ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ସନ୍ଦେହ

ସ୍ଥାବର ତୀର୍ଥ ଚନ୍ଦ୍ରଭାଗା ତୀର୍ଥ ନାମରେ ଯେପରି ପ୍ରସିଦ୍ଧ, ଅର୍କତୀର୍ଥ ଭାବରେ ଠିକ୍‌ ସେହିପରି ପ୍ରସିଦ୍ଧ ଥିଲା। ମାଘ ମାସ ଶୁକ୍ଳ ସପ୍ତମୀ ଏହି ତୀର୍ଥ ପାଇଁ ପ୍ରଶସ୍ତ ଥିଲା। ଏବେ ବି ଅଛି। ବିଶ୍ୱାସ ରହିଛି ମାଘ ଶୁକ୍ଳ ସପ୍ତମୀରେ ଶ୍ରୀସୂର୍ଯ୍ୟଦେବଙ୍କର ଜନ୍ମ ହୋଇଥିଲା। ଏହା ପଛରେ ଏକ ଜ୍ୟୋତିଷ ଶାସ୍ତ୍ରୀୟ ରହସ୍ୟ ଅଛି। ନଇଲେ ଲୋକେ ଅପସନ୍ଦ କରିବେ ସୂର୍ଯ୍ୟଙ୍କ ଜନ୍ମଦିନ କ’ଣ? ସେଇଦିନ ସୂର୍ଯ୍ୟଙ୍କ ଉଦୟ ପୂର୍ବରୁ ଚନ୍ଦ୍ରଭାଗାର ଜଳ ଶକ୍ତିମୟ ହେଉଥିଲା। ମଣିଷ ଶରୀର ସେଇ ଜଳରେ ସ୍ନାନ କରିବା ପରେ ଶକ୍ତିର ସ୍ରୋତ ଆହରଣ କରୁଥିଲା, ତେଣୁ ନୀରୋଗ ରହୁଥିଲା। ଆମେ ଜାଣିଛେ ଶ୍ରୀସୂର୍ଯ୍ୟ ହିଁ ହେଉଛନ୍ତି ସକଳଶକ୍ତିର ଆଧାର। ଚନ୍ଦ୍ରଭାଗା ତୀର୍ଥର ଶକ୍ତିପୂର୍ଣ୍ଣ ଜଳକୁ ଚଳଚଞ୍ଚଳ କରିବା ଲାଗି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବିଜେ ବିଗ୍ରହ ପ୍ରଥମେ ସ୍ନାନ କରୁଥିଲେ। ୟାର ବର୍ଣ୍ଣନା ଶ୍ରୀପଦ୍ମକେଶର ମନ୍ଦିରରେ ଉପାସନା ପ୍ରଚଳନ କାଳରେ ହେଉଥିଲା ବୋଲି ‘ବାୟାଚକଡ଼ା’ ପୋଥିରେ ମଧ୍ୟ ବର୍ଣ୍ଣନା ରହିଛି। ଉପାସନା ବନ୍ଦ ହେବା ପରେ ଶ୍ରୀଶିବଙ୍କର ବିଜେ ପ୍ରତିମା ସ୍ନାନ ପାଇଁ ଆସିବା ବ୍ୟବସ୍ଥା ହେଲା। ଶ୍ରୀଶିବ କିମ୍ବା ଶ୍ରୀଶକ୍ତିଙ୍କ ବିଜେ ପ୍ରତିମା ମାଘସପ୍ତମୀ ଦିନ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିବା କଥା ପୋଥିରେ ନାହିଁ।
ତୀର୍ଥରେ ସ୍ନାନ ବା ବୁଡ଼ ପରମ୍ପରା ପଛରେ ସନାତନୀୟ ବିଚାରଧାରାର ଯୋଗ-ଦର୍ଶନର ମୂଳ ରହସ୍ୟ ରହିଛି। ଏଇ ଶରୀର ପାଞ୍ଚୋଟି ତତ୍ତ୍ୱରେ ଗଠିତ। ତୀର୍ଥ ଯଦି ମାଟି, ପାଣି, ତେଜ, ବାୟୁ ଓ ଆକାଶର ସମାହାର, ତେବେ ଶରୀର ଏହି ପାଞ୍ଚଟିର ସାନ୍ନିଧ୍ୟ ପାଇ ତେଜୋମୟ ହୁଏ। ଜୀବନର ଗତିପଥ ଉଚ୍ଚତର ଦିଗକୁ ଗତି କରେ। ଶାରୀରିକ ଓ ମାନସିକ ସ୍ତରରେ ବିସ୍ମୟଜନକ ପରିବର୍ତ୍ତନ ହୁଏ। ସେଥିପାଇଁ କୁମ୍ଭସ୍ନାନ, ଗୋଦାବରୀ ସ୍ନାନ ପ୍ରଭୃତି ସାଧୁସନ୍ଥମାନେ ପାଳି ଆସୁଛନ୍ତି। ଓଡ଼ିଶାରେ ତିନୋଟି ସ୍ନାନ ପ୍ରାଚୀନ କାଳରୁ ଅନୁସୃତ। ଶାସ୍ତ୍ର ବି ସମର୍ଥନ କରିଛନ୍ତି। ପ୍ରଥମ ସ୍ନାନ ଶ୍ରୀଗୋବିନ୍ଦ ଦ୍ୱାଦଶୀ ସ୍ନାନ ବା ବୁଡ଼। ଏହା ସମଗ୍ର ଭାରତରେ ପ୍ରସିଦ୍ଧ। ଏହି ବୁଡ଼ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହୋଦଧିରେ ପ୍ରଚଳିତ। ୫୦-୫୫ ବର୍ଷରେ ଗ୍ରହ-ନକ୍ଷତ୍ର ଯୋଗରେ ପବିତ୍ର ଯୋଗ ପଡ଼େ। ଦ୍ୱିତୀୟ ସ୍ନାନ ଚନ୍ଦ୍ରଭାଗା ବୁଡ଼। ଅର୍କକ୍ଷେତ୍ରର ଚନ୍ଦ୍ରଭାଗା ନଦୀରେ ପ୍ରତିବର୍ଷ ମାଘମାସ ସପ୍ତମୀରେ ଅନୁଷ୍ଠିତ ହୁଏ। ତୃତୀୟ ବୁଡ଼ ବାରୁଣୀ ବୁଡ଼ ବା ମହାବାରୁଣୀ ବୁଡ଼। ଏହି ବୁଡ଼ ବିରଜାକ୍ଷେତ୍ରରେ ଅର୍ଥାତ୍‌ ଯାଜପୁରରେ ହୁଏ। ବିରଜା କ୍ଷେତ୍ରରେ ୧୮ଟି ବିଶେଷ ତୀର୍ଥସ୍ନାନ ବିଧି ମଧ୍ୟରୁ ବାରୁଣୀ ବୁଡ଼କୁ ଗୁରୁତ୍ୱ ଦିଆଯାଇଛି।
ତେଣୁ ମଣିଷ ଉଚ୍ଚତର ସୋପାନକୁ ସୁସ୍ଥ ଶରୀର ସହିତ ସୁସ୍ଥ ମାନସିକତାରେ ଗତି କରିବା ଲାଗି ଆମର ମହାଜନମାନେ ଯେଉଁ ବୈଜ୍ଞାନିକ ଭିତ୍ତିଭୂମି ସର୍ବସାଧାରଣଙ୍କ ପାଇଁ ଭିଆଣ କରିଥିଲେ, ସେଥିମଧ୍ୟରୁ ଚନ୍ଦ୍ରଭାଗା ବୁଡ଼ର ଗୁରୁତ୍ୱ ଥିଲା। ଉଦିତ ସୂର୍ଯ୍ୟଙ୍କୁ କୃପାଭିକ୍ଷା କରିବାର ବିଧି ହେଲା-
ନମୋ ନମସ୍ତଽସ୍ତୁ ସଦା ବିଭାବସୋ
ସର୍ବାତ୍ମନେ ସପ୍ତହୟାୟ ଭାନବେ।
ଅନନ୍ତ-ଶକ୍ତିର୍ମଣିଭୂଷଣେନ
ଦଦସ୍ବ ଭୁକ୍ତିଂ ମମ ମୁକ୍ତିମବ୍ୟୟାମ॥
ହେ ସର୍ବାତ୍ମା! ସପ୍ତଅଶ୍ୱ ସଂଯୋଜିତ ଆପଣଙ୍କର ରଥ ବି ଆପଣଙ୍କ ପରି ପ୍ରକାଶଦୀପ୍ତ। ଆପଣ ମଣିମୟ ଆଭୂଷଣ ବିଭୂଷିତ। ଅନନ୍ତ ଶକ୍ତିସମ୍ପନ୍ନ। ମତେ ଅକ୍ଷୟ ମୋକ୍ଷ ପ୍ରଦାନ କରନ୍ତୁ। ଆପଣ ସମସ୍ତ ବିଶ୍ୱକୁ ଆଲୋକିତ କରୁଛନ୍ତି। ତେଣୁ ମତେ ଅବ୍ୟୟ ମୁକ୍ତି ପ୍ରଦାନ କରନ୍ତୁ।
‘ଅକ୍ଷୟ ମୋକ୍ଷ’ ଏବଂ ‘ଅବ୍ୟୟ ମୁକ୍ତି’ର ତାତ୍ପର୍ଯ୍ୟ ସତରେ କ’ଣ ବୁଝିଥିଲେ ବାହାରିଆ ଆଲୋଚକମାନେ!! ସେମାନେ ତ ଓଡ଼ିଆ ଶିଳ୍ପୀଙ୍କର କୃତିତ୍ୱ ଉପରେ ସନ୍ଦେହ କରିଥିଲେ! ଡ. ସତ୍ୟନାରାୟଣ ରାଜଗୁରୁ ଲେଖିଥିଲେ- ଥରେ ୟୁରୋପର ଜଣେ ପଣ୍ଡିତ ମୋତେ ପ୍ରଶ୍ନ କଲେ, କୋଣାର୍କ ମନ୍ଦିରଟି କ’ଣ ଓଡ଼ିଆ ଶିଳ୍ପୀଙ୍କର କୃତିତ୍ୱ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁବା ଦେଖି ସେ ଟିକିଏ ହସିଦେଇ ପୁଣି କହିଲେ, କିଛି ମନେ କରନ୍ତୁନି, ମୁଁ ଜାଣିବାକୁ ଚାହେଁ, ପ୍ରକୃତରେ ସେ ମନ୍ଦିରଟି କିଏ ଗଢ଼ିପାରିଥିବେ। ଦୁର୍ବଳ କଙ୍କାଳସାର କୁତ୍ସିତ ଓଡ଼ିଆଙ୍କ କଳ୍ପନାରେ ସେପରି ସୁନ୍ଦର ପ୍ରସ୍ତରମୂର୍ତ୍ତି ଗଢ଼ିବା କ’ଣ ସମ୍ଭବ ହୋଇପାରେ? ଏ ଦେଶରେ ଯେପରି ଦୁର୍ବଳ ଜୀବଜନ୍ତୁ (ଗୋରୁଗାଈ) ସବୁ ଦେଖୁଛି, ସେଠାରେ ବାସ କରୁଥିବା ଶିଳ୍ପୀ କିପରି ବା ବିରାଟ ବିରାଟ ହସ୍ତୀ-ଅଶ୍ୱର ମୂର୍ତ୍ତିଗୁଡ଼ିକ କଳ୍ପନା କରିପାରିବେ…? (କୋଣାର୍କର ମୌଳିକ କଳ୍ପନା, କୋଣାର୍କ ପତ୍ରିକା, ଓଡ଼ିଶା ସାହିତ୍ୟ ଏକାଡେମୀ।)
ସୁରେନ୍ଦ୍ର କୁମାର ମିଶ୍ର

– ଫଟୋ: ଜ୍ୟୋତିରାଜ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?