ମ୍ୟାନ୍‌ମାର ଶରଣାର୍ଥୀ

ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିଥିବା ମ୍ୟାନ୍‌ମାର (ପୂର୍ବର ବର୍ମା) ସରକାରକୁ ଫେବୃୟାରୀ ୧ରେ ସେନା ପ୍ରତ୍ୟାଖ୍ୟାନ କରିଦେଇଥିଲା। ସେବେଠାରୁ ସେଠାକାର ଆର୍ମି ଅତ୍ୟାଚାରରେ ୨୩୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। ଫଳରେ ମ୍ୟାନ୍‌ମାର ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ଲୋକେ ଜୀବନ ବିକଳେ ମିଜୋରାମକୁ ପ୍ରବେଶ କରିଯାଉଥିବା ଶୁଣିବାକୁ ମିଳୁଛି। ସେମାନଙ୍କୁ ରୋକିବା ପାଇଁ ମିଜୋରାମ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି କେତେକ ମହଲରୁ ସମାଲୋଚନା ହେଉଛି।
ଭାରତର ମାନଚିତ୍ର ଦେଖିଲେ ବୁଝାପଡୁଛି ଯେ, ମିଜୋରାମ ଏକ ସୀମାନ୍ତ ରାଜ୍ୟ। ତାହାର ଆସାମ ସହିତ ୧୨୩ କିଲୋମିଟର, ତ୍ରିପୁରା ସହ ୨୭୭ କିଲୋମିଟର ଏବଂ ମଣିପୁର ସହିତ ୯୫ କିଲୋମିଟର ଆନ୍ତଃରାଜ୍ୟ ସୀମା ଥିବାବେଳେ ମ୍ୟାନ୍‌ମାର ସହ ୪୦୪ କିଲୋମିଟର ଓ ବାଂଲାଦେଶ ସହିତ ୩୧୮ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ଏଥିରୁ ବୁଝିବାକୁ ହେବ ଯେ, ଲମ୍ବା ୪୦୪ କିଲୋମିଟର ମ୍ୟାନ୍‌ମାର ସହିତ ଅନ୍ତର୍ଜାତୀୟ ସୀମାକୁ ମିଜୋରାମ ସରକାର ଜଗିବାର କୌଣସି ବ୍ୟବସ୍ଥା ନାହିଁ। ଯଦି ମ୍ୟାନ୍‌ମାରରୁ ଶରଣାର୍ଥୀ ମିଜୋରାମକୁ ପ୍ରବେଶ କରୁଛନ୍ତି, ତେବେ ସେହି ସୀମାନ୍ତ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବା ହେଉଛି କେନ୍ଦ୍ର ସରକାରର ଦାୟିତ୍ୱ। କିନ୍ତୁ କେନ୍ଦ୍ର ସରକାର ତା’ର ନିଜ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ଅତି ସହଜରେ ଖସିଯିବାର ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଉପରେ ଦୋଷ ଲଦିଦେଉଛି। ଭାରତର ସୀମାନ୍ତ ଅଞ୍ଚଳରେ ଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ମିଜୋରାମରେ ଥିବା ପ୍ରବଳ ସଂଖ୍ୟକ ସିଆର୍‌ପିଏଫ୍‌ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀ ସମେତ ଭାରତୀୟ ସେନା ଉପସ୍ଥିତ ରହିଛି। କିଛିବର୍ଷ ତଳେ ଏହି ସୀମାକୁ ଅତିକ୍ରମ କରି ବର୍ମା ଭିତରେ ଥିବା ଭାରତ ବିରୋଧୀ ଉଗ୍ରବାଦୀ ଗୋଷ୍ଠୀ ଶିବିର ଉପରେ ଭାରତୀୟ ସେନା ଚଢ଼ାଉ କରିଥିଲା ବୋଲି ମୋଦି ସରକାର ପ୍ରଶଂସା ନେବାକୁ ଚେଷ୍ଟା କରିଥିଲେ। ଆଜି ଯେତେବେଳେ ସେହି ସୀମାରୁ ସମସ୍ୟା ଉପୁଜୁଛି ସେତେବେଳେ ମିଜୋରାମବାସୀଙ୍କର ମ୍ୟାନ୍‌ମାରୀ ଅତୀତ ବା ଜାତିଗତ ସମ୍ବନ୍ଧ ରହିଥିବାରୁ ସେମାନେ ସହାନୁଭୂତ ଦେଖାଉଛନ୍ତି ବୋଲି କେନ୍ଦ୍ର ଦୋଷାରୋପ କରୁଛି। ତେବେ ଏହି ଦୋଷାରୋପ ବିଶ୍ୱସନୀୟ ହୋଇପାରୁ ନାହିଁ, କାରଣ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଶସ୍ତ୍ର ବାହିନୀ ନୀରବ ରହିବାର କାରଣ ବୁଝାପଡୁନାହିଁ। ଏହିଭଳି ଉଦାହରଣ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳେ। ଏହି ଦୁଇ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ଏହା ମାଧ୍ୟମ ଦେଇ ଭାରତର ବିଭିନ୍ନ ଅଞ୍ଚଳକୁ ଅବାଧରେ ଯାଇପାରୁଛନ୍ତି। ନିର୍ବାଚନ ପ୍ରଚାର ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଦୋଷ ଦେଇ କହୁଛନ୍ତି ଯେ, ଭାଜପା ରାଜ୍ୟରେ କ୍ଷମତାଶୀନ ହେଲେ ବାଂଲାଦେଶୀଙ୍କ ଅନୁପ୍ରବେଶ ବନ୍ଦ କରିହେବ। ଏଭଳି ମତ ଦେଲାବେଳକୁ ମନ୍ତ୍ରୀ ଭୁଲିଯାଉଛନ୍ତି ଯେ ତାଙ୍କ ହାତରେ ଥିବା କ୍ଷମତାର ଉଚିତ ବ୍ୟବହାର କଲେ ଏବେ ମଧ୍ୟ ଅନୁପ୍ରବେଶକାରୀ ସମସ୍ୟାକୁ ସମାଧାନ କରାଯାଇ ପାରନ୍ତା। ଦେଶର ସ୍ବାର୍ଥକୁ ଗୁରୁତ୍ୱ ଦିଆଗଲେ ସମସ୍ତଙ୍କ ମଙ୍ଗଳ ହୋଇପାରନ୍ତା। ତାହା କରା ନ ଯାଇ ରାଜନୈତିକ ଫାଇଦା ପାଇଁ କାର୍ଯ୍ୟ କରାଯାଉଥିବାରୁ ପୂର୍ବ କଂଗ୍ରେସ ଶାସନ ଭଳି ସବୁ ସମସ୍ୟା ଦେଶ ପାଇଁ ଲାଗିରହିଛି।
ମିଜୋରାମ ସମସ୍ୟାକୁ ସମାଧାନ କରିବା ପାଇଁ କେନ୍ଦ୍ର ତରଫରୁ ତୁରନ୍ତ ସେଠାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇ ଅନୁପ୍ରବେଶକାରୀଙ୍କୁ ରୋକାଯିବା ଦରକାର। ଦୋଷ ଲଦିବା ପରିବର୍ତ୍ତେ ନିଜ ଦାୟିତ୍ୱ ତୁଲାଇବା ହେଉଛି କେନ୍ଦ୍ର ସରକାରର ମୁଖ୍ୟ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri