Posted inଜାତୀୟ

୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା

ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି ରଖି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଭାରତର ଦୃଷ୍ଟିଭଙ୍ଗୀକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରି ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅଗ୍ରସର ହେଉଥିବା ମଧ୍ୟ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତରେ ଅକ୍ଷୟ ଶକ୍ତି କ୍ଷମତାକୁ ୪୦ରୁ ୫୦%କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିକଳ୍ପ ଶକ୍ତି ୫୦୦ ଗିଗାଓ୍ବାଟକୁ ବୃଦ୍ଧି କରାଯିବ। ସବୁଜ ଶକ୍ତିର ବ୍ୟବହାର ବଢ଼ାଯାଇ ୨୦୩୦ ସୁଦ୍ଧା ଭାରତ କାର୍ବନ ନିର୍ଗମନକୁ ଏକ ବିଲିୟନ ଟନ୍‌ ହ୍ରାସ କରିବ। ବିକଶିତ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକୁ ୧୦୦ ବିଲିୟନ ଡଲାର ବଦଳରେ ୧ ଟ୍ରିଲିୟନ ଡଲାର ପ୍ରଦାନ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ପରିବେଶ ସମ୍ବନ୍ଧୀୟ ଭାରତ ୩ଟି ଗୁରୁତ୍ୱପୂର୍ଣ୍ଣ ଫୋରମ୍‌ ଆରମ୍ଭ କରିଛି। ସେଗୁଡ଼ିକ ହେଲା ବ୍ରିଟେନ୍‌ ସହ ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ଗଠବନ୍ଧନ (ସିଡିଆର୍‌ଆଇ) ଫ୍ରାନ୍ସ ସହ ଅନ୍ତର୍ଜାତୀୟ ସୌରମେଣ୍ଟ (ଆଇଏସ୍‌ଏ) ଏବଂ ସୁଇଡେନ୍‌ ସହ ଶିଳ୍ପ ପରିବର୍ତ୍ତନ ନିମନ୍ତେ ନେତୃତ୍ୱ ଗୋଷ୍ଠୀ ଗଠନ। ଭାରତ ‘ୱାନ୍‌ ସନ୍‌-ୱାନ୍‌ ୱାଲର୍‌ଡ-ୱାନ୍‌ ଗ୍ରୀଡ୍‌’ ପ୍ରସ୍ତାବକୁ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା ଭଳି ଦେଶ ସମର୍ଥନ ଦେଇଛି। ଇସ୍ରୋ ମାଧ୍ୟମରେ ଭାରତ ଛୋଟ ଦେଶଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ଆଗଭର ହୋଇଛି। ପରିବେଶ ସୁରକ୍ଷା ସମ୍ବନ୍ଧରେ ଉଜ୍ଜ୍ୱଳା, ଉଜାଲା ଭଳି ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହାସହ ବନୀକରଣ ପ୍ରସଙ୍ଗରେ ମଧ୍ୟ ଭାରତ ଭଲ କାମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri