ବୁରୁଜରୁ ଛୋଟ ପଥର କାଢି ବଡ଼ ଲଗାଅ

ଜଗତ୍‌ସିଂହପୁର ଅଫିସ, ୪ା୧: ବର୍ଷା ଦିନ ଆସିଲେ ଜଗତ୍‌ସିଂହପୁର ଜିଲାର ନଦୀକୂଳିଆ ଲୋକେ ଚିନ୍ତାରେ ପଡିଯାଆନ୍ତି। ବିଶେଷକରି ଦେବୀ ନଦୀର ବିଭିନ୍ନ ସ୍ଥାନରେ ବିପଦ ଆଶଙ୍କା ପ୍ରକାଶ ପାଏ । ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କିଛି ସ୍ଥାନରେ କାମ ଚାଲିଛି । କିନ୍ତୁ ନିମ୍ନମାନର କାମ ଯୋଗୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଶାସକ ଦଳ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିକଟରେ ଅଭିଯୋଗ ହୋଇଛି । ଆଗାମୀ ବର୍ଷା ଦିନ ପୂର୍ବରୁ ଦେବୀ ନଦୀର ଉଭୟ ପାର୍ଶ୍ୱ କିପରି ସୁରକ୍ଷିତ ରହିପାରିବ ସେନେଇ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ମଙ୍ଗଳବାର ଜଗତ୍‌ସିଂହପୁର ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ନଦୀ ବାମପାର୍ଶ୍ୱ ଶିଖର ପଞ୍ଚାୟତ ଅନ୍ତର୍ଗତ ପାରିଶିଖର ନିକଟରେ ୬୦୦ ମିଟର ପଥର ପ୍ୟାକିଂ ସାଙ୍ଗକୁ ବୁରୁଜ ନିର୍ମାଣ ବାବଦରେ ପାଖାପାଖି ୯ କୋଟି ଟଙ୍କା ଅଟକଳରେ କାମ ଚାଲିଛି। ଏହି କାମ ୨୦୨୨ ଡିସେମ୍ବରରୁ ଆରମ୍ଭ ହୋଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଠିକାଦାର ନିମ୍ନମାନର କାମ କରୁଥିବା ସ୍ଥାନୀୟ ଅଞ୍ଚଳର ସତ୍ୟ ନାରାୟଣ ପରିଡ଼ାଙ୍କ ସମେତ ଅନେକ ଲୋକ ଜଗତ୍‌ସିଂହପୁର ବିଧାୟକ ମୁଦୁଲିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଉପରେ ସର୍ବୋଚ୍ଚ ଯନ୍ତ୍ରୀ ଠିକାଦାରଙ୍କୁ ଛୋଟ ପଥର ପରିବର୍ତ୍ତେ ବଡ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନଦୀ ପଠା ବେସରକାରୀ ଜମିରୁ ମାଟି ମନଇଚ୍ଛା ନ ଉଠାଇବା ପାଇଁ ତାଗିଦ କରିଥିଲେ। ଗାଡି ଯାତାୟାତ ପାଇଁ ଆବଶ୍ୟକ ମୁତାବକ ମାଟି ବ୍ୟବହାର କଲେ ଅସନ୍ତୋଷ ରହିବ ନାହିଁ। ଏହି ଅବସରରେ ପାରିଶିଖରଠାରେ ଶହୀଦ ପ୍ରସନ୍ନ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସେଠାରେ ନିର୍ମାଣ ହେବାକୁ ଥିବା ପାର୍କ ସମ୍ବନ୍ଧରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେହିପରି ଓଷକଣା ପଞ୍ଚାୟତର ଭଣ୍ଡିସାହି ନିକଟରେ ଏବେବି ୨୫ରୁ ୩୦ ମିଟର ଗଭୀର ପାଣି ଅଛି । ଏହା ଉପରେ ତରବରିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ତେଣୁ ପ୍ରକଳ୍ପର ଡିଜାଇନ, ପ୍ଲାନିଂ ଓ ଇନଭେଷ୍ଟିଗେଶନ୍‌ ପାଇଁ କମିଟି ଅଫ୍‌ ଚିଫ ଇଞ୍ଜିନିୟର ଆସି ଦେଖିଲେ ନିଷ୍ପତ୍ତି ନିଆଯିବ ବୋଲି ମହାନ୍ତି କହିଥିଲେ। ଦେବୀଦୋଳ ନିକଟରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି। ଏଲ୍‌ ଆଣ୍ଡ ଟି ଏହି କାମ କରୁଛି। ଗତ ବନ୍ୟା ସମୟରେ ଏହି ସ୍ଥାନରେ ବିପଦ ଦେଖା ଦେଇଥିଲା। ତେଣୁ ସେଠାରେ ସ୍ପର କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି।
ସମ୍ପର୍କରେ ଜଗତ୍‌ସିଂହପୁର ବିଧାୟକ ମୁଦୁଲି କହିଛନ୍ତି, ବୁରୁଜ ନିର୍ମାଣ ନିମ୍ନ ମାନର ଅଭିଯୋଗର କେତେକାଂଶରେ ସତ୍ୟତା ରହିଛି। ମୋଟାମୋଟି ଭାବରେ କହିବାକୁ ଗଲେ ଦେବୀ ନଦୀର ବାମ ପାର୍ଶ୍ୱର ଯେତେ ସ୍ଥାନରେ ବନ୍ଧକୁ ବିପଦ ସମ୍ଭାବନା ଅଛି ସବୁଠି ଚଳିତବର୍ଷ କିଛି କାମ ହେବ। ଗତ ବନ୍ୟାରେ ପାରିଶିଖର ଓ ଭଣ୍ଡିସାହି ନିକଟରେ ଉଦ୍‌ବେଗଜନକ ପରିସ୍ଥିତି ଥିଲା। ପୂର୍ବ ଭଟଣା ନିକଟରେ ମଧ୍ୟ ବିପଦ ରହିଛି। ଗଜରାଜପୁର ପଞ୍ଚାୟତର ଦେବୀଦୋଳ ନିକଟରେ ନଦୀ ପଠା ଖାଇଯିବା ସାଙ୍ଗକୁୁ ଅନେକ ଲୋକଙ୍କ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି । ତେଣୁ ଏହାର ସୁରକ୍ଷା ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ବିଧାୟକ କହିଥିଲେ। ଏଥିସହ ଭଟଣା ଗୋଳା ନଇରେ ଏକ କଲଭର୍ଟ ନିର୍ମାଣ କରାଯିବ ବୋଲି କୁହାଯାଇଥିଲା। ଶେଷରେ ସର୍ବୋଚ୍ଚ ଯନ୍ତ୍ରୀ ଜଗତ୍‌ସିଂହପୁର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସର କର୍ମଚାରୀଙ୍କ ନୂତନ ଆବାସ ବିଲ୍ଡିଂ ଶୁଭ ଉଦ୍‌ଘାଟନ କରଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଜିଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇଙ୍କ ସମେତ ଜଗତ୍‌ସିଂହପୁର ଡିଭିଜନର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?