କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର,୨୦।୭(ବ୍ୟୁରୋ):ରାଜ୍ୟରେ ପାରମ୍ପରିକ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହା ସାଙ୍ଗକୁ ଉତ୍ପାଦନ ଖର୍ଚ୍ଚ ବଢୁଛି। ଏହାର ବିକଳ୍ପ ଭାବେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ଶକ୍ତି, ସୌର, ପବନ, ବାୟୋମାସ ଭଳି ଅକ୍ଷୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଏଭଳି ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେବେ ବିଭାଗୀୟ ଉଦାସୀନତା ଯୋଗୁ ଏହି ଶକ୍ତି ଉତ୍ପାଦନ ବାଟବଣା ହୋଇଛି। କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଜମି ଯୋଗାଡ଼ କରିବାରେ ଅକ୍ଷମତା ଯୋଗୁ କେନ୍ଦ୍ରୀୟ ସହାୟତା ମଧ୍ୟ ହରାଇବାକୁ ପଡ଼ିଛି। ରାଜ୍ୟ ସରକାର ଅକ୍ଷୟ ଶକ୍ତିର ବିକାଶ ପାଇଁ ଅକ୍ଷୟ ଶକ୍ତି ବିକାଶ ନୀତି-୨୦୧୬ କାର୍ଯ୍ୟକାରୀ କରିଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହେଉ ନାହିଁ। ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏବଂ ସବୁଜ ଶକ୍ତି ନିଗମ(ଜେଡ୍‌କଲ)ର ଅପାରଗତା ଯୋଗୁ ଅଣପାରମ୍ପରିକ ଶକ୍ତି ଉତ୍ପାଦନରେ ଆଶାନୁରୂପ ଅଗ୍ରଗତି ହେଉନାହିଁ।
ଦେଶରେ ୮,୯୧,୬୦୧ ମେଗାଓ୍ବାଟ୍‌ ଏବଂ ଓଡ଼ିଶାରେ ୨୭ ହଜାର ୭୨୭ ମେଗାଓ୍ବାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି। ରାଜ୍ୟରେ ସୌରଶକ୍ତି ୨୫,୭୮୦ ମେଗାଓ୍ବାଟ୍‌, ପବନରୁ ଶକ୍ତି ୧୩୮୪, କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ(ଏସ୍‌ଏଚ୍‌ଇପି)ରୁ ୨୯୫, ବାୟୋମାସରୁ ୨୪୬ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି(ଡବ୍ଲ୍ୟୁଟିଇ) ୨୨ ମେଗାଓ୍ବାଟ ଉତ୍ପାଦନ ଆକଳନ କରାଯାଇଛି। ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୨୦ ଶେଷ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ମାତ୍ର ୨୫୦ ମେଗାଓ୍ବାଟ ଉତ୍ପାଦନ ହୋଇଛି।
ଅନ୍ୟପକ୍ଷରେ ୨୦୧୪ରେ ଦେଶରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସୋଲାର ପାର୍କ ଓ ଅଲଟ୍ରା ସୋଲାର ପାଓ୍ବାର ପ୍ରକଳ୍ପ ଆରମ୍ଭ କରିଥିଲେ। ଓଡ଼ିଶାରେ ଏହି ପ୍ରକଳ୍ପ ସ୍ଥାପନ କରି ରାଜ୍ୟ ସରକାର ଘରୋଇ ସଂସ୍ଥା ଜରିଆରେ ୫୦୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ କରିଥାଆନ୍ତେ। କେନ୍ଦ୍ର ସରକାର ଏଥିପାଇଁ ପ୍ରତି ମେଗାଓ୍ବାଟକୁ ୨୦ ଲକ୍ଷ ଅର୍ଥାତ ପ୍ରକଳ୍ପ ପାଇଁ ୩୦ ପ୍ରତିଶତ ଟଙ୍କା ପ୍ରଦାନ କରିଥାଆନ୍ତେ। ପ୍ରକଳ୍ପ ଅନୁମୋଦନ ହେବାର ୧୮ ମାସ ମଧ୍ୟରେ ପ୍ରକଳ୍ପ ଆରମ୍ଭ କରିବା କଥା। କେନ୍ଦ୍ର ସରକାର ୨୦୧୫ରେ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ୨୦୧୮ରେ ଜେଡ୍‌କଲ ୨୭୫ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଅଗ୍ରଗତି କରିନାହିଁ। କେବଳ ସେତିକି ନୁହେଁ, ଗ୍ରୀଡ୍‌ ସଂଯୁକ୍ତ ଅକ୍ଷୟ ଶକ୍ତି ପ୍ରୋତ୍ସାହନ ପାଇଁ ୨୦୧୫ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୩୮.୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌(ଓପିଟିସିଏଲ୍‌) ଏବଂ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ ଲିମିଟେଡ(ଓଏଚ୍‌ପିସି)ର ୭ଟି ଗ୍ରୀଡ୍‌ ସବଷ୍ଟେଶନ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଜେଡ୍‌କଲ ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ଜେଡ୍‌କଲ ସୌର ପ୍ରକଳ୍ପ ସ୍ଥାପନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାରେ ବିଳମ୍ବ ଯୋଗୁ ଭୁବନେଶ୍ୱରରେ ଆଦର୍ଶ ସୌର ସହର କାର୍ଯ୍ୟକ୍ରମ ଆରମ୍ଭ ହୋଇପାରି ନାହିଁ। କେବଳ ସୌର ଶକ୍ତି ନୁହେଁ, ପବନ, କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବାୟୋମାସ ପ୍ରକଳ୍ପ ମଧ୍ୟ ଅନିଶ୍ଚିତତାରେ ରହିଛି। ୨୦୨୨ ସୁଦ୍ଧା ରାଜ୍ୟରେ ପବନ ଶକ୍ତିରୁ ୨୦୦ ମେଗାଓ୍ବାଟ୍‌, କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୧୫୦ ଏବଂ ବାୟୋମାସ୍‌ରୁ ୧୬୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଓରେଡା ଏବଂ ଶକ୍ତି ବିଭାଗର ଆନ୍ତରିକତା ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଜେଡ୍‌କଲର ନିର୍ଦ୍ଦେଶକ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି, ସୌରଶକ୍ତି ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ପାଇଁ ଉଦ୍ୟମ ଜାରି ରହିଛି। କଟକ, ଭୁବେନଶ୍ୱରରେ ଥିବା ସରକାରୀ କାର୍ଯ୍ୟାଳୟରେ ୪ ମେଗାଓ୍ବାଟ୍‌ ରୁଫ୍‌ଟପ୍‌ ପାଇଟଲ ସୌର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ମନମୁଣ୍ଡାଠରେ ଏକ ୨୦ ମେଗାଓ୍ବାଟର ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି ବୋଲି ବିଶ୍ୱାଳ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ରୁଫ୍‌ଟପ୍‌ ସୋଲାର ପିଭି ସିଷ୍ଟମ(ଆର୍‌ଏସ୍‌ପିଏସ୍‌)କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଓରେଡା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?