ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା ଫଙ୍କଶନ୍‌ରେ ରେଖା ପହଞ୍ଚିଗଲେ ଦେଖଣାହାରୀଙ୍କ ଭିଡ ବଢ଼ିଯାଏ। ବୟସାଧିକ ହେଲେ ହେଁ ଆଜି ବି ନବାଗତା ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି ସେ। ହେଲେ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ଆଜି ବି ରେଖାଙ୍କ ଜୀବନ ବେଶ୍‌ ରହସ୍ୟମୟ।

ପିଲାଟିବେଳୁ ପରିବାରର ବୋଝ ରେଖାଙ୍କ ଉପରେ ଥିଲା। ଏଣୁ ମାତ୍ର ୧୧ ବର୍ଷ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଏବେ ସେ ବଲିଉଡ୍‌ରେ ୫୫ବର୍ଷ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ସେ ଦେବା ସହ ବ୍ୟକ୍ତିଗତ କାରଣକୁ ନେଇ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି।

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସମ୍ପର୍କ ହେଉ ଅଥବା ବିବାହକୁ ନେଇ ଅନେକ କିଛି ଶୁଣିବାକୁ ମିଳିଛି। ରେଖା ଏବେ ସିନ୍ଦୁର ପିନ୍ଧିଥାନ୍ତି। ହେଲେ ସେ କାହା ପାଇଁ କେହି ଜାଣନ୍ତି ନାହିଁ। କେହି କେହି ସେ ଅମିତାଭଙ୍କ ନାମରେ ସିନ୍ଦୁର ପିନ୍ଧୁଥିବା କହିଥାନ୍ତି।

ପ୍ରଥମ ଥର ପାଇଁ ରେଖା ୧୯୮୦ରେ ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହରେ ସିନ୍ଦୁର ପିନ୍ଧି ପହଞ୍ଚିଥିଲେ। ଧଳା ରଙ୍ଗର ସାଢ଼ୀ ସାଙ୍ଗକୁ ବେକରେ ମଙ୍ଗଳସୁତ୍ର ଏବଂ ମଥାରେ ସିନ୍ଦୁର ଦେଖି ସେଠାରେ ଥିବା ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ସେତେବେଳେ ରେଖା ବିବାହ କରି ନ ଥିଲେ। ସେହି ବିବାହ ଉତ୍ସବରେ ଅମିତାଭ, ସ୍ତ୍ରୀ ଜୟା ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ହେଲେ ରେଖାଙ୍କ ଆଖି ଅମିତାଭଙ୍କ ଉପରେ ଥିଲା। ଅନେକ ସମୟ ପରେ ସିନ୍ଦୁର ପିନ୍ଧିବାକୁ ନେଇ ଭଳିକି ଭଳି କଥା ଶୁଣିବାକୁ ମିଳିଥିଲା। ମାତ୍ର ପରେ ଏ ନେଇ ପଚରାଯିବାରେ ରେଖା କହିଥିଲେ, ସେ ଶୁଟିଂ ସେଟ୍‌ରୁ ସିଧା ବିବାହ ଉତ୍ସବରେ ପହଞ୍ଚିଥିଲେ। ଏଣୁ ସେ ପୋଷାକ ବଦଳାଇପାରି ନ ଥିଲେ। ସିନ୍ଦୁର ମୋତେ ଭଲ ଲାଗେ। ମୁଁ ପିନ୍ଧିଲେ ସୁନ୍ଦର ଲାଗେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା

କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି...

ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ଶୁଟିଂ ସେଟ୍‌ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍‌ କରୁଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ...

ଅଭିନେତା ସମୀର ଖଖରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖଖର। ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମୀର ଖଖରଙ୍କ...

ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇ ରେକର୍ଡ କଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ବଲିଉଡ ଜଗତରେ ଜଣେ ଆଗଧାଡିର ନାୟିକା । ଯିଏ ନିଜର ଅଭିନୟରେ ବକ୍ସ ଅଫିସରେ ହଙ୍ଗାମା କରନ୍ତି । କିଛି ହିଟ...

‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ...

୫ କ୍ୟାରେଟ୍‌ ହୀରା ମୁଦି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପ୍ରଭାବିତ କରିପାରି ନ ଥିଲେ ରାଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍‌ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍‌ ଅଛନ୍ତି। ତେଣୁ ଶିଳ୍ପା...

ରିଲିଜ୍‌ ପୂର୍ବରୁ ବିବାଦରେ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମଟି...

Advertisement
Archives

Model This Week