Posted inଜାତୀୟ

ଗୁପ୍ତ ସୂଚନା ସାର୍ବଜନୀନ କରିବା ଚିନ୍ତା ଜନକ: କିରେନ ରିଜିଜୁ…

ନୂଆଦିଲ୍ଲୀ,୨୪।୧ : ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ କ୍ରମାଗତ ଭାବରେ ବିବୃତ୍ତି ଦେଉଛନ୍ତି। ଏବେ ପୁଣି ଥରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ‘ର’ ର କିଛି ସମ୍ବେଦନଶୀଳ ଗୁପ୍ତ ରିପୋର୍ଟର କିଛି ଅଂଶ ସୁପ୍ରିମକୋର୍ଟ କଲେଜିୟମ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାର ବିଷୟ। ଗୁପ୍ତଚର ଏଜେନ୍ସିମାନେ ଗୁପ୍ତ ଢଙ୍ଗରେ କାମ କରନ୍ତି ଏବଂ ଯଦି ସେମାନଙ୍କ ରିପୋର୍ଟ ସାର୍ବଜନୀନ ହୁଏ ତେବେ ଏହା ଚିନ୍ତା ଜନକ। ଭବିଷ୍ୟତରେ ଏଭଳି ନ ହେବା ଉଚିତ।

ସୁପ୍ରିମକୋର୍ଟ କଲେଜିୟମ ନିକଟରେ ଆଇବି ଏବଂ ‘ର’ର ରିପୋର୍ଟର କିଛି ଅଂଶ ସାର୍ବଜନୀନ କରିଛନ୍ତିି। ଏହି ରିପୋର୍ଟଗୁଡିକରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ପଠାଯାଇଥିବା ନାମଗୁଡ଼ିକ ବିଷୟରେ ସୂଚନା ଦିଆଯାଇଥିଲା। ବାସ୍ତବରେ କେନ୍ଦ୍ର ସରକାର ଗୁପ୍ତଚର ରିପୋର୍ଟ ଦର୍ଶାଇ କଲେଜିୟମ ଦ୍ୱାରା ପଠାଯାଇଥିବା କିଛି ନାମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସତ୍ତ୍ୱେ କଲେଜିୟମ ପୁନର୍ବାର ଏହି ନାମଗୁଡ଼ିକୁ ସରକାରଙ୍କ ନିକଟକୁ ପଠାଇଥିଲେ। ଏହା ଉପରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଆଇବି ଏବଂ ’ର’ ର ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ମୁଁ ଠିକ ସମୟରେ ଏହା ଉପରେ ପ୍ରତିକ୍ରିୟା ଦେବି।

ସୂଚନାଯୋଗ୍ୟ ଯେ ଆଇବି ଏବଂ ‘ର’ର ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ରିପୋର୍ଟ ପ୍ରକାଶ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ବିଚାରପତି ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ଆପତ୍ତି ଉପରେ ବିସ୍ତୃତ ଉତ୍ତର ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏଥର ସମଗ୍ର ମାମଲାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ଗୁପ୍ତଚର ବିଭାଗର ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭିଡ଼ିଓ କରି ଏମିତି କହିଲେ ପ୍ରଧାନମନ୍ତ୍ରୀ: ଦେଶରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଏକ ଭିଡିଓ ସନ୍ଦେଶ ଜାରି କରି ଦେଶର ଯୁବପିଢ଼ି ଏବଂ ସାଧାରଣ ଜନତାଙ୍କୁ ଭରସା ଦେଇଛନ୍ତି ଯେ…

ଆଜି ଦେଶବ୍ୟାପୀ ବିକ୍ଷୋଭ ଡାକରା: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ନୂଆଦିଲ୍ଲୀ,୨୪ା୭: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ଗତ ୨୦ ତାରିଖ ଚଲୋ ସଂସଦ ଅଭିଯାନ ବେଳେ ଛାତ୍ରୀଛାତ୍ରଙ୍କ ଉପରେ ଲାଠିମାଡ଼ କରାଯିବାରୁ ଅନେକେ ଆହତ ହୋଇଥିଲେ। ପୋଲିସ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri