ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା ଫଙ୍କଶନ୍‌ରେ ରେଖା ପହଞ୍ଚିଗଲେ ଦେଖଣାହାରୀଙ୍କ ଭିଡ ବଢ଼ିଯାଏ। ବୟସାଧିକ ହେଲେ ହେଁ ଆଜି ବି ନବାଗତା ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି ସେ। ହେଲେ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ଆଜି ବି ରେଖାଙ୍କ ଜୀବନ ବେଶ୍‌ ରହସ୍ୟମୟ।

ପିଲାଟିବେଳୁ ପରିବାରର ବୋଝ ରେଖାଙ୍କ ଉପରେ ଥିଲା। ଏଣୁ ମାତ୍ର ୧୧ ବର୍ଷ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଏବେ ସେ ବଲିଉଡ୍‌ରେ ୫୫ବର୍ଷ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ସେ ଦେବା ସହ ବ୍ୟକ୍ତିଗତ କାରଣକୁ ନେଇ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି।

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସମ୍ପର୍କ ହେଉ ଅଥବା ବିବାହକୁ ନେଇ ଅନେକ କିଛି ଶୁଣିବାକୁ ମିଳିଛି। ରେଖା ଏବେ ସିନ୍ଦୁର ପିନ୍ଧିଥାନ୍ତି। ହେଲେ ସେ କାହା ପାଇଁ କେହି ଜାଣନ୍ତି ନାହିଁ। କେହି କେହି ସେ ଅମିତାଭଙ୍କ ନାମରେ ସିନ୍ଦୁର ପିନ୍ଧୁଥିବା କହିଥାନ୍ତି।

ପ୍ରଥମ ଥର ପାଇଁ ରେଖା ୧୯୮୦ରେ ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହରେ ସିନ୍ଦୁର ପିନ୍ଧି ପହଞ୍ଚିଥିଲେ। ଧଳା ରଙ୍ଗର ସାଢ଼ୀ ସାଙ୍ଗକୁ ବେକରେ ମଙ୍ଗଳସୁତ୍ର ଏବଂ ମଥାରେ ସିନ୍ଦୁର ଦେଖି ସେଠାରେ ଥିବା ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ସେତେବେଳେ ରେଖା ବିବାହ କରି ନ ଥିଲେ। ସେହି ବିବାହ ଉତ୍ସବରେ ଅମିତାଭ, ସ୍ତ୍ରୀ ଜୟା ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ହେଲେ ରେଖାଙ୍କ ଆଖି ଅମିତାଭଙ୍କ ଉପରେ ଥିଲା। ଅନେକ ସମୟ ପରେ ସିନ୍ଦୁର ପିନ୍ଧିବାକୁ ନେଇ ଭଳିକି ଭଳି କଥା ଶୁଣିବାକୁ ମିଳିଥିଲା। ମାତ୍ର ପରେ ଏ ନେଇ ପଚରାଯିବାରେ ରେଖା କହିଥିଲେ, ସେ ଶୁଟିଂ ସେଟ୍‌ରୁ ସିଧା ବିବାହ ଉତ୍ସବରେ ପହଞ୍ଚିଥିଲେ। ଏଣୁ ସେ ପୋଷାକ ବଦଳାଇପାରି ନ ଥିଲେ। ସିନ୍ଦୁର ମୋତେ ଭଲ ଲାଗେ। ମୁଁ ପିନ୍ଧିଲେ ସୁନ୍ଦର ଲାଗେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri