Posted inଜାତୀୟ

ମଦ ପିଇଲେ ହେବନି ଜେଲ୍‌

ପାଟନା,୨୮।୨: ବିହାରରେ ମଦ ନିଷେଧାଦେଶକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ରାଜ୍ୟରେ ମଦ ପିଇ ଧରାପଡ଼ିଲେ ଯିବାକୁ ପଡ଼ିବନି ଜେଲ୍‌। ଏହା ବଦଳରେ କେବଳ ମଦ ମାଫିଆଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି ମଦ ମାଫିଆ ଗିରଫ ହୋଇଯା’ନ୍ତି ତେବେ ମଦ୍ୟପାନକାରୀଙ୍କୁ ଆଉ ଜେଲ୍‌ ଯିବାକୁ ପଡ଼ିବ ନାହିଁ। ଏକ୍ସାଇଜ କମିଶନର କାର୍ତ୍ତିକେୟ ଧନଜୀ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ବିହାରର ଜେଲ୍‌ରେ ମଦ୍ୟପାନକାରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୋମବାର ଆୟୋଜିତ ହୋଇଥିବା ଏକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିହାର ପୋଲିସ ଓ ମଦ ନିଷେଧ ବିଭାଗ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଏକ ବିଶେଷ କ୍ଷମତା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୨୧ ନଭେମ୍ବରରେ ବିହାର ସରକାର ଏକ ଆକଳନ ପ୍ରକାଶ କରିଥିଲେ ଯାହା ଲୋକଙ୍କୁ ଚକିତ କରିଥିଲା। ଜାନୁୟାରୀ ୨୦୨୧ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଚଢ଼ାଉ କରାଯାଇ ୪୯ହଜାର ୯ଶହ ଲୋକଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରେ ମଦ୍ୟପାନକାରୀ ଓ ମଦ ମାଫିଆ ସାମିଲ ଥିଲେ। ଏହି ସମୟରେ ମୋଟ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ବେଆଇନ ମଦ ଜବତ କରାଯାଇଥିଲା। ଫଳରେ ଜେଲ୍‌ ଓ ବିହାର କୋର୍ଟରେ ନିଷେଧାଦେଶ ମାମଲାଗୁଡ଼ିକର ଭାର ବଢ଼ିଯାଇଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଜାମିନ ଆବେଦନକୁ ନେଇ ଲାଗିଥିବା ଲାଇନ୍‌କୁ ଦେଖି ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ତେବେ ଆସନ୍ତା ମାର୍ଚ୍ଚ ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ବିହାର ସରକାର ଗିରଫ ନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ଲକ୍ଷେ ୪୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ନିଖୋଜ ବିଧାୟକ

ମୁମ୍ବାଇ, ୧୮।୭: କର୍ନାଟକରେ ଏଚ୍‌ଡି କୁମାରସ୍ବାମୀ ସରକାର ଗୁରୁବାର ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ ଦେଇଛନ୍ତି। ଏପଟେ କଂଗ୍ରେସ-ଜେଡି(ଏସ) ମେଣ୍ଟର କିଛି ବିଧାୟକ ଗୃହରେ ଅନୁପସ୍ଥିତ ଥିଲାବେଳେ...

ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍‌ଙ୍କୁ ଭେଟି ୨୫ ମିନିଟ୍‌ କଲେ ଆଲୋଚନା

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍‌ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା...

ଜୁନ ୨ରେ ଭାଜପା ହାତ ଧରିବେ ହାର୍ଦ୍ଦିକ, ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଅହମଦାବାଦ,୩୧ ।୫: ଗୁଜରାଟର ପାଟିଦାର ସମ୍ପ୍ରଦାୟରୁ ଆସିଥିବା ହାର୍ଦ୍ଦିକ ପଟେଲ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି(ଭଜପା)ରେ ଯୋଗ ଦେବାକୁ ଯାଉଛନ୍ତି । ସେ ଜୁନ ୨ରେ...

କୋଭିଡ୍‌ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଭାକ୍‌ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା...

ପାଗ ଖରାପ ଯୋଗୁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ଶ୍ରୀନଗର,୧୪।୭: ଖରାପ ପାଗ ଯୋଗୁ ଗୁରୁବାର ପୁଣିଥରେ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି।। ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ ନୂଆ ବ୍ୟାଚକୁ...

ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ

ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା...

ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ହତ୍ୟା କଲେ ସ୍ତ୍ରୀ

ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା...

Advertisement
Archives

Model This Week