Posted inଜାତୀୟ

ଗୁପ୍ତ ସୂଚନା ସାର୍ବଜନୀନ କରିବା ଚିନ୍ତା ଜନକ: କିରେନ ରିଜିଜୁ…

ନୂଆଦିଲ୍ଲୀ,୨୪।୧ : ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ କ୍ରମାଗତ ଭାବରେ ବିବୃତ୍ତି ଦେଉଛନ୍ତି। ଏବେ ପୁଣି ଥରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ‘ର’ ର କିଛି ସମ୍ବେଦନଶୀଳ ଗୁପ୍ତ ରିପୋର୍ଟର କିଛି ଅଂଶ ସୁପ୍ରିମକୋର୍ଟ କଲେଜିୟମ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାର ବିଷୟ। ଗୁପ୍ତଚର ଏଜେନ୍ସିମାନେ ଗୁପ୍ତ ଢଙ୍ଗରେ କାମ କରନ୍ତି ଏବଂ ଯଦି ସେମାନଙ୍କ ରିପୋର୍ଟ ସାର୍ବଜନୀନ ହୁଏ ତେବେ ଏହା ଚିନ୍ତା ଜନକ। ଭବିଷ୍ୟତରେ ଏଭଳି ନ ହେବା ଉଚିତ।

ସୁପ୍ରିମକୋର୍ଟ କଲେଜିୟମ ନିକଟରେ ଆଇବି ଏବଂ ‘ର’ର ରିପୋର୍ଟର କିଛି ଅଂଶ ସାର୍ବଜନୀନ କରିଛନ୍ତିି। ଏହି ରିପୋର୍ଟଗୁଡିକରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ପଠାଯାଇଥିବା ନାମଗୁଡ଼ିକ ବିଷୟରେ ସୂଚନା ଦିଆଯାଇଥିଲା। ବାସ୍ତବରେ କେନ୍ଦ୍ର ସରକାର ଗୁପ୍ତଚର ରିପୋର୍ଟ ଦର୍ଶାଇ କଲେଜିୟମ ଦ୍ୱାରା ପଠାଯାଇଥିବା କିଛି ନାମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସତ୍ତ୍ୱେ କଲେଜିୟମ ପୁନର୍ବାର ଏହି ନାମଗୁଡ଼ିକୁ ସରକାରଙ୍କ ନିକଟକୁ ପଠାଇଥିଲେ। ଏହା ଉପରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଆଇବି ଏବଂ ’ର’ ର ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ମୁଁ ଠିକ ସମୟରେ ଏହା ଉପରେ ପ୍ରତିକ୍ରିୟା ଦେବି।

ସୂଚନାଯୋଗ୍ୟ ଯେ ଆଇବି ଏବଂ ‘ର’ର ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ରିପୋର୍ଟ ପ୍ରକାଶ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ବିଚାରପତି ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ଆପତ୍ତି ଉପରେ ବିସ୍ତୃତ ଉତ୍ତର ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏଥର ସମଗ୍ର ମାମଲାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ଗୁପ୍ତଚର ବିଭାଗର ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri