ମାର୍କେଟ ବିଲ୍ଡିଂ ମନା, ଦୁର୍ଦ୍ଦିନରେ ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ବ୍ୟବସାୟୀ ପରିବାର

ଭୁବନେଶ୍ୱର,୯।୮(ବ୍ୟୁରୋ):ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରି ବ୍ୟବସାୟ କରୁଥିଲୁ। ଖେଳନା ଏବଂ ଅନ୍ୟାନ୍ୟ ଛୋଟମୋଟ ସାମଗ୍ରୀ ବିକ୍ରି କରି ସେଥିରେ ପରିବାର ଚଳୁଥିଲା। ମାତ୍ର ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ର ଦାବି ଏବଂ ଦାଦାଗିରି ଆଗରେ ଆମକୁ ହାର୍‌ ମାନିବାକୁ ପଡିଲା। ୪ ତାରିଖରୁ ମାର୍କେଟ ଖୋଲିବା ପରେ ସେଠାରେ ବ୍ୟବସାୟ ତ ଦୂରର କଥା ଭିତରକୁ ପଶିବାକୁ ମଧ୍ୟ ଦିଆଯାଉ ନାହିଁ। ଭୋକ ଉପାସରେ ଆମ ଛୁଆପିଲା ଆଉଟୁପାଉଟୁ ହେଉଛନ୍ତି। ତେଣୁ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଛୁ ବୋଲି କହିଛନ୍ତି ଦୃଷ୍ଟିହୀନ ବ୍ୟବସାୟୀ ବଂଶୀଧର ପ୍ରଧାନ, ଅମର ପ୍ରଧାନ, ଜୟନ୍ତୀ ମଲ୍ଲିକ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ପରିବାର। ଅନ୍ୟ ଉଠାଦୋକାନୀମାନେ ଚାହିଁଲେ ଅନ୍ୟ କେଉଁଠାରେ ବ୍ୟବସାୟ କରିପାରିବେ। ମାତ୍ର ଆମଭଳି ଭିନ୍ନକ୍ଷମମାନେ କୁଆଡେ ଯିବେ ବୋଲି ସେମାନେ ପ୍ରଶ୍ନ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଏବଂ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହାର ଉତ୍ତରରେ ସେମାନେ ବିଏମ୍‌ସିକୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇ ହାତ ଝାଡି ଦେଇଛନ୍ତି। ସେହିପରି ବିଏମ୍‌ସି କମିଶନରଙ୍କୁ ସାକ୍ଷାତ୍‌ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ନ ଥିବାରୁ ଅତିରିକ୍ତ କମିଶନରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା ବୋଲି ବଂଶୀଧର କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଦୃଷ୍ଟିହୀନ ବ୍ୟବସାୟୀମାନେ କମିଶନରଙ୍କୁ ସାକ୍ଷାତ୍‌ କରିଥିଲେ। ଏହାର ପରଦିନ କମିଶନର ନିଜେ ମାର୍କେଟ ବିଲ୍ଡିଂ ଆସି ଏହି ବ୍ୟବସାୟୀମାନଙ୍କୁ ସେଠାରେ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ମାତ୍ର ଗତ ୩୧ ତାରିଖରେ ଉଠାଦୋକାନୀ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହେବା ପରେ ମାର୍କେଟକୁ ୪ଦିନ ବନ୍ଦ ରଖାଯାଇଥିଲା। ମାର୍କେଟ ଖୋଲିବା ପରେ ଆଉ କୌଣସି ଉଠା ଦୋକାନୀଙ୍କୁ ସେଠାରେ ପୂରାଇ ଦିଆଯାଉ ନାହିଁ। ତେବେ ମାନବିକତା ଦୃଷ୍ଟିରୁ ଭିନ୍ନକ୍ଷମ ଉଠା ଦୋକାନୀଙ୍କୁ କମିଶନର ବ୍ୟବସାୟ ପାଇଁ ଅନୁମତି ଦେଇଥିଲେ ବି ତାହାକୁ କାର୍ଯ୍ୟକାରୀ କରାଇ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଯଥାଶୀଘ୍ର ଏ ସମ୍ପର୍କରେ ବିଏମ୍‌ସି ପଦକ୍ଷେପ ନ ନେଲେ ୨୦ରୁ ଊର୍ଦ୍ଧ୍ୱ ପରିବାର ଅନାହାରରେ ମୃତ୍ୟୁବରଣ କରିବେ ବୋଲି ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?