ପରୀକ୍ଷାଗାରରେ ଯାଞ୍ଚ ପାଇଁ ଅନାଗ୍ରହ

ଯାଜପୁର,୧୪ା୫(ହର୍ଷବର୍ଦ୍ଧନ ବେହେରା):ରାସ୍ତା ଓ ଗୃହ (ଆର୍‌ ଏଣ୍ଡ ବି) ନିର୍ମାଣ ବା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ସେଣ୍ଟ୍ରାଲ ଓ ଜୋନାଲ ଲାବରେଟୋରି (ପରୀକ୍ଷାଗାର) ରହିଛି। ସେଥିରୁ ପାଣିକୋଇଲି ଏବଂ ଚାରବାଟିଆ ଡିଭିଜନ ଅଧୀନରେ ଚାଲିଥିବା ଯାଜପୁର ଜିଲାର ଶତାଧିକ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ଚଣ୍ଡିଖୋଲରେ ଏକ ଜୋନାଲ ଲାବରେଟୋରି କାର୍ଯ୍ୟ କରୁଛି। ଏହି ବିଭାଗରେ ଜଣେ ଆଞ୍ଚଳିକ ଅଧିକାରୀ(ଆରଓ) ଦାୟିତ୍ୱରେ ରହିଛନ୍ତି। ତେବେ ଜାଲିଆତି କରାଯାଇ କେତେକ ପ୍ରକଳ୍ପର ନିମ୍ନମାନର ପ୍ରକଳ୍ପ କାର୍ଯ୍ୟର ଠିକ୍‌ ଯାଞ୍ଚ ହେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆବଶ୍ୟକ ଅନୁଯାୟୀ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ ଯାଞ୍ଚ ପାଇଁ ନମୁନା ପଠାଉ ନ ଥିବା ଅଭିଯୋଗ ହେଉଛି। ଏଠାରେ ଚଣ୍ଡିଖୋଲ ଜୋନାଲ ଲାବରେଟୋରିରେ ଗତ ଏପ୍ରିଲ ସୁଦ୍ଧା ୮୩ଟି ନମୁନା ପରୀକ୍ଷା ନ କରି ବାକି ରଖିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାବାଦ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଦୁର୍ବଳ ପାଚେରି କାନ୍ଥର ମାନ ପରୀକ୍ଷା ନ କରି ସେଥିରେ ନୂତନ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ବିଭାଗୀୟ ଅବହେଳାର ଅନ୍ୟ ଏକ ଦୃଷ୍ଟାନ୍ତ ବୋଲି ମତପ୍ରକାଶ ପାଇଛି। ଏଭଳି ଅନେକ ପ୍ରକଳ୍ପର ମାନ ପରୀକ୍ଷା ହେଉ ନଥିବାରୁ କାମ ନ ସରୁଣୁ ସେଥିରୁ ପିଚୁ କିମ୍ବା କଂକ୍ରିଟ ଉଠିଯାଉଥିବା ନଜିର ରହିଛି।
ଜଣେ ଠିକାଦାରଙ୍କ କହିବା ଅନୁସାରେ, ଏହି ବିଭାଗରେ ମଞ୍ଜୁର ଅର୍ଥରୁ ୧୫ ପ୍ରତିଶତ କମ୍‌(ଲେସ)ରେ ଟେଣ୍ଡର ଭରିଲେ ଯାଏ କାମ ମିଳେ। ଏହାବାଦ ରାଜନୈତିକ ନେତୃବର୍ଗ ୫%, ଅଧୀକ୍ଷଣ ଯନ୍ତ୍ରୀ ୧%, ସହକାରୀ ନିର୍ବାହୀ ଯନ୍ତ୍ରୀ ୧%, କନିଷ୍ଠ ଯନ୍ତ୍ରୀ ୧.୫%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଫଳରେ ଉପରୋକ୍ତ ଯନ୍ତ୍ରୀମାନେ ଉପୁରିଆ ଭାବେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଭିଜିଲାନ୍ସ ଚଢାଉରେ ଅଧିକାଂଶ ଯନ୍ତ୍ରୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ମିଳୁଥିବା ନଜିର ରହିଛି। ଏଭଳି ଭାବେ ନିରୂପିତ ଅର୍ଥରୁ ପ୍ରାୟ ୩୦% ପିସି ଆକାରରେ ଯାଉଥିବାରୁ ନିମ୍ନମାନର କାର୍ଯ୍ୟ ହେଉଛି। ଏହାର ଅନେକ ଉଦାହରଣ ରହିଛି। ଦଶରଥପୁର ବ୍ଲକ ରାମବାଗଠାରୁ ଛତ୍ରପଡ଼ା ରାସ୍ତା କାମ ଚାଲିଥିବାବେଳେ ଗୋଟିଏ ସ୍ଥାନରୁ ପିଚୁ ଉଠିଯାଇଥିବାର ଭିଡିଓ ହେବା ଭାଇରାଲ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ହେଲେ ଏହାର ନମୁନା ପରୀକ୍ଷା ନ କରି ଏହାକୁ ଯେନତେନ ପ୍ରକାରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମ୍ଭାଳି ନେଇଥିଲେ। ସେହିପରି ଯାଜପୁରଠାରୁ ବିଞ୍ଝାରପୁର ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ୪ ବର୍ଷ ହେଲା ସରିପାରୁନି। ବାଇପାସ୍‌ ରାସ୍ତା ନିର୍ମାଣ ନ କରି ଯେନତେନ ପ୍ରକାରେ କାମ ସାରିବାକୁ ଠିକାଦାର ଯୋଜନା କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଶତାଧିକ ନିର୍ମାଣ କାର୍ଯ୍ୟର ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଉପଯୁକ୍ତ ଭାବେ ପରୀକ୍ଷାନିରୀକ୍ଷା ହେଉ ନଥିବାରୁ ସେଗୁଡିକର ଦୀର୍ଘସ୍ଥାୟୀ ହୋଇ ପାରୁ ନ ଥିବା ଉଦାହରଣ ରହିଛି। ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଣ୍ଡିଖୋଲ ଜୋନାଲ ଲାବରେଟୋରିରେ ଏପ୍ରିଲ ସୁଦ୍ଧା ବିଭିନ୍ନ ନିର୍ମାଣ କାର୍ଯ୍ୟର ୫୮୨ଟି ନମୁନା ପରୀକ୍ଷା ନ କରି ବାକି ପଡିଥିଲା। ଏହାସହ ଏପ୍ରିଲରେ ୨୫୦ଟି ପୁଣି ନମୁନା ସଂଗ୍ରହ କରାଯାଇଥିଲା। ତଦନୁସାରେ ସମୁଦାୟ ବାକି ରହିଥିବା ୮୩୨ଟି ନମୁନାରୁ ଏପ୍ରିଲରେ ୭୪୯ଟି ନମୁନା ପରୀକ୍ଷା କରାଯାଇ ଚୂଡାନ୍ତ ହୋଇଥିଲା। ତେବେ ଉକ୍ତ ନମୁନା ପରୀକ୍ଷା ଅନୁସାରେ ଏଯାଏ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବିଭାଗୀୟ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ନିର୍ମାଣ ସାମଗ୍ରୀର ମାନ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇ ଥାଉ। ସେହିପରି ଆବଶ୍ୟକ ପଡିଲେ ନିର୍ମାଣ ପରେ ବି ପରୀକ୍ଷା ହୋଇଥାଏ। ବରାହ ପ୍ରକଳ୍ପରେ ସେମିତି ଯାଞ୍ଚର କୌଣସି ଆବଶ୍ୟକତା ନ ଥିଲା। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହମତିରେ ପୁରୁଣା କାନ୍ଥରେ ନୂଆ କାମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri