Posted inUncategorized

ରିଲିଜ୍‌ ହେଲା ‘ଭୂମିପୂତ୍ର’ ଗେମ୍‌

ଭୁବନେଶ୍ୱର, ୬।୩(ବ୍ୟୁରୋ): ମହାନ୍‌ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଇଞ୍ଜିନିୟରିଂ ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି ଏକ ଗେମ୍‌ ‘ଭୂମିପୂତ୍ର’। ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ ଅବସରରେ ଏହା ରିଲିଜ୍‌ ହୋଇଛି। ବିଜୁବାବୁଙ୍କ ବୀରତ୍ୱ ବଖାଣୁଥିବା ଏହି ଗେମ୍‌ର ଟ୍ରେଲର ଫେବୃୟାରୀ ୫ରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବାବେଳେ ବହୁ ପ୍ରଶଂସା ହାସଲ କରିଥିଲା। ଶନିବାର ଅପରାହ୍ନ ୪ଟାରେ ଏହା ସର୍ବସାଧାରଣଙ୍କ ନିମନ୍ତେ ରିଲିଜ୍‌ ହେବାର ମାତ୍ର କିଛି ସମୟ ଭିତରେ ହଜାରରୁ ଊର୍ଦ୍ଧ୍ୱ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡ଼ିଛି।
‘ଗୌରବଗୋ ଟେକ୍ନୋଲୋଜି’ ଷ୍ଟାର୍ଟଅପ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଗେମ୍‌ ବିଷୟରେ ପ୍ରଥମେ ଭୁବନେଶ୍ୱରର ଦୀପେଶ ଗୌରଭ ଚିନ୍ତା କରିଥିଲେ। ଯଦିଓ ଦୀପେଶଙ୍କ ଘର ଝାଡ଼ଖଣ୍ଡ, କିନ୍ତୁ ଓଡ଼ିଶାରେ ଦୀର୍ଘବର୍ଷ ଧରି ଶିକ୍ଷା ଗ୍ରହଣ କରିଥିବାରୁ ଏବଂ ଓଡ଼ିଶାର ଇତିହାସ, କଳା, ସଂସ୍କୃତି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ଏଭଳି ଏକ ବ୍ୟକ୍ତିବିଶେଷ ଉପରେ ଗେମ୍‌ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲେ। ଏହି ଗେମ୍‌ର ଟିମ୍‌ରେ ଭୁବନେଶ୍ୱରର ଶିବମ କୁମାର, ପୁରୀର ଶ୍ରୀମନ ରବିଶଙ୍କର, କେନ୍ଦୁଝରର ସ୍ବରୂପାନନ୍ଦ ଜେନାଙ୍କ ଭଳି ଭାରତର ବିଭିନ୍ନ ସ୍ଥାନରୁ ୧୫ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି। ବିନା କୌଣସି ବୈଷୟିକ ସହାୟତାରେ ସେମାନେ ଏହି ଗେମ୍‌ ପ୍ରସ୍ତୁତ କରିଥିବା କହିଛନ୍ତି।
ଡଚ୍‌ ସେନାଙ୍କ ଦ୍ୱାରା ଘେରାବନ୍ଦୀ ରହିଥିବା ଇଣ୍ଡୋନେସିଆର ତତ୍‌କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ ଓ ପ୍ରଧାନମନ୍ତ୍ରୀ ସାହାରିଆରଙ୍କୁ ବିଜୁ ବାବୁ ବୀରତ୍ୱର ପରାକାଷ୍ଠା ଦେଖାଇ ନିଜ ଡାକୋଟା ବିମାନରେ ଉଦ୍ଧାର କରି ଦିଲ୍ଲୀରେ ପହଞ୍ଚାଇଥିଲେ। ଏପରି ସାହସିକତା ଦେଖାଇ ସାରା ବିଶ୍ୱକୁ ଚକିତ କରିଥିବା ବିଜୁବାବୁ ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠାତା, କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ରହିଥିଲେ। ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶ୍ୱବାସୀଙ୍କ ନିକଟରେ ବିଜୁଙ୍କ ବୀରତ୍ୱର ଗାଥା ପହଞ୍ଚାଇବା ପାଇଁ ପ୍ରଥମକରି ଓଡ଼ିଶାରେ ଓଡ଼ିଆରେ ପ୍ରସ୍ତୁତ ହୋଇଛି ଏହି ନିଃଶୁଳ୍କ ଗେମ୍‌ ‘ଭୂମିପୁତ୍ର’। ଏହି ଗେମ୍‌ରେ ଜାକର୍ତ୍ତା କଲିଂ, ବାଲିଯାତ୍ରା ଓ ଭୂମିପୂତ୍ର ନାମକ ୩ଟି ପର୍ଯ୍ୟାୟ ବା ଲେଭଲ ରହିଛି। ପ୍ରତି ଉନ୍ନୀତ ଲେଭଲ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଏହି ଗେମ୍‌ରେ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ସାମିଲ କରାଯାଇଛି। ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଗେମ୍‌ ଖେଳିବା ସହିତ ଓଡ଼ିଶାର ଇତିହାସକୁ ମନେ ରଖିବେ। ସରକାରୀ ବା ବେସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଓଡ଼ିଶାକୁ ନେଇ ଆହୁରି ଅନେକ ଗେମ୍‌ ପ୍ରସ୍ତୁତ କରାଯିବ ଓ ଭୁବନେଶ୍ୱରକୁ ଗେମ୍‌ ହବ୍‌ କରିବାକୁ ଲକ୍ଷ୍ୟ ରହିଥିବା ଦୀପେଶ ସୂଚନା ଦେଇଛନ୍ତି। ଇଚ୍ଛୁକ ପିଲା gauravgo.comକୁ ଯାଇ ଏହି ଗେମ୍‌ଟିକୁ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri