ପ୍ରଥମ ଦେଖାରେ ମନ ଜିଣିବାକୁ ଚାହାନ୍ତି…ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

କଥାରେ ଅଛି ‘ଫାଷ୍ଟ ଇମ୍ପ୍ରେସନ ଇଜ୍‌ ଦ ଲାଷ୍ଟ ଇମ୍ପ୍ରେସନ୍‌’। ଅର୍ଥାତ ପ୍ରଥମ ଦେଖାରେ ହିଁ ଲୋକଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିବା ଉଚିତ। କାରଣ ଏହା ଶେଷ ପର୍ଯ୍ୟନ୍ତ ରହିଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି କଥାରେ ବିଶ୍ୱାସ କରୁଥିଲେ।
ଚାଣକ୍ୟ ନୀତିରେ ସେ କହିଛନ୍ତି, ଯଦି କାହାକୁ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଛନ୍ତି, ତେବେ ପ୍ରସ୍ତୁତ ହୋଇ ଯାଆନ୍ତୁ। କାରଣ ପ୍ରଥମ ଦେଖା ଏପରି ହେବା ଦରକାର ଯାହାକୁ ଅନ୍ୟ ଲୋକ ସାରା ଜୀବନ ମନେ ରଖିବ।

ନିଜର ଜ୍ଞାନର ସଠିକ୍‌ ପ୍ରୟୋଗ କରନ୍ତୁ: ଅନ୍ୟକୁ ପ୍ରଭାବିତ କରିପାରିଲେ ହିଁ ଜଣେ ଜଣଙ୍କୁ ମନେ ରଖିପାରେ। କେବଳ ଜ୍ଞାନ ପ୍ରାପ୍ତ କରିଦେଲେ, ଜଣେ ଜ୍ଞାନୀ ହୋଇଯାଏ ନାହିଁ। ଏଥିପାଇଁ ତାଙ୍କୁ ନିଜ ଜ୍ଞାନର ସଠିକ୍‌ ବ୍ୟବହାର ଶିଖିବାକୁ ପଡ଼ିଥାଏ। ଲୋକଦେଖାଣିଆ ତଥା ଅନ୍ୟକୁ ନିଜଠାରୁ କମ୍‌ ପ୍ରତ୍ୟୟ କରିବା ଲାଗି ଯଦି ଜ୍ଞାନର ବ୍ୟବହାର କରାଯାଏ ତେବେ ସେହି ବ୍ୟକ୍ତିଙ୍କୁ ଜ୍ଞାନିଗଣରେ ଗଣାଯାଇପାରିବ ନାହିଁ। ଏଣୁ ନିଜର ଜ୍ଞାନର ସଠିକ୍‌ ବ୍ୟବହାର ଶିଖନ୍ତୁ।

ଅନ୍ୟକୁ ସମ୍ମାନ ଦେବା ଶିଖନ୍ତୁ: ସମ୍ମାନ ଦେଲେ ସମ୍ମାନ ମିଳେ। ଏଣୁ କାହାଠାରୁ ସମ୍ମାନ ପାଇବାକୁ ଆଶା କରିବା ପୂର୍ବରୁ ନିଜେ ଅନ୍ୟମାନଙ୍କୁ ସମ୍ମାନ ଦେଇ ଶିଖିବା ଆବଶ୍ୟକ। ଏଣୁ କାହାକୁ ଦେଖା କରିବାକୁ ଯିବା ସମୟରେ ସମ୍ମାନ ଜଣାନ୍ତୁ। ତାଙ୍କର ଆଦର କରନ୍ତୁ। ଯିଏ ଏପରି କରେ ନାହିଁ, ତାହାର ପ୍ରଭାବ ଅନ୍ୟମାନଙ୍କ ଆଗରେ ଖରାପ ହୁଏ।

ସଭ୍ୟ ଆଚରଣ: ପ୍ରଖର ଏବଂ ପ୍ରତିଭାଶାଳୀ ଲୋକଙ୍କୁ ଅନେକ ଦିନ ପାଇଁ ଲୋକେ ମନେ ରଖନ୍ତି। ସଭ୍ୟ ମଣିଷ ଅନ୍ୟକୁ ଆକର୍ଷିତ କରିପାରିଥାଏ। ଶିକ୍ଷିତ ଲୋକମାନେ ଅଧିକ ସଭ୍ୟ ହୋଇଥାନ୍ତି, ଏଣୁ ଲୋକମାନେ ତାଙ୍କୁ ବେଶି ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri