Posted inଜାତୀୟ

୧୦୨ ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ୟୁଏପିଏରେ ମାମଲା ଦାୟର, ରହିଛନ୍ତି ସୁପ୍ରିମକୋର୍ଟର ୪ ଓକିଲ

ଅଗରତାଲା,୭ ।୧୧: ଅପରାଧ ଷଡଯନ୍ତ୍ର, ଠକେଇ ଭଳି ମାମଲାରେ ଜଡିତ ଥିବା ପ୍ରାୟ ୧୦୨ ସୋସିଆଲ ମିଡିଆ ଆକାଣ୍ଟଧାରୀଙ୍କ ବିରୋଧରେ ୟୁଏପିଏ ଅଧିନରେ ମାମଲା ଦାୟର କରାଯାଇଛି । ଏଥିରେ ସୁପ୍ରିମକୋର୍ଟର ୪ ଜଣ ଓକିଲ ଥିବା ସୂଚନା ମିଳିଛି । ଏମାନଙ୍କ ଉପରେ ମୁସଲମାନଙ୍କ ବିରୋଧରେ ସାଂପ୍ରଦାୟିକ ଭେଦଭାବକୁ ବୃଦ୍ଧି କରିବାର ସୁଯୋଗ ଦେଇଥିବା ଅଭିଯୋଗ ରହିଛି । ଏହାସହ ଟୁଇଟର, ଫେସବୁକ ଓ ୟୁଟ୍ୟୁବକୁ ଏମାନଙ୍କ ଆକାଉଣ୍ଟ ସିଜ୍ କରିବା ଓ ଏହାସହ ଜଡିତ ସମସ୍ତ ତଥ୍ୟ ଦେବାକୁ ନୋଟିସ ଜାରି କରାଯାଇଛି ।
ତ୍ରିପୁରା ପୋଲିସ ଶୁକ୍ରବାର ମାମଲା ଦାୟର କରିବା ସହ ଶନିବାର ପଶ୍ଚିମ ଅଗରତାଲା ପୋଲିସର ପ୍ରଭାରୀ ଟୁଇଟରର ସାନ୍ ଫ୍ରାନସିସକୋ ସ୍ଥିତ ମୁଖ୍ୟାଳୟକୁ ନୋଟିସ ପଠାଇଛି । ଏଥିରେ ଦର୍ଶାଯାଇଛି କି ଅଭିଯୁକ୍ତ ନିକଟରେ ତ୍ରିପୁରାରେ ମସଜିଦ ଉପରେ ହୋଇଥିବା ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ପୋଷ୍ଟ କରିଥିଲେ । ଯାହାଦ୍ୱାରା ସାଂପ୍ରଦାୟିକ ସୌହାର୍ଦ୍ଦ ନଷ୍ଟ ହେବାର ଭୟ ରହିଛି । ଏଥିରେ କେତେଜଣ ଲୋକ ଅଥବା ସଙ୍ଗଠନ ସାମିଲ ଅଛନ୍ତି । ଏମାନେ ଅନ୍ୟ ଘଟଣାର ଉତ୍ତେଜିତ ଫଟୋ ଓ ଭିଡିଓକୁ ଏହି ଘଟଣା ସହ ଯୋଡି ପୋଷ୍ଟ କରିଛନ୍ତି । ତେବେ ପଶ୍ଚିମ ଅଗରତାଲା ପୋଲିସ ସମସ୍ତ ୧୦୨ ଜଣଙ୍କୁ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ ଡାକିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri