ନିୟମିତ ଉଲ୍ଲଂଘନକାରୀ ଗଣିବେ ଅଧିକ ବୀମା ରାଶି

ଭୁବନେଶ୍ବର,୨୬।୪ (ବ୍ୟୁରୋ) ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉ ନାହିଁ। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯେତେ ପ୍ରକାର ଉଦ୍ୟମ କରୁଛନ୍ତି ସେସବୁ ବାରମ୍ବାର ଫେଲ୍‌ ମାରୁଛି। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଗତ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ପାଳନ କରାଯାଇଥିଲା। ଏଥିଲାଗି ସବୁ ଆର୍‌ଟିଓ ଏବଂ ପୋଲିସ ଅଧିକାରୀମାନେ ରାସ୍ତାରେ ଟ୍ରାଫିକ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ଚେକିଂ କଡ଼ାକଡ଼ି କରିଥିଲେ। ଏହା ଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଯଦିଓ ହ୍ରାସ ପାଇଥିଲା ହେଲେ ପରିବହନ ବିଭାଗର ଏହି ମିଶନ କିନ୍ତୁ ସଫଳ ହୋଇପାରିଲା ନାହିଁ। ତେଣୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ନିୟମିତ ଭାବେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଅଧିକ ବୀମା ଅର୍ଥ ଆଦାୟ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଏକ ପ୍ରସ୍ତାବ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ସଚିବ ଅନୁ ଜେନ୍‌ଙ୍କୁ ମଙ୍ଗଳବାର ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି।
ସଚିବ ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସଡ଼କ ଦୁର୍ଘଟଣା ଯୋଗୁ ଦେଶରେ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କ ଜୀବନହାନି ଘଟୁଛି। ବହୁ ଲୋକ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯାଉଛନ୍ତି। ଏପରି କି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସମସ୍ୟା ଏବଂ ମାନସିକ ଚାପ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ଓଡ଼ିଶା ସରକାର ସଡ଼କ ସୁରକ୍ଷାକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଗଠନ କରାଯାଇଥିବା ଅଡିଟ୍‌ ଟିମ୍‌ର ରିପୋର୍ଟ ମୁତାବକ ଓଡ଼ିଶା ସଡ଼କ ସୁରକ୍ଷା କ୍ଷେତ୍ରରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ। ଏହି ଅଡିଟ୍‌ ଅନୁଯାୟୀ ଓଡ଼ିଶାକୁ ସଡ଼କ ସୁରକ୍ଷା ନେଇ ୬୭% ମାର୍କ ମିଳିଛି। ଏହାଛଡ଼ା ଓଡ଼ିଶା ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ନେଇ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉଚ୍ଚକୋଟିର ଏବଂ ଏହାକୁ ଅନ୍ୟ ରାଜ୍ୟଗୁଡ଼ିକ ଅନୁକରଣ କରିବା ପାଇଁ ଉକ୍ତ ଅଡିଟ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ନିୟମିତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଅଧିକ ସଚେତନ କରିବା ଲାଗି ରାଜ୍ୟମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଡ଼କ ସୁରକ୍ଷା କାଉନ୍‌ସିଲ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁୟାୟୀ, ଯେଉଁମାନେ ନିୟମିତ ଭାବେ ଟ୍ରାଫିକ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଅଧିକ ବୀମା ରାଶି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି।
ଗତ ମାର୍ଚ୍ଚ ୩୦ ତାରିଖରେ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସଡ଼କ ସୁରକ୍ଷା ଲାଗି ଯାହାସବୁ ସହଯୋଗ ଦରକାର ତାହା ଲାଗୁ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଦେଶର ଅନେକ ରାଜ୍ୟ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିଛନ୍ତି। ବାହାନ ଏବଂ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି (ଆଇଆର୍‌ଡିଏ)ର ତଥ୍ୟ ଅନୁୟାୟୀ ଯେଉଁମାନେ ଟ୍ରାଫିକ ନିୟମ ନିୟମିତ ଭାବେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ସେମାନଙ୍କଠାରୁ ବୀମା ରାଶିର ରିନୁଓ୍ବାଲ ସମୟରେ ଅଧିକ ରାଶି ଆଦାୟ କରାଯିବ। ସେହି ଅଧିକ ବୀମା ଅର୍ଥ ରାଜ୍ୟ ସରକାର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ କରାଯିବ। ଏ ସମ୍ପନ୍ଧୀୟ ଅଧିକ ନିଷ୍ପତ୍ତି ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ନେବେ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?