ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏନେଇ ବୁଧବାର ପୋଲିସ ବିଭାଗ ପକ୍ଷରୁ ରିହର୍ସାଲ୍‌ ଆରମ୍ଭ ହୋଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପରେଡ଼ ହେବ ନାହିଁ କି କୌଣସି ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ ନାହିଁ। ଜାତୀୟ ପତାକାକୁ କେବଳ ସଲାମୀ ଦିଆଯିବ। ଏସ୍‌ଏସ୍‌ବିଏନ୍‌, ଓଏସ୍‌ଏପି ଓ ଓଡ୍ରାଫର ୩ ପ୍ଲାଟୁନ ସହ ଓଡିଶା ଷଷ୍ଠ ଓ ୭ମ ବାଟାଲିୟନର ଷ୍ଟେଟ୍‌ ବ୍ୟାଣ୍ଡ୍‌ ଏହି ସମାରୋହରେ ଯୋଗଦେଇ ସଲାମୀ ଦେବେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାସ ରିହର୍ସାଲ ସମୟରେ ଉପସ୍ଥିତ ରହି ଏହାର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୦,୪୮୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦,୪୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୪,୪୦୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ପିଆଜ ଦର ବୃଦ୍ଧି ନେଇ ଜିଲାପାଳଙ୍କୁ ଯୋଗାଣ ସଚିବଙ୍କ ଚିଠି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଗୁରୁତର ସହ ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର...

ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ସୂଚୀ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହେବ। ଏ ନେଇ ଗୁରୁବାର ସିବିଏସ୍‌ଇ ପକ୍ଷରୁ...

କରୋନାକୁ ନେଇ ଆରମ୍ଭ ହେଲାଣି ବୟାନବାଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ କିଛିଦିନ ହେବ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। କରୋନା ଏବେ ରାଜନୈତିକ ଲଢ଼େଇର ମୁଖ୍ୟ...

ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...

ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ...

ମହାନଦୀ ପାଇଁ କଟକକୁ ଭୂକମ୍ପ ଭୟ

କଟକ ଅଫିସ,୩୧।୭: ଦେଶର ଯେଉଁ ୩୦ଟି ସହରକୁ ଭୂକମ୍ପ ଭୟ ରହିଛି, ସେହି ତାଲିକାରେ କଟକର ନାମ ସ୍ଥାନ ପାଇଛି। ମହାନଦୀର ତ୍ରିକୋଣ ଭୂମିରେ କଟକ...

Advertisement
Archives

Model This Week