ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଚାଲିଛି: ତୁରନ୍ତୁ କରନ୍ତୁ ଆବେଦନ

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବା ପରେ ଏହାର ପରଦିନଠାରୁ ଭୋଟର ତାଲିକାରେ ନିରନ୍ତର ଅଦ୍ୟତନ କାର୍ଯ୍ୟ ଚାଲୁଛି। ଇତିମଧ୍ୟରେ ଭୋଟର ତାଲିକାରେ ୧.୯୦ ଲକ୍ଷ ନୂଆ ଭୋଟର ଯୋଗ ଦେଇଛନ୍ତି ଓ ରାଜ୍ୟରେ ଗତ ୨ ମାସରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୩.୩୨ କୋଟିରୁ ବଢ଼ି ୩.୩୪ କୋଟିରେ ପହଞ୍ଚତ୍ଛି। ଏହି ସମୟରେ ୩୬ ହଜାର ଯୁବ ନିର୍ବାଚକ ଭୋଟର ତାଲିକାରେ ଯୋଗଦେବା ଫଳରେ ଯୁବ ଭୋଟରଙ୍କ ସଂଖ୍ୟା ୭.୫୪ ଲକ୍ଷରୁ ବଢ଼ି ୭.୯୧ ଲକ୍ଷରେ ପହଞ୍ଚିଛି। ୫୮ ହଜାର ଦିବ୍ୟାଙ୍ଗ ଭୋଟର ତାଲିକାରେ ଯୋଡ଼ିହେବା ଫଳରେ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୪.୫୭ ଲକ୍ଷରୁ ବଢ଼ି ୫.୧୫ ଲକ୍ଷରେ ପହଞ୍ଚିଛି। ଏହା ବ୍ୟତୀତ ଲକ୍ଷେରୁ ଅଧିକ ମହିଳା ଭୋଟର ତାଲିକାରେ ଯୋଡ଼ିହେବା ଫଳରେ ଲିଙ୍ଗ ଅନୁପାତ ୯୭୨ରୁ ବଢ଼ି ୯୭୪ରେ ପହଞ୍ଚିଛି। ଯେଉଁ ଯୋଗ୍ୟ ଭୋଟରମାନେ ଏବେ ସୁଦ୍ଧା ତାଲିକାରେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଫର୍ମ ନଂ ୬ରେ, ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଓ ସ୍ଥାନାନ୍ତରଣ ନିମନ୍ତେ ଭୋଟର ଫର୍ମ ନଂ-୮ରେ ଆବେଦନ କରିପାରିବେ। ଏ ବାବଦରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ କାର୍ଯ୍ୟରେ ଭୋଟରଙ୍କୁ ସହାୟତା କରୁଛନ୍ତି। ଏହା ସହିତ ଅନ୍‌ଲାଇନ୍‌ ମାଧ୍ୟମରେ ପୋର୍ଟାଲ କିମ୍ବା ଭୋଟର ହେଲପ୍‌ଲାଇନ୍‌ ଆପ୍‌ ଡାଉନ୍‌ଲୋଡ୍‌ କରି ଜଣେ ନିର୍ବାଚକ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ଇତ୍ୟାଦି କାର୍ଯ୍ୟ କରିପାରିବେ ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?