ବିନା ଅନୁମତିରେ ଏନ୍‌ସିଇଆର୍‌ଟି ବହି ବିଷୟବସ୍ତୁ ଛାପିବା ମନା

ଭୁବନେଶ୍ୱର, ୮।୪(ଅସମାପିକା ସାହୁ):ନ୍ୟାଶନାଲ୍‌ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ(ଏନ୍‌ସିଇଆର୍‌ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍‌ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍‌ସିଇଆର୍‌ଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ଏପରି କଡ଼ା ଚେତାବନୀ ଦିଆଯାଇଛି। ସୂଚନାନୁଯାୟୀ, ଏନ୍‌ସିଇଆର୍‌ଟି ପ୍ରସ୍ତୁତ କରିଥିବା ପାଠ୍ୟକ୍ରମକୁ ବିନା ଅନୁମତିରେ କିଛି ପ୍ରକାଶନୀ ସଂସ୍ଥା ଚୋରି କରୁଛନ୍ତି। ୱେବ୍‌ସାଇଟ୍‌ରେ ଉପଲବ୍ଧ ବିଷୟବସ୍ତୁକୁ ନେଇ ନିଜ ସଂସ୍ଥା ନାମରେ ଛାପି ବଜାରରେ ବିକ୍ରି କରୁଛନ୍ତି। ଏନ୍‌ସିଇଆର୍‌ଟି ନିକଟରେ ଏନେଇ ଅଭିଯୋଗ ହେବାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏପରି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ଏନ୍‌ସିଇଆର୍‌ଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନ୍‌ସିଇଆର୍‌ଟି ପାଠ୍ୟକ୍ରମର ସମ୍ପୂର୍ଣ୍ଣ ବା ଆଶିଂକ ବିଷୟବସ୍ତୁ ପ୍ରକାଶ କରିଥିବା କୌଣସି ପ୍ରକାଶନୀ ସଂସ୍ଥାର ପୁସ୍ତକ ନ କିଣିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହାସହ ଏପରି ପୁସ୍ତକ ବିକ୍ରି ହେଉଥିବା ଜାଣିଲେ pd.ncert@nic.in ମେଲ୍‌ ଆଇଡିରେ ଜଣାଇବାକୁ କୁହାଯାଇଛି। ତେବେ ଯଦି କୌଣସି ପ୍ରକାଶକ ଏନ୍‌ସିଇଆର୍‌ଟିର ନାମକୁ ବ୍ୟବହାର କରି ନିଜ ପ୍ରକାଶନୀ ସଂସ୍ଥାରେ ବାହାର କରିବାକୁ ଚାହିଁବେ, ସେମାନେ ଏନ୍‌ସିଇଆର୍‌ଟିର ପ୍ରକାଶନୀ ବିଭାଗକୁ ଏକ ପ୍ରସ୍ତାବ ଦେବେ। ଅନୁମତି ମିଳିବା ପରେ ଛାପି ପାରିବେ ବୋଲି ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri