ଧର୍ମାନ୍ଧତା

ଆକାର ପଟେଲ

ବହୁ ବର୍ଷ ତଳେ ପାକିସ୍ତାନ ଯାଇ ତା’ଉପରେ ଅନୁଧ୍ୟାନ କରିବା ସହ ସେଠାକାର ଖବରକାଗଜରେ ଲେଖିବାର ସୁଯୋଗ ପାଇଥିଲି। ବାଂଲାଦେଶ ଗଠନ ହେବା ଠାରୁ ରାଷ୍ଟ୍ରପତି ଜେନେରାଲ ଜିଆଉଲ୍‌ ହକ୍‌ଙ୍କ ବିଦାୟ ପର୍ଯ୍ୟନ୍ତ ସେହି ୨୦ ବର୍ଷ ମଧ୍ୟରେ ପାକିସ୍ତାନରେ କ’ଣ ଘଟିଥିଲା ତାହା ଜାଣିବାକୁ ମୋର ବିଶେଷ ଆଗ୍ରହ ଥିଲା। ସେହି ସମୟ ପୂର୍ବରୁ ପାକିସ୍ତାନ ନିଜକୁ ଇସଲାମୀକରଣ କରିବାକୁ ଚେଷ୍ଟା କରିଥିଲେ ବି ସେଥିରେ ବିଫଳ ହୋଇଥିଲା। ଏପରିକି ଆଜି ମଧ୍ୟ ପାକିସ୍ତାନର ଆଇନଗୁଡ଼ିକ ଭାରତ ଭଳି ସମାନ ରହିଛି ଏବଂ ଲାହୋର, କରାଚୀ ଏବଂ ପେଶାଓ୍ବରରେ ଲୋକେ ଅନୁଚ୍ଛେଦ ୪୨୦,୩୦୨ ଓ ୧୪୪ ସମ୍ପର୍କରେ ଅବଗତ ଅଛନ୍ତି। କାରଣ, ଉନବିଂଶ ଶତାବ୍ଦୀରେ ଏହି ଉପମହାଦେଶର ଅପରାଧ ଆଇନ ମାକ୍ୟୁଲେଙ୍କ ଦ୍ୱାରା ଲେଖାଯାଇଥିଲା। ସେ ଥିଲେ ଜଣେ ଇଂରେଜ। ଏବେ ମଧ୍ୟ ଦିଲ୍ଲୀ ଭଳି ଢାକାରେ ଲାଗୁ କରାଯାଇଥିବା ଅନୁଚ୍ଛେଦ ୧୫୩-ଏ ଶତ୍ରୁତା ବଢ଼ାଉଛି। ତେବେ ୧୯୭୦ ଓ ୧୯୮୦ ଦଶନ୍ଧିରେ ପାକିସ୍ତାନ ଏହାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲା। ଏହି ଦୁଇ ଦଶନ୍ଧିରେ ଏହା ଇସଲାମୀୟ ଦଣ୍ଡବିଧି ଶରିୟାତ ଆଇନ ଆରମ୍ଭ କରିଥିଲା। ଶରିୟାତ ଆଇନରେ ମଦ୍ୟପଙ୍କୁ ସର୍ବସାଧାରଣରେ ଚାବୁକ କିମ୍ବା ଲାଠିିରେ ଆଘାତ କରିବା, ବ୍ୟଭିଚାର ପାଇଁ ପଥର ଫିଙ୍ଗି ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ହୋଇଥିଲା। ଚୋରି ଡକାୟତି ଲାଗି ଡାହାଣ ହାତବଳା/ କଚଟିଠାରୁ କାଟି ଅଲଗା କରିବା ଭଳି ଜଘନ୍ୟ ଦଣ୍ଡବିଧାନ କରାଯାଇଥିଲା। ସେହି ଲୋକ ଦ୍ୱିତୀୟ ଅପରାଧ କଲେ ତା’ର ଗୋଇଠିରୁ ପାଦକୁ କାଟି ଅଲଗା କରିଦେବାର ବ୍ୟବସ୍ଥା ଥିଲା। ହେଲେ ପାକିସ୍ତାନରେ ଏଭଳି ଭୟଙ୍କର ଦଣ୍ଡ ଲାଗୁ କରାଯାଇ ନ ଥିଲା। ଏହି ଦଣ୍ଡ କେବଳ ପୁସ୍ତକରେ ହିଁ ସୀମିତ ରହିଗଲା। ସମୟକ୍ରମେ ପାକିସ୍ତାନ ଏହାର ଆଇନକୁ ଧାର୍ମିକ ଶିକୁଳିରୁ ମୁକ୍ତ କରି ଧର୍ମନିରପେକ୍ଷ କରିବାକୁ ଲାଗିଲା। ଜେନେରାଲ ପରଭେଜ୍‌ ମୁଶରଫ ରାଷ୍ଟ୍ରପତି ଥିବାବେଳେ ବଳାକତ୍ାର ସମେତ କିଛି ଅପରାଧକୁ ଶରିୟାତ ଆଇନରୁ ମୁକ୍ତ କରି ପାକିସ୍ତାନ ପେନାଲ କୋଡ୍‌କୁ ଫେରାଇ ଅଣାଗଲା। ଏହା ପଛରେ ଅବଶ୍ୟ କାରଣ ରହିଛି। ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକ ‘ସ୍ବାଧୀନତା’ ଶବ୍ଦକୁ ଯେଭଳିି ବିଚାର କରନ୍ତି ସେହି ‘ସ୍ବାଧୀନତା’ ପାକିସ୍ତାନର ଆଇନଗୁଡ଼ିକ ସହ ଜଡ଼ିତ ରହିଛି। ଏହାଯୋଗୁ ସେହି ଆଇନଗୁଡ଼ିକୁ ଗ୍ରହଣ କରିବା ବ୍ୟତୀତ ତା ’ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଠାରେ ଏହା କହିବାର କାରଣ ହେଉଛି, ଭାରତ ଏବେ ସମାନ ପ୍ରକାର ସମୟ ଦେଇ ଗତି କରୁଛି, ଯାହା ପାକିସ୍ତାନ ସେହି ୨୦ ବର୍ଷରେ କରିଥିଲା। ପାକିସ୍ତାନ ଏହାର ସଂଖ୍ୟାଲଘୁ ହିନ୍ଦୁଙ୍କୁ ଯେମିତି ରାଜନୀତିରୁ ବାଦ୍‌ ଦେଇଥିଲା ଏବେ ଭାରତ ତା’ସଂଖ୍ୟାଲଘୁଙ୍କୁ ସେମିତି ଅଣଦେଖା କରୁଛି। ଭାରତରେ ଏବେ କୌଣସି ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି। ଶାସକ ଦଳର ୩୦୩ ଲୋକସଭା ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ମୁସଲମାନ ନାହାନ୍ତି। ୧୫ଟି ରାଜ୍ୟରେ କେବେ ବି ମୁସଲମାନ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି।
ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ଅନେକ ରାଜ୍ୟ ୨୦୧୪ ପରେ ସଂଖ୍ୟାଲଘୁ ବିଶେଷକରି ମୁସଲମାନଙ୍କୁ ଟାର୍ଗେଟ କରି ଆଇନ ପ୍ରଣୟନ କରିଛନ୍ତି। ଭାଜପା ଶାସିତ ମହାରାଷ୍ଟ୍ର ଏବଂ ହରିୟାଣା ସରକାର ଗୋମାଂସ ରଖିବା ଏକ ଅପରାଧ ବୋଲି ଆଇନ ଆଣିବା ଯୋଗୁ ଲଗାତର ଭିଡ଼ହିଂସା ଘଟଣା ଘଟୁଛି। ଗୁଜରାଟରେ ଗୋହତ୍ୟାକୁ ଏକ ଆର୍ଥିକ ଅପରାଧ ଭାବେ ଗଣାଯାଇ ସେଥିଲାଗି ଆଜୀବନ ଜେଲ୍‌ଦଣ୍ଡର ପ୍ରାବଧାନ କରାଯାଇଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଆନ୍ତଃଧର୍ମୀୟ ବିବାହକୁ ଭାଜପା ଶାସିତ ଉତ୍ତରାଖଣ୍ଡ (୨୦୧୮), ହିମାଚଳପ୍ରଦେଶ(୨୦୧୯), ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ (୨୦୨୦) ଏବଂ ଗୁଜରାଟ (୨୦୨୧)ରେ ଅପରାଧୀକରଣ କରାଯାଇଛି। ଉତ୍ତରପ୍ରଦେଶ(ୟୁପି) ପ୍ରତିବାଦକାରୀଙ୍କ ସମ୍ପତ୍ତି ଜବତ କରିବା ଲାଗି ଆଇନ ଗଢିଛି ଓ ମଧ୍ୟପ୍ରଦେଶ ଏଭଳି ଏକ ଆଇନ ଆଣିବ ବୋଲି ଚଳିତ ସପ୍ତାହରେ କହିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆନ୍ଦୋଳନ କରୁଥିତ୍ବା ଅନେକ ମୁସଲମାନଙ୍କ ମୃତ୍ୟୁ ଘଟିବା ପରେ ୟୁପିରେ ଏହି ଆଇନ ଅଣାଯାଇଥିଲା। ସିଏଏ ମୁସଲମାନଙ୍କୁ ଟାର୍ଗେଟ କରୁଛି। ଏହାସହ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଏକ ସଣ୍ଡୁଆଶି ଭଳି ମୁସଲମାନଙ୍କୁ ଚାପି ଧରିଛି ଯାହା ଦେଖିବାକୁ ମିଳିଛି ଆସାମରେ।
ଯେଉଁମାନେ ସେହି ସମୟରେ ପାକିସ୍ତାନ ଉପରେ ଅନୁଧ୍ୟାନ କରିଥିଲେ ସେଠାରେ ଯେଉଁ ଉଦ୍ଦେଶ୍ୟରେ ଆଇନ ଗଢ଼ାଯାଇଥିଲା ମୋଦି ଶାସନରେ ସେଭଳି ଆଇନ ପାସ୍‌ କରାଯାଇଥିବା ସ୍ବୀକାର କରିବେ। ଏହି ଆଇନଗୁଡ଼ିକ ହିନ୍ଦୁସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଗରିବ ହିନ୍ଦୁବର୍ଗଙ୍କୁ ଉପରକୁ ଉଠିବାକୁ ଚାହେଁ ନାହିଁ। ଏହିସବୁ ଆଇନ ଘୃଣା ଓ ଅସହିଷ୍ଣୁତା ଯୋଗୁ ଗଢ଼ାଯାଇଛି। ନ୍ୟାୟପାଳିକା ମଧ୍ୟ ଆଇନଗୁଡ଼ିକରେ ମୁଣ୍ଡ ଖେଳାଇବାକୁ ଚାହିଁନାହିଁ। ଏପରିକି କଶ୍ମୀରରେ ମୁସଲମାନଙ୍କ ବନ୍ଦୀ ଘଟଣାରେ ନ୍ୟାୟପାଳିକାର ଭୂମିକା ଠିକ୍‌ ରହି ନାହିଁ। ପ୍ରଶ୍ନଉଠୁଛି, ଏହା କେତେଦିନ ଚାଲିବ ? ଭାରତ ଯେଉଁ ଦିଗରେ ଗତି କରୁଛି ତା’ର ଅନ୍ତିମ ଲକ୍ଷ୍ୟ କ’ଣ? ଏହାର ଶେଷ କେଉଁଠି? ଏହା ଦୀର୍ଘସମୟ ଚାଲିବ। ଦେଖିବାକୁ ଗଲେ ପାକିସ୍ତାନରେ ଇସ୍‌ଲାମୀକରଣର ଦୁଇ ଦଶନ୍ଧି ଥିଲା ଭିନ୍ନ ଏକ ଯୁଗର । କିନ୍ତୁ ଅତ୍ୟାଧୁନିକ ଯୁଗରେ ନାଗରିକମାନଙ୍କ ପ୍ରତି ଭାରତର ଆଇନଗତ ଦୁର୍ବ୍ୟହାର ତା’ର ଅଧା ସମୟ ଧରି ଲାଗି ରହିବ। ଏହାର ଅନ୍ତିମ ଲକ୍ଷ୍ୟ ବା ଶେଷ ସୀମା ବୋଲି କିଛି ନାହିଁ। ଭାରତ ପୁଣି ୨୦୧୪ର ପୂର୍ବ ସ୍ଥିତିକୁ ଫେରିଯିବ। ତାହା ଏକ ଉପଯୁକ୍ତ ସମୟ ହୋଇ ନ ପାରେ ,କିନ୍ତୁ ସେଠାରେ ସବୁ କିଛି ଏବକାଠାରୁ ଭଲ ରହିବ। ସମ୍ପ୍ରତି ଭାରତ ବିଶ୍ୱରେ ଯେଉଁ ପ୍ରକାର ଧର୍ମାନ୍ଧତା ପ୍ରକାଶ କରୁଛି ତାହାକୁ ଆଧୁନିକ ବିଶ୍ୱ ଗ୍ରହଣ କରିବ ନାହିଁ। ପାକିସ୍ତାନ ଏକ ଅସମ୍ପୂର୍ଣ୍ଣ ଇସଲାମିକ ରିପବ୍ଲିକ ରହିବା ଭଳି ଭାରତର ହିନ୍ଦୁତ୍ୱ ପ୍ରୋଜେକ୍ଟ ବିଫଳ ହେବ। ଶେଷରେ ଭାରତ ଏକ ଅସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ହୋଇ ରହିଯିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri