ନବୀକରଣ ହେଉନି ବଟକରା

ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା ମାଛମାଂସ ଦର ବୃଦ୍ଧିକରି ଖାଉଟିଙ୍କୁ ଶୋଷଣ କରୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ବେପାରୀମାନେ ନିଜ ପାଖରେ ରଖିଥିବା ଓଜନ ସାମଗ୍ରୀର ବର୍ଷ ବର୍ଷ ଧରି ନବୀକରଣ କରାଯାଉ ନ ଥିବାରୁ ଗ୍ରାହକଙ୍କୁ ପ୍ରକୃତ ପରିମାଣ ସାମଗ୍ରୀ ଦେବା ବଦଳରେ କମ୍‌ ପରିମାଣ ଦେଇ ଠକୁଥିବା ଅଭିଯୋଗ ହୋଇଛି। ବାଲିମେଳା ଦୈନିକ ବଜାରରେ ଥିବା ଆମିଷ ଦୋକାନଗୁଡିକରେ ରୋହି, ଭାକୁର, ମିରିକାଳୀ, ଫଳି, କଣ୍ଟିଆ, ପବତା, ମାଗୁର ସହ ବିଭିନ୍ନ ପ୍ରକାର ଚୂନା ମାଛ, ମଧ୍ୟମ ଧରଣର ମାଛ, ବଡ ଓ ଛୋଟ ଚିଙ୍ଗୁଡ଼ି ମାଛର ଦର ପୂର୍ବାପେକ୍ଷା ଦୁଇଗୁଣ ଅଧିକରେ ବିକ୍ରି ହେଉଛି । ଛେଳି ଓ କୁକୁଡ଼ା ମାଂସ ଦର ମଧ୍ୟ ଦେଢ଼ଗୁଣା ବଢିଯାଇଛି । ପୂର୍ବରୁ ଚିତ୍ରକୋଣ୍ଡା ଡ୍ୟାମରୁ ଆସୁଥିବା ବଡ ମାଛକୁ କାଟି କିଲୋ ପିଛା ୨୦୦ ରୁ ୨୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି । ଡ୍ୟାମରୁ ଆସୁଥିବା ବାଉଁଶପତ୍ରୀ ମାଛ ବର୍ତ୍ତମାନ କିଲୋପିଛା ୪୦୦ ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବ୍ରଏଲର କୁକୁଡ଼ା ମାଂସ କେଜି ୧୮୦ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୨୪୦ ଟଙ୍କା ହୋଇଛି । ଖାସି ମାଂସ କିଲୋ ୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବେପାରୀମାନେ ଓଜନରେ ମଧ୍ୟ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ବହୁ ମାଛ ବ୍ୟବସାୟୀଙ୍କର ଦୀର୍ଘବର୍ଷ ହେବ ଓଜନ ମାପକ ବଟକରା ଆଦୌ ନବୀକରଣ ହୋଇ ନ ଥିବାରୁ ପ୍ରତିଦିନ ବେପାରୀମାନେ କୁଇଣ୍ଟାଲ କୁଇଣ୍ଟାଲ ମାଛ ଏପରି ବିକି ମାଲାମାଲ ହେଉଛନ୍ତି।
ସୂଚନାଯୋଗ୍ୟ, ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ତାରଲାକୋଟା, ସୋର୍ଲକୋଣ୍ଡା,କାମ୍ବେଡା ଓ ଆଖପାଖ ଅଞ୍ଚଳର ହାଟ ବଜାରରେ ଏଭଳି କରୁଥିଲେ ମଧ୍ୟ ଓଜନ ମାପ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। କେବଳ ଆମିଷ ନୁହେଁ, ପନି ପରିବାରେ ମଧ୍ୟ ଲୋକଙ୍କୁ ଓଜନରେ ଠକାମିର ଶିକାର ହେବାକୁ ପଡୁଛି। ବାଲିମେଳା ଏନଏସି କର୍ତ୍ତୃପକ୍ଷ, ଓଜନ ମାପ ବିଭାଗ ଅଧିକାରୀ ଓ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri