Posted inଜାତୀୟ

ନେପାଳ ବିମାନ ଦୁର୍ଘଟଣା: ଏବେବି ପରିବାରକୁ ମିଳିନି ୪ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ ।୧: ନେପାଳ ବିମାନଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଏବେବି ଅପେକ୍ଷା ରଖିଛନ୍ତି ସେମାନଙ୍କ ପରିଜନ । ନେପାଳି ଅଧିକାରୀମାନେ ମଙ୍ଗଳବାର ଅର୍ଥାତ୍ ୧୭ ଜାନୁୟାରୀରୁ ମୃତକଙ୍କ ପରିଜନଙ୍କୁ ସେମାନଙ୍କ ମୃତଦେହ ହସ୍ତାନ୍ତର କରିବା ଆରମ୍ଭ କରିଥିଲେ । ରବିବାର ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ସେଥିରେ ୫୩ ଜଣ ନେପାଳିନାଗରିକ ଥିବା ବେଳେ ୫ ଭାରତୀୟ ଓ ୧୫ ବିଦେଶୀ ନାଗରିକଙ୍କ ସମେତ ଚାଳକ ଦଳର ୪ ସଦସ୍ୟ ଥିଲେ ।
ଏହି ବିମାନ ଦୁର୍ଘଟଣାରେ ଯେଉଁ ଭାରତୀୟଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିଚୟ ଉତ୍ତର ପ୍ରଦେଶର ଅଭିଶେକ କୁଶାବାହା(୨୫), ବିଶାଲ ଶର୍ମା(୨୨), ଅନିଲ କୁମାର ରାଜଭର(୨୭), ସୋନୁ ଜୟସୱାଲ(୩୫) ଓ ସଞ୍ଜୟ ଜୟସୱାଲ ବୋଲି ଜଣାପଡିଛି ।
ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ସଞ୍ଜୟ ଜୟସୱାଲଙ୍କ ମୃତଦେହ ଶୁକ୍ରବାର ୨୦ ଜାନୁୟାରୀରେ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଅନ୍ୟ ୪ ଜଣଙ୍କ ମୃତଦେହ ଏବେ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମିଳିନାହିଁ । ମୃତଦେହ ଆଣିବାକୁ ସମ୍ପର୍କୀୟ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ହସ୍ପିଟାଲରେ ପହଞ୍ଚିଥିଲେ ଏମାନଙ୍କ ମଧ୍ୟରେ ସୋନୁ ଜୟସୱାଲଙ୍କ ପିତା ରାଜେନ୍ଦ୍ର ପ୍ରସାଦ ଥିଲେ । ହେଲେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ଶନିବାର ୨୧ ଜାନୁୟାରୀରେ ବିଶାଲ ଶର୍ମାଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।
ରିପୋର୍ଟରେ କୁହାଯାଇଛି କି ଶୁକ୍ରବାର ୪୯ ମୃତଦେହର ପୋଷ୍ଟମର୍ଟମ କରାଯାଇ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଶନିବାର ଆଉ ୧୫ ମୃତଦେହକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଚିହ୍ନଟରେ ଥିବା ଡାକ୍ତର କହିଛନ୍ତି ପରିବାର ସଦସ୍ୟ ମୃତଦେହ ଚିହ୍ନଟ ପାଇଁ ଯେଉଁ ଚିହ୍ନ କହିଥିଲେ ତାହା ପର୍ଯ୍ୟାପ୍ତ ନ ଥିଲା । ରବିବାର ଏହାର ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଯାଇ ମୃତହେଦକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?