Posted inଜାତୀୟ

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିଛ, ଏବେ ମତେ ବି ଖଲାସ କର…

ନୂଆଦିଲ୍ଲୀ,୧୭।୧୧ : ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରିଛ, ଏବେ ସମାନ ଆଇନ ଅନୁସାରେ ମତେ ବି ଜେଲରୁ ଖଲାସ କର ବୋଲି ସ୍ତ୍ରୀଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା ସ୍ବାମୀ ଶ୍ରଦ୍ଧାନନ୍ଦ ଦାବି କରିବା ଆରମ୍ଭ କରିଛନ୍ତି। ସମାନତାର ଅଧିକାର ଦର୍ଶାଇ ଶ୍ରଦ୍ଧାନନ୍ଦ ତାଙ୍କ ମୁକ୍ତି ଦାବିରେ କୋର୍ଟରେ ଆବେଦନ କରିଛନ୍ତି।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସମ୍ମୁଖରେ ଶ୍ରଦ୍ଧାନନ୍ଦଙ୍କ ଆଇନଜୀବୀ ବରୁଣ ଠାକୁର କହିଛନ୍ତି ଯେ ଶ୍ରଦ୍ଧାନନ୍ଦ ୨୯ ବର୍ଷ ଧରି ଜେଲରେ ଅଛନ୍ତି। ସେ ପୁଣି ଥରେ ପାରୋଲରେ ବାହାରକୁ ଯିବାର ସୁଯୋଗ ପାଇ ନାହାନ୍ତି। ସେ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ରାଜୀବଙ୍କ ହତ୍ୟାକାରୀଙ୍କୁ ୩୦ ବର୍ଷ ଜେଲରେ ରହିବା ପରେ ମୁକ୍ତ କରାଯାଇଛି। ଏହି ସମୟରେ ସେମାନେ ଅନେକ ଥର ପାରୋଲ ମଧ୍ୟ ପାଇଥିଲେ। ଯେଉଁମାନେ ଏତେ ବଡ ଘଟଣା ଘଟାଇ ଥିଲେ ସେମାନଙ୍କୁ ମୁକ୍ତ କରାଯାଇଛି।

ସେ କହିଛନ୍ତି ଯେ ସମାନତା ଅଧିକାରର ଉଲ୍ଲଂଘନ ଏହା ଏକ ମାମଲା। ତାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ସହମତି ପ୍ରକାଶ କରି ଏହାକୁ ଗ୍ରହଣ କରାଯାଇଛି। ବରୁଣ ଠାକୁର କହିଛନ୍ତି ଯେ ଶ୍ରଦ୍ଧାନନ୍ଦଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ସେ ମାର୍ଚ୍ଚ ୧୯୯୪ ଠାରୁ ଜେଲରେ ଅଛନ୍ତି।

ଶ୍ରଦ୍ଧାନନ୍ଦ ତାଙ୍କ ସ୍ତ୍ରୀଙ୍କୁ ସମ୍ପତ୍ତି ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହୀଶୂରା ଦେୱାନ ସାର୍‌ ମିର୍ଜା ଇସମାଇଲଙ୍କ ନାତୁଣୀ ଆକବର ଖାଲିଲି ଶାକରେହ ୧୯୮୬ରେ ଶ୍ରଦ୍ଧାନନ୍ଦଙ୍କୁ ବିବାହ କରିଥିଲେ। ବିବାହର ୨୧ବର୍ଷ ପରେ, ଶ୍ରଦ୍ଧାନନ୍ଦ ଆକବର ଖାଲିଲି ଶାକରେହଙ୍କୁ ଛାଡପତ୍ର ହୋଇଥିଲେ ଏବଂ ପରେ ବିବାହ କରିଥିଲେ। ଆକବର ଖାଲିଲ ଅଷ୍ଟ୍ରେଲିଆ ଏବଂ ଇରାନରେ ଭାରତର ରାଷ୍ଟ୍ରଦୂତ ଥିଲେ।

୧୯୯୧ରେ ଶ୍ରଦ୍ଧାନନ୍ଦ ତାଙ୍କ ସ୍ତ୍ରୀଙ୍କୁ ନିଶାସକ୍ତ ଅବସ୍ଥାରେ କବର ଦେଇଥିଲେ। ୨୦ ଏପ୍ରିଲ ୧୯୯୪ ରେ ଶ୍ରଦ୍ଧାନନ୍ଦଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ସ୍ତ୍ରୀଙ୍କ କଙ୍କାଳକୁ ବାହାର କରାଯାଇଥିଲା। ୨୦୦୦ରେ, ଟ୍ରାଏଲ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୦୫ମସିହାରେ କର୍ନାଟକ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶ କାଏମ ରଖିଥିଲେ। ତେବେ ୨୦୦୮ ରେ ସୁପ୍ରିମକୋର୍ଟ ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୬୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଶ୍ରଦ୍ଧାନନ୍ଦ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri