ସମ୍ପର୍କ: ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ

ଚନ୍ଦନ କୁମାର ଦାସ

 

ଏ ତିନି ହେଁ -‘ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ’ କେବଳ ଗୋଟିଏ ଗୋଟିଏ ଶବ୍ଦର ପରିସୀମା ମଧ୍ୟରେ ଅନୁବନ୍ଧିତ ନୁହେଁ;ପରନ୍ତୁ ଆମ ସମସାମୟିକ ସାମାଜିକ ଜୀବନର ସୁଧାର ପାଇଁ ଏକ ଏକ ଶ୍ରେଷ୍ଠ ସାଧନ ରୂପେ ପରିଗଣିତ।
ସମାଜ ଯେଉଁ ନୈସର୍ଗିକ ବନ୍ଧନରେ ବାନ୍ଧି ହୋଇ ଏକ ପବିତ୍ରତମ, ପରିପକ୍ୱ ଆକୃତିରେ ରୂପାନ୍ତରିତ ହୋଇଛି, ସେ ନୈସର୍ଗିକ ବନ୍ଧନର ନାମ ହେଉଛି – ‘ସମ୍ପର୍କ’। ସମ୍ପର୍କରେ ଏମିତି ଏକ ଅନ୍ତର୍ନିହିତ ଅଦୃଶ୍ୟ ଶକ୍ତି ରହିଛି, ଯାହାର ପ୍ରଭାବରେ ପ୍ରତିଟି ଉପାଦାନ ଅନୁବନ୍ଧିତ ହୋଇ ଏକ ସ୍ଥୂଳ ପ୍ରତୀକରୂପି ସମାଜ ତିଆରି କରିବାରେ ସହାୟକ ହୋଇଥାଏ। ସାମାଜିକ ଜୀବନର ଦୈନନ୍ଦିନ ସ୍ଥିତି ଓ ପରିସ୍ଥିତି ଏହି ଶକ୍ତିର ଭାରସାମ୍ୟ ଉପରେ ନିର୍ଭରଶୀଳ। ଭାରସାମ୍ୟ ଦୋହଲିଲେ ସମ୍ପର୍କ ଦୋହଲେ, ଭାରସାମ୍ୟ ବଜାୟ ରହିଲେ ସମ୍ପର୍କ ଯୋଡ଼େ। ସମାଜ ଯେଉଁ ଜୈବିକ ଓ ଅଜୈବିକ ଉପାଦାନର ସମାହାରରେ ଗଠିତ, ସେହି ଉପାଦାନମାନଙ୍କ ମଧ୍ୟରେ ସାମାଜିକ ଆନ୍ତଃକ୍ରିୟା ଦ୍ବାରା ସମ୍ପର୍କ ତିଆରି ହୋଇଥାଏ।
ତେବେ ପ୍ରଶ୍ନ ଉଠୁଛି ଏ ତିନୋଟି ଶବ୍ଦ ଆମ ସମାଜ, ସମ୍ପର୍କ ଓ ସାମାଜିକ ଜୀବନ ଉପରେ କେଉଁ ପ୍ରଭାବ ରଖେ ଯେ, ଯେଉଁଥିପାଇଁ ଏ ତିନିଗୋଟି ଶବ୍ଦ ଉପରେ ଏଠାରେ ଗୁରୁତ୍ୱ ଆରୋପ କରାଯାଇଛି। ଏ ବୈଜ୍ଞାନିକ ଯୁଗରେ ଆମେ ଆଜିକାଲି ସବୁ ଜିନିଷର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପଛାଉନାହୁଁ। ତେଣୁ ମୂଲ୍ୟାଙ୍କନ ଅଧୁନା ଆମ ଜୀବନଧାରା ସହିତ ସଦାସର୍ବଦା ପ୍ରବହମାନ। ଏତେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରହିବା ସତ୍ତ୍ବେ ଆମେ ଆମ ସମ୍ପର୍କର ବ୍ୟବଚ୍ଛେଦ କରିବାକୁ କେବେ ଭୁଲୁ ନାହୁଁ । ଏଇଠି ଜରୁରୀ ହୋଇପଡ଼େ ଆମ ପାଇଁ ସମ୍ପର୍କର ‘ମୂଲ୍ୟ’।
ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍କୃଷ୍ଟତାର ସୋପାନକୁ ସ୍ପର୍ଶ କରିବା ପ୍ରତ୍ୟାଶାରେ କେଉଁଠି ନା କେଉଁଠି ଝୁଣ୍ଟିପଡ଼ି କାହାକୁ କରୁ ଅମୂଲ୍ୟ ତ କାହାକୁ ମୂଲ୍ୟହୀନ। କିନ୍ତୁ କେବେ ବି ଆମେ ନିଜକୁ ପ୍ରଶ୍ନ କରୁନାହୁଁ ଆମେ ଠିକ ମୂଲ୍ୟାୟନକାରୀ ନା ନୁହଁ। ଆମ ଭାରତୀୟ ପୋଥି ତଥା ପୁରାଣ ଏ ସାମାଜିକ ସମ୍ବନ୍ଧର ମୂଲ୍ୟାୟନ ଦିଗରେ ଏକରୁ ଆରେକ ଗୋଟିଏ ଗୋଟିଏ ଶ୍ରେଷ୍ଠ ଉତ୍ସ ରୂପେ ପରିଚିତ। ଏହା କୃଷ୍ଣ-ବଳରାମଙ୍କ ଭାଇ ଭାଇ ସମ୍ପର୍କ ହୋଇପାରେ। ଏହା ରାମ-ସୀତାଙ୍କର ପତି ପତ୍ନୀ ସମ୍ପର୍କ ହୋଇପାରେ, ଏହା କୃଷ୍ଣ-ସୁଦାମାଙ୍କ ବନ୍ଧୁ ବନ୍ଧୁ ସମ୍ପର୍କ ହୋଇପାରେ। ଯୁଗର ବିବର୍ତ୍ତନବାଦ ମଧ୍ୟରେ ତାଳ ଦେଇ ଦେହ ସିନା ହୋଇଛି ଅତୀତ, ହେଲେ ସମ୍ପର୍କ ଚିରନ୍ତନ।
ବହୁ ପୌରାଣିକ କଥାବସ୍ତୁ ମଧ୍ୟରୁ ଆମେ ଏଠାରେ କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ସମ୍ପର୍କକୁ ବିଶ୍ଳେଷଣ କଲେ ଠିକ୍‌ ପ୍ରତୀୟମାନ ହୁଏ ଯେ ବନ୍ଧୁତ୍ୱର ପବିତ୍ରତମ ବିଭାନ୍ତରକୁ ଉଭୟେ ଉପଲବ୍ଧି ପାଇଁ ଚରମ ତଥା ପରମ ବ୍ୟାକୁଳ ଥିଲେ। ସେଠି କୌଣସି ଦ୍ରବ୍ୟର ସାମାନ୍ୟତମ ସ୍ଥାନ ନ ଥିଲା। ସୁଦାମାଙ୍କ ଦ୍ବାରା ଦତ୍ତ ଖୁଦକଣା ତଥା କୃଷ୍ଣଙ୍କ ଦ୍ବାରା ଦତ୍ତ ଧନ ତଥା ଐଶ୍ୱର୍ଯ୍ୟ ଥିଲା ଅତ୍ୟନ୍ତ ଗୌଣ। ମାତ୍ର ଶ୍ରଦ୍ଧା, ପ୍ରେମ ଅସୂୟା ଥିଲା ପ୍ରଧାନ ଅର୍ଥାତ୍‌ ଅମୂଲ୍ୟ।
ଦ୍ବିତୀୟ ଉଦାହରଣ ରୂପେ ରାମ-ଭରତଙ୍କର ଭାଇ ଭାଇ ସମ୍ପର୍କକୁ ନିଆଯାଇପାରେ। ଯେଉଁଠାରୁ ସ୍ପଷ୍ଟ ଦୃଶ୍ୟମାନ ହୁଏ ଭାଇଟିଏ କେମିତି ତା’ର ରାଜସିଂହାସନ, ରାଜବସ୍ତ୍ର ସବୁକିଛି ପରିତ୍ୟାଗ କରି ଯୋଗୀତ୍ୱ ନିଜ ଭାଇର କଠଉ ପୂଜାରେ ବ୍ରତୀ ଥିଲା। ଆମେ ଆଜି କେଉଁଠି ନା କେଉଁଠି ଏ ଅମୂଲ୍ୟ ଓ ମୂଲ୍ୟହୀନର ଦ୍ବନ୍ଦ୍ୱାତ୍ମକ ବନ୍ଧନୀ ମଧ୍ୟରେ ଛନ୍ଦି ହୋଇ ଗୌଣକୁ ଅମୂଲ୍ୟ ଏବଂ ଅମୂଲ୍ୟକୁ ମୂଲ୍ୟହୀନ କରି ସମ୍ପର୍କର ପବିତ୍ର ପାତ୍ରକୁ ପ୍ରଦୂଷିତ କରିଚାଲିଛୁ। କହିବା ବାହୁଲ୍ୟ ଯେ ଜଣେ ବନ୍ଧୁ ବନ୍ଧୁଟିଏକୁ କିଛି ଦ୍ରବ୍ୟ ବା ଅର୍ଥ ପ୍ରଦାନ କଲେ ସେ ଆଜି ତା’ର ବନ୍ଧୁତ୍ୱକୁ ଗୁରୁତ୍ୱ ଦେବା ସହିତ ବନ୍ଧୁର ସେବା, ଶ୍ରଦ୍ଧାକୁ ଗୌଣର ରୂପ ଦେଉଛି। ଏଥିରୁ ବୁଝାଯିବ ସେବା, କର୍ମ, ଶ୍ରଦ୍ଧା ଆଜି ମୂଲ୍ୟହୀନ ହୋଇପଡ଼ିଥିବା ବେଳେ ଦ୍ରବ୍ୟର ସ୍ଥାନ ଉଚ୍ଚରେ।
ସମ୍ପର୍କର ଆତ୍ମାସ୍ବରୂପୀ ପ୍ରେମ, ଶ୍ରଦ୍ଧା ବସ୍ତୁସର୍ବସ୍ବ ଦୁନିଆରେ ଅମୂଲ୍ୟ ପରିବର୍ତ୍ତେ ମୂଲ୍ୟହୀନ ସ୍ଥାନରେ ବସି କେଉଁଠି ନା କେଉଁଠି ଗୁମୁରି ଗୁମୁରି ଲୁହ ଝରାଉଛି। ଏଥିପାଇଁ ଦାୟୀ ଆମର ଏ ବସ୍ତୁ ପ୍ରେମ। ଆମେ ବସ୍ତୁର ପ୍ରେମରେ ଏତେ ମସ୍‌ଗୁଲ ହୋଇଯାଉଛୁ ଯେ ପବିତ୍ର ସମ୍ପର୍କ ଆମ ପାଇଁ ତୁଚ୍ଛ।
ଭୋଗରାଇ, ବାଲେଶର
ମୋ:୮୧୧୪୩୪୫୯୮୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?