Posted inଜାତୀୟ

ମନେ ପଡନ୍ତି କଲାମ

ନୂଆଦିଲ୍ଲୀ,୨୭ ।୭: ଜଣେ ମହାନ ବିଚାରକ, ଲେଖକ ଓ ବୈଜ୍ଞାନିକ ତଥା ଦେଶର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ ସାରା ଦେଶ ତାଙ୍କୁ ମନେପକାଇଛି । ଆଜି ଯଦିଓ ସେ ଆମ ଗହଣରେ ନାହାନ୍ତି ତଥାପି ତାଙ୍କ ଆଦର୍ଶଭରା ଜୀବନ ପ୍ରତିଟି ଦେଶବାସୀଙ୍କୁ ଜୀବନରେ ଅଗ୍ରସର ହେବା ଓ ସଫଳତାର ସିଡି ଚଢିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
ଜଣେ ଏରୋସ୍ପେଶ ବୈଜ୍ଞାନିକ ହୋଇଥିବା ବେଳେ କଲାମ ଦେଶର ୧୧ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ(ଡିଆରଡିଓ) ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ସହ ସେ କାମ କରିଛନ୍ତି । ଦେଶରେ ସେ ‘ମିଶାଇଲ ମ୍ୟାନ’ ଭାବେ ପରିଚିତ ।
ଭାରତକୁ ବିଶ୍ୱ ଶକ୍ତି କରିବାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ପରୀକ୍ଷଣ ମଧ୍ୟରୁ ଗୋଟିଏ ପୋଖରାନ-୨ରେ ଡ. ଏପିଜେ ଅବଦୁଲ କଲାମର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାସହ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆଗକୁ ନେବାକୁ ଭାରତୀୟ ବାଲେଷ୍ଟିକ ମିଶାଇଲ ଓ ପ୍ରକ୍ଷେପଣ ବାହନ ଟେକ୍ନୋଲୋଜିର ବିକାଶ କରିଥିଲେ । ତାଙ୍କ ଲିଖିତ ପୁସ୍ତକ ‘ୱିଙ୍ଗସ ଅଫ ପାୟାର’ ଆଜିବି ଯୁବବର୍ଗଙ୍କ ସ୍ୱପ୍ନକୁ ଉଡାଇବା ଶିଖାଉଛି ।
ଡା. ଏପିଜେ ଅବଦୁଲ କଲାମଙ୍କ ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମରେ ହୋଇଥିଲା । ମାତ ୮୩ ବର୍ଷ ବୟସରେ ଆଇଆଇଏମ ଶିଲଂରେ ଲେକ୍‌ଚର ଦେବା ସମୟରେ ହୃଦଘାତ ହେବାରୁ ୨୭ ଜୁଲାଇ ୨୦୧୫ରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ପୁରା ନାଁ ଥିଲା ଡାକ୍ତର ଅବୁଲ ପାକିର ଜେନୁଲ୍ଲାଦ୍ଦିନ ଅବଦୁଲ କଲାମ । ତାଙ୍କର ପ୍ରେରଣାଦାୟୀ କୋଟସ୍ ଏବେବି ଦେଶବାସୀଙ୍କୁ ପ୍ରେରଣା ଦେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମନିର୍ଭର ଭାରତ, କମୁଛି ରୁଷିଆ ଉପରେ ସାମରିକ ଅସ୍ତ୍ରଶସ୍ତ୍ର ନିର୍ଭରଶୀଳତା…

ନୂଆଦିଲ୍ଲୀ, ୧୫।୩ : ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ସମାରିକ ସରଞ୍ଜାମ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କମ ନିର୍ଭରଶୀଳ ହେଉଛି। ଗ୍ଲୋବାଲ ଥିଙ୍କ...

ମୋଦିଙ୍କ ଭଳି ବିଧାନସଭା ପାହାଚରେ ମୁଣ୍ଡିଆ ମାରିଲେ ଶିବକୁମାର…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବିଧାନସଭାରେ ପହଞ୍ଚିଥିଲେ।...

ରାଜସ୍ଥାନ-ମହାରାଷ୍ଟ୍ର ଉପରେ ଭାଜପା ନଜର: ସଚିନ୍‌-ଦଓ୍ବେଡ଼ାଙ୍କୁ ବାଡ଼ ଡ଼ିଆଁଇବା ଯୋଜନା !

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କମଳନାଥ ସରକାରଙ୍କୁ ସଙ୍କଟରେ ପକାଇବା ପରେ ଏବେ ଭାଜପା ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଅପରେଶନ୍‌ ଲୋଟସ୍‌ ଳାଗି ଯୋଜନା କରିଥିବା...

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌,୧୮ା୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ...

ଦୈନିକ ମୃତ୍ୟୁ ସଂଖ୍ୟା ୧, ସକ୍ରିୟ ମାମଲା ୨୫ ହଜାର ତଳେ…

ନୂଆଦିଲ୍ଲୀ, ୨୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ...

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଘଟଣାରେ ୨ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ସୋମବାର ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ସେମାନଙ୍କୁ ପଚରାଉଚରା...

ପ୍ରଥମଦିନରେ ୯ଲକ୍ଷ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ନେଲେ କରୋନା ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୧ ।୧: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ସୋମବାର କୋଭିଡ ରୋଧି ଟିକାର ପ୍ରିକଶନ ଡୋଜ ବା ତୃତୀୟ...

Advertisement
Archives

Model This Week