Posted inUncategorized

ରିଲିଜ୍‌ ହେଲା ‘ଭୂମିପୂତ୍ର’ ଗେମ୍‌

ଭୁବନେଶ୍ୱର, ୬।୩(ବ୍ୟୁରୋ): ମହାନ୍‌ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଇଞ୍ଜିନିୟରିଂ ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି ଏକ ଗେମ୍‌ ‘ଭୂମିପୂତ୍ର’। ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ ଅବସରରେ ଏହା ରିଲିଜ୍‌ ହୋଇଛି। ବିଜୁବାବୁଙ୍କ ବୀରତ୍ୱ ବଖାଣୁଥିବା ଏହି ଗେମ୍‌ର ଟ୍ରେଲର ଫେବୃୟାରୀ ୫ରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବାବେଳେ ବହୁ ପ୍ରଶଂସା ହାସଲ କରିଥିଲା। ଶନିବାର ଅପରାହ୍ନ ୪ଟାରେ ଏହା ସର୍ବସାଧାରଣଙ୍କ ନିମନ୍ତେ ରିଲିଜ୍‌ ହେବାର ମାତ୍ର କିଛି ସମୟ ଭିତରେ ହଜାରରୁ ଊର୍ଦ୍ଧ୍ୱ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡ଼ିଛି।
‘ଗୌରବଗୋ ଟେକ୍ନୋଲୋଜି’ ଷ୍ଟାର୍ଟଅପ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଗେମ୍‌ ବିଷୟରେ ପ୍ରଥମେ ଭୁବନେଶ୍ୱରର ଦୀପେଶ ଗୌରଭ ଚିନ୍ତା କରିଥିଲେ। ଯଦିଓ ଦୀପେଶଙ୍କ ଘର ଝାଡ଼ଖଣ୍ଡ, କିନ୍ତୁ ଓଡ଼ିଶାରେ ଦୀର୍ଘବର୍ଷ ଧରି ଶିକ୍ଷା ଗ୍ରହଣ କରିଥିବାରୁ ଏବଂ ଓଡ଼ିଶାର ଇତିହାସ, କଳା, ସଂସ୍କୃତି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ଏଭଳି ଏକ ବ୍ୟକ୍ତିବିଶେଷ ଉପରେ ଗେମ୍‌ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲେ। ଏହି ଗେମ୍‌ର ଟିମ୍‌ରେ ଭୁବନେଶ୍ୱରର ଶିବମ କୁମାର, ପୁରୀର ଶ୍ରୀମନ ରବିଶଙ୍କର, କେନ୍ଦୁଝରର ସ୍ବରୂପାନନ୍ଦ ଜେନାଙ୍କ ଭଳି ଭାରତର ବିଭିନ୍ନ ସ୍ଥାନରୁ ୧୫ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି। ବିନା କୌଣସି ବୈଷୟିକ ସହାୟତାରେ ସେମାନେ ଏହି ଗେମ୍‌ ପ୍ରସ୍ତୁତ କରିଥିବା କହିଛନ୍ତି।
ଡଚ୍‌ ସେନାଙ୍କ ଦ୍ୱାରା ଘେରାବନ୍ଦୀ ରହିଥିବା ଇଣ୍ଡୋନେସିଆର ତତ୍‌କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ ଓ ପ୍ରଧାନମନ୍ତ୍ରୀ ସାହାରିଆରଙ୍କୁ ବିଜୁ ବାବୁ ବୀରତ୍ୱର ପରାକାଷ୍ଠା ଦେଖାଇ ନିଜ ଡାକୋଟା ବିମାନରେ ଉଦ୍ଧାର କରି ଦିଲ୍ଲୀରେ ପହଞ୍ଚାଇଥିଲେ। ଏପରି ସାହସିକତା ଦେଖାଇ ସାରା ବିଶ୍ୱକୁ ଚକିତ କରିଥିବା ବିଜୁବାବୁ ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠାତା, କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ରହିଥିଲେ। ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶ୍ୱବାସୀଙ୍କ ନିକଟରେ ବିଜୁଙ୍କ ବୀରତ୍ୱର ଗାଥା ପହଞ୍ଚାଇବା ପାଇଁ ପ୍ରଥମକରି ଓଡ଼ିଶାରେ ଓଡ଼ିଆରେ ପ୍ରସ୍ତୁତ ହୋଇଛି ଏହି ନିଃଶୁଳ୍କ ଗେମ୍‌ ‘ଭୂମିପୁତ୍ର’। ଏହି ଗେମ୍‌ରେ ଜାକର୍ତ୍ତା କଲିଂ, ବାଲିଯାତ୍ରା ଓ ଭୂମିପୂତ୍ର ନାମକ ୩ଟି ପର୍ଯ୍ୟାୟ ବା ଲେଭଲ ରହିଛି। ପ୍ରତି ଉନ୍ନୀତ ଲେଭଲ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଏହି ଗେମ୍‌ରେ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ସାମିଲ କରାଯାଇଛି। ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଗେମ୍‌ ଖେଳିବା ସହିତ ଓଡ଼ିଶାର ଇତିହାସକୁ ମନେ ରଖିବେ। ସରକାରୀ ବା ବେସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଓଡ଼ିଶାକୁ ନେଇ ଆହୁରି ଅନେକ ଗେମ୍‌ ପ୍ରସ୍ତୁତ କରାଯିବ ଓ ଭୁବନେଶ୍ୱରକୁ ଗେମ୍‌ ହବ୍‌ କରିବାକୁ ଲକ୍ଷ୍ୟ ରହିଥିବା ଦୀପେଶ ସୂଚନା ଦେଇଛନ୍ତି। ଇଚ୍ଛୁକ ପିଲା gauravgo.comକୁ ଯାଇ ଏହି ଗେମ୍‌ଟିକୁ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?