ସମ୍ପର୍କ: ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ

ଚନ୍ଦନ କୁମାର ଦାସ

 

ଏ ତିନି ହେଁ -‘ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ’ କେବଳ ଗୋଟିଏ ଗୋଟିଏ ଶବ୍ଦର ପରିସୀମା ମଧ୍ୟରେ ଅନୁବନ୍ଧିତ ନୁହେଁ;ପରନ୍ତୁ ଆମ ସମସାମୟିକ ସାମାଜିକ ଜୀବନର ସୁଧାର ପାଇଁ ଏକ ଏକ ଶ୍ରେଷ୍ଠ ସାଧନ ରୂପେ ପରିଗଣିତ।
ସମାଜ ଯେଉଁ ନୈସର୍ଗିକ ବନ୍ଧନରେ ବାନ୍ଧି ହୋଇ ଏକ ପବିତ୍ରତମ, ପରିପକ୍ୱ ଆକୃତିରେ ରୂପାନ୍ତରିତ ହୋଇଛି, ସେ ନୈସର୍ଗିକ ବନ୍ଧନର ନାମ ହେଉଛି – ‘ସମ୍ପର୍କ’। ସମ୍ପର୍କରେ ଏମିତି ଏକ ଅନ୍ତର୍ନିହିତ ଅଦୃଶ୍ୟ ଶକ୍ତି ରହିଛି, ଯାହାର ପ୍ରଭାବରେ ପ୍ରତିଟି ଉପାଦାନ ଅନୁବନ୍ଧିତ ହୋଇ ଏକ ସ୍ଥୂଳ ପ୍ରତୀକରୂପି ସମାଜ ତିଆରି କରିବାରେ ସହାୟକ ହୋଇଥାଏ। ସାମାଜିକ ଜୀବନର ଦୈନନ୍ଦିନ ସ୍ଥିତି ଓ ପରିସ୍ଥିତି ଏହି ଶକ୍ତିର ଭାରସାମ୍ୟ ଉପରେ ନିର୍ଭରଶୀଳ। ଭାରସାମ୍ୟ ଦୋହଲିଲେ ସମ୍ପର୍କ ଦୋହଲେ, ଭାରସାମ୍ୟ ବଜାୟ ରହିଲେ ସମ୍ପର୍କ ଯୋଡ଼େ। ସମାଜ ଯେଉଁ ଜୈବିକ ଓ ଅଜୈବିକ ଉପାଦାନର ସମାହାରରେ ଗଠିତ, ସେହି ଉପାଦାନମାନଙ୍କ ମଧ୍ୟରେ ସାମାଜିକ ଆନ୍ତଃକ୍ରିୟା ଦ୍ବାରା ସମ୍ପର୍କ ତିଆରି ହୋଇଥାଏ।
ତେବେ ପ୍ରଶ୍ନ ଉଠୁଛି ଏ ତିନୋଟି ଶବ୍ଦ ଆମ ସମାଜ, ସମ୍ପର୍କ ଓ ସାମାଜିକ ଜୀବନ ଉପରେ କେଉଁ ପ୍ରଭାବ ରଖେ ଯେ, ଯେଉଁଥିପାଇଁ ଏ ତିନିଗୋଟି ଶବ୍ଦ ଉପରେ ଏଠାରେ ଗୁରୁତ୍ୱ ଆରୋପ କରାଯାଇଛି। ଏ ବୈଜ୍ଞାନିକ ଯୁଗରେ ଆମେ ଆଜିକାଲି ସବୁ ଜିନିଷର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପଛାଉନାହୁଁ। ତେଣୁ ମୂଲ୍ୟାଙ୍କନ ଅଧୁନା ଆମ ଜୀବନଧାରା ସହିତ ସଦାସର୍ବଦା ପ୍ରବହମାନ। ଏତେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରହିବା ସତ୍ତ୍ବେ ଆମେ ଆମ ସମ୍ପର୍କର ବ୍ୟବଚ୍ଛେଦ କରିବାକୁ କେବେ ଭୁଲୁ ନାହୁଁ । ଏଇଠି ଜରୁରୀ ହୋଇପଡ଼େ ଆମ ପାଇଁ ସମ୍ପର୍କର ‘ମୂଲ୍ୟ’।
ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍କୃଷ୍ଟତାର ସୋପାନକୁ ସ୍ପର୍ଶ କରିବା ପ୍ରତ୍ୟାଶାରେ କେଉଁଠି ନା କେଉଁଠି ଝୁଣ୍ଟିପଡ଼ି କାହାକୁ କରୁ ଅମୂଲ୍ୟ ତ କାହାକୁ ମୂଲ୍ୟହୀନ। କିନ୍ତୁ କେବେ ବି ଆମେ ନିଜକୁ ପ୍ରଶ୍ନ କରୁନାହୁଁ ଆମେ ଠିକ ମୂଲ୍ୟାୟନକାରୀ ନା ନୁହଁ। ଆମ ଭାରତୀୟ ପୋଥି ତଥା ପୁରାଣ ଏ ସାମାଜିକ ସମ୍ବନ୍ଧର ମୂଲ୍ୟାୟନ ଦିଗରେ ଏକରୁ ଆରେକ ଗୋଟିଏ ଗୋଟିଏ ଶ୍ରେଷ୍ଠ ଉତ୍ସ ରୂପେ ପରିଚିତ। ଏହା କୃଷ୍ଣ-ବଳରାମଙ୍କ ଭାଇ ଭାଇ ସମ୍ପର୍କ ହୋଇପାରେ। ଏହା ରାମ-ସୀତାଙ୍କର ପତି ପତ୍ନୀ ସମ୍ପର୍କ ହୋଇପାରେ, ଏହା କୃଷ୍ଣ-ସୁଦାମାଙ୍କ ବନ୍ଧୁ ବନ୍ଧୁ ସମ୍ପର୍କ ହୋଇପାରେ। ଯୁଗର ବିବର୍ତ୍ତନବାଦ ମଧ୍ୟରେ ତାଳ ଦେଇ ଦେହ ସିନା ହୋଇଛି ଅତୀତ, ହେଲେ ସମ୍ପର୍କ ଚିରନ୍ତନ।
ବହୁ ପୌରାଣିକ କଥାବସ୍ତୁ ମଧ୍ୟରୁ ଆମେ ଏଠାରେ କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ସମ୍ପର୍କକୁ ବିଶ୍ଳେଷଣ କଲେ ଠିକ୍‌ ପ୍ରତୀୟମାନ ହୁଏ ଯେ ବନ୍ଧୁତ୍ୱର ପବିତ୍ରତମ ବିଭାନ୍ତରକୁ ଉଭୟେ ଉପଲବ୍ଧି ପାଇଁ ଚରମ ତଥା ପରମ ବ୍ୟାକୁଳ ଥିଲେ। ସେଠି କୌଣସି ଦ୍ରବ୍ୟର ସାମାନ୍ୟତମ ସ୍ଥାନ ନ ଥିଲା। ସୁଦାମାଙ୍କ ଦ୍ବାରା ଦତ୍ତ ଖୁଦକଣା ତଥା କୃଷ୍ଣଙ୍କ ଦ୍ବାରା ଦତ୍ତ ଧନ ତଥା ଐଶ୍ୱର୍ଯ୍ୟ ଥିଲା ଅତ୍ୟନ୍ତ ଗୌଣ। ମାତ୍ର ଶ୍ରଦ୍ଧା, ପ୍ରେମ ଅସୂୟା ଥିଲା ପ୍ରଧାନ ଅର୍ଥାତ୍‌ ଅମୂଲ୍ୟ।
ଦ୍ବିତୀୟ ଉଦାହରଣ ରୂପେ ରାମ-ଭରତଙ୍କର ଭାଇ ଭାଇ ସମ୍ପର୍କକୁ ନିଆଯାଇପାରେ। ଯେଉଁଠାରୁ ସ୍ପଷ୍ଟ ଦୃଶ୍ୟମାନ ହୁଏ ଭାଇଟିଏ କେମିତି ତା’ର ରାଜସିଂହାସନ, ରାଜବସ୍ତ୍ର ସବୁକିଛି ପରିତ୍ୟାଗ କରି ଯୋଗୀତ୍ୱ ନିଜ ଭାଇର କଠଉ ପୂଜାରେ ବ୍ରତୀ ଥିଲା। ଆମେ ଆଜି କେଉଁଠି ନା କେଉଁଠି ଏ ଅମୂଲ୍ୟ ଓ ମୂଲ୍ୟହୀନର ଦ୍ବନ୍ଦ୍ୱାତ୍ମକ ବନ୍ଧନୀ ମଧ୍ୟରେ ଛନ୍ଦି ହୋଇ ଗୌଣକୁ ଅମୂଲ୍ୟ ଏବଂ ଅମୂଲ୍ୟକୁ ମୂଲ୍ୟହୀନ କରି ସମ୍ପର୍କର ପବିତ୍ର ପାତ୍ରକୁ ପ୍ରଦୂଷିତ କରିଚାଲିଛୁ। କହିବା ବାହୁଲ୍ୟ ଯେ ଜଣେ ବନ୍ଧୁ ବନ୍ଧୁଟିଏକୁ କିଛି ଦ୍ରବ୍ୟ ବା ଅର୍ଥ ପ୍ରଦାନ କଲେ ସେ ଆଜି ତା’ର ବନ୍ଧୁତ୍ୱକୁ ଗୁରୁତ୍ୱ ଦେବା ସହିତ ବନ୍ଧୁର ସେବା, ଶ୍ରଦ୍ଧାକୁ ଗୌଣର ରୂପ ଦେଉଛି। ଏଥିରୁ ବୁଝାଯିବ ସେବା, କର୍ମ, ଶ୍ରଦ୍ଧା ଆଜି ମୂଲ୍ୟହୀନ ହୋଇପଡ଼ିଥିବା ବେଳେ ଦ୍ରବ୍ୟର ସ୍ଥାନ ଉଚ୍ଚରେ।
ସମ୍ପର୍କର ଆତ୍ମାସ୍ବରୂପୀ ପ୍ରେମ, ଶ୍ରଦ୍ଧା ବସ୍ତୁସର୍ବସ୍ବ ଦୁନିଆରେ ଅମୂଲ୍ୟ ପରିବର୍ତ୍ତେ ମୂଲ୍ୟହୀନ ସ୍ଥାନରେ ବସି କେଉଁଠି ନା କେଉଁଠି ଗୁମୁରି ଗୁମୁରି ଲୁହ ଝରାଉଛି। ଏଥିପାଇଁ ଦାୟୀ ଆମର ଏ ବସ୍ତୁ ପ୍ରେମ। ଆମେ ବସ୍ତୁର ପ୍ରେମରେ ଏତେ ମସ୍‌ଗୁଲ ହୋଇଯାଉଛୁ ଯେ ପବିତ୍ର ସମ୍ପର୍କ ଆମ ପାଇଁ ତୁଚ୍ଛ।
ଭୋଗରାଇ, ବାଲେଶର
ମୋ:୮୧୧୪୩୪୫୯୮୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri