ବର୍ଷାକୁ ଖାତିର ନ କରି…

ଦାରିଙ୍ଗବାଡ଼ି,୧୩ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶନିବାର ହର ଘର ତ୍ରିରଙ୍ଗା ଜୋରଦାର କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଅଞ୍ଚଳର ସମସ୍ତ ଘରେ ତ୍ରିରଙ୍ଗା ଉଡ଼େଇବା ପାଇଁ ଦେଶ ପ୍ରେମର ଭାବନା ସହ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସମସ୍ତେ ହାତରେ ତ୍ରିରଙ୍ଗା ଧରି ବର୍ଷାକୁ ଖାତିର ନ କରି ବାଇକ୍‌ ଶୋଭାଯାତ୍ରା କରିଥିଲେ। ଶିବ ମନ୍ଦିରଠାରୁ ଶେଭାଯାତ୍ରା ବାହାରି ଦାରିଙ୍ଗବାଡ଼ି ସହରର ଡବେରି ସମେତ ରାଧାକୃଷ୍ଣ ମନ୍ଦିର ରୋହ୍‌,ତିନିଛକ, ଚାରିଛକ, ଲକ୍ଷ୍ମୀ ବଜାର, ବ୍ଳକ ଅଫିସ, ନିଳକନ୍ଦର ସାହି, ଗ୍ରୀନବାଡ଼ିର ହାଇସ୍କୁଲ ଛକ ତହସିଲ ଅଫିସ ଛକ, ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କୁହାଯାଇଥିଲା। ଶନିବାରଠାରୁ ସୋମବାର ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ଧୂମ୍‌ଧାମରେ ପାଳନ କରାଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସଂଘର ଉପସଭାପତି ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଲଡୁକିଶୋର ସାହୁଙ୍କ ସମେତ ଉପସଭାପତି ସନ୍ତୋଷ କୁମାର ସାହୁ, ସିଏଚ୍‌.ଦୁର୍ଗା ପ୍ରସାଦ ସୁବୁଦ୍ଧି, ସମ୍ପାଦକ ଏସ୍‌.ରାମାରାଓ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ପରିବେଶର ସନ୍ତୁଳନ ରକ୍ଷା ନିହାତି ଆବଶ୍ୟକ: ଔଷଧୀୟ ଚାରା ରୋପଣ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri