ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବୁଝାମଣାପତ୍ରର ନବୀକରଣ

ଭୁବନେଶ୍ୱର,୧ା୭(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓସେପା ସମ୍ମିଳନୀ କକ୍ଷରେ ଓସେପା ଓ ସାଇଟସେଭରସ ଇଣ୍ଡିଆ ଏକ ଉନ୍ନୟନ ସଂସ୍ଥା ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ବଚ୍ଛ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ଏକ ବୁଝାମଣାପତ୍ର ଆସନ୍ତା ୩ ବର୍ଷ ପାଇଁ ନବୀକରଣ ଓ ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଓସେପା ତରଫରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ସାଇଟସେଭରସ ତରଫରୁ ରୁଦ୍ରନାରାୟଣ ମହାନ୍ତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ଅନୁସାରେ ସାଇଟ୍‌ସେଭରସ ସଂସ୍ଥା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବ ଯଥା ବୈଷୟିକ ପରାମର୍ଶ, ସ୍ପଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ଆକଳନ, ଯୁକ୍ତ ପାଠ୍ୟକ୍ରମ, ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ସ୍ବତନ୍ତ୍ର କୌଶଳ ପ୍ରସ୍ତୁତି, ବ୍ଲକ୍‌ ସମ୍ବଳ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ନିମନ୍ତେ ତାଲିମ୍‌ ଇତ୍ୟାଦି। ଏହି ବୁଝାମଣା ଅନୁସାରେ ଓଡ଼ିଶାରେ ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୩୦ ହଜାର ଦୃଷ୍ଟିବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀ ଉପକୃତ ହେବେ । ଏହି ବୁଝାମଣା ପତ୍ର ଅନୁସାରେ ସାଇଟସେଭରସ ସଂସ୍ଥା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମେନ୍ତ ଆବଶ୍ୟକ ସୂଚନା ପ୍ରଯୁକ୍ତି ଯୋଗାଯୋଗ ମାଧ୍ୟମରେ ଶିକ୍ଷା, ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଉପକରଣ, ଡେଜି ପ୍ଲେୟାର, ଟାବ୍‌ଲେଟ୍‌, ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଉପକରଣ ଇତ୍ୟାଦିର ବଣ୍ଟନ ଓ ତାଲିମ୍‌ ଗଞ୍ଜାମ ଓ କଳାହାଣ୍ଡି ଜିଲାରେ କରାଯିବ। ଏହାଦ୍ୱାରା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ନିଶ୍ଚିତ ସହାୟକ ହେବ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ ଓ ସାଇଟ୍‌ସେଭରସର ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri