। କିନ୍ତୁ ରହିବା ପାଇଁ ନୁହେଁ, ଶୁଟିଂ ପାଇଁ ସେ ଭଡା ଘର ନେଇଛନ୍ତି। ସଲମାନ ଖାନ ବାନ୍ଦ୍ରାସ୍ଥିତ ତାଙ୍କ ଘର ନିକଟରେ ଥିବା ଏକ ଡୁପ୍ଲେକ୍ସ ପାଇଁ ଭଡା ଚୁକ୍ତି କରିଛନ୍ତି। ଏହି ଚୁକ୍ତି ୧୧ ମାସ ପାଇଁ ଅଟେ। ସମସ୍ତ ସୁବିଧା ଏହି ଡୁପ୍ଲେକ୍ସରେ ଅଛି। ୨,୨୬୫ ବର୍ଗଫୁଟର ଏକ କାର୍ପେଟ କ୍ଷେତ୍ର ଅଛି। ଏହି ଡୁପ୍ଲେକ୍ସ ମାକବା ହାଇଟ୍ସ, ବାନ୍ଦ୍ରାର ୧୭ ଏବଂ ୧୮ ମହଲାରେ ଅଛି। ଯାହାର ମାଲିକାନା ବାବା ସିଦ୍ଦିକି ଏବଂ ଜିଶାନ ସିଦ୍ଦିକିଙ୍କ ନାଁରେ ଅଛି। ବାବା ସିଦ୍ଦିକିଙ୍କ ସହ ସଲମାନଙ୍କର ବହୁତ ଭଲ ସମ୍ପର୍କ ଅଛି। କୁହାଯାଉଛି ଯେ ଏହି ଡୁପ୍ଲେକ୍ସ ରାଇଟର୍‌ ପ୍ୟାଡ ପାଇଁ ବ୍ୟବହୃତ ହେବ। ଏଥିପାଇଁ ସଲମାନ ପ୍ରତି ମାସରେ ୮.୨୫ ଲକ୍ଷ ଟଙ୍କା ଭଡା ଦେବେ।
ନିକଟରେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୨୬ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ତାଙ୍କ ଭିଣୋଇ ଆୟୁଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ସଲମାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ମରାଠୀ ଚଳଚ୍ଚିତ୍ର ‘ମୁଲସି ପ୍ୟାଟର୍ନ’ର ରିମେକ ଅଟେ। ଏହି ଫିଲ୍ମଟି ବକ୍ସ ଅଫିସରେ ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ-୨’ ସହିତ ସିଧାସଳଖ ପ୍ରତିଯୋଗିତା ହେବ।
ଏହା ବ୍ୟତୀତ ସଲମାନ ଖାନ ଫିଲ୍ମ ’ଟାଇଗର ୩’ ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସେ ପୁଣି ଥରେ କାଟ୍ରିନା କୈଫଙ୍କ ସହ ନଜର ଆସିବେ। ନିକଟରେ ବିଦେଶରେ ଫିଲ୍ମର ଶୁଟିଂ ସାରି ଉଭୟ ଫେରିଛନ୍ତି। ଫିଲ୍ମର ଅବଶିଷ୍ଟ ଅଂଶର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ। ମନିଶ ଶର୍ମା ‘ଟାଇଗର ୩’ର ନିର୍ଦ୍ଦେଶନା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri