ଇୟୁ ବୈଠକରେ ଶରଣାର୍ଥୀ ଚିନ୍ତା

ବ୍ରୁସେଲ୍ସ, ୧ା୯: ଆଫଗାନିସ୍ତାନକୁ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ପରେ ସେଠାରେ ସୃଷ୍ଟି ହୋଇଥିବା ଅସ୍ଥିରତା ଟାଳିବା ଏବଂ ଆଫଗାନ୍‌ ଶରଣାର୍ଥୀ ସଙ୍କଟ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ୨୦୧୫ରେ ସିରିଆ ଗୃହଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟାର ପୁନରାବୃତ୍ତି ରୋକିବାକୁ ଗୁରୁତ୍ୱ ଦେଇଛି ୟୁରୋପିଆନ ୟୁନିୟନ (ଇୟୁ)। ତେଣୁ ୨୭ ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଇୟୁ ମଙ୍ଗଳବାର ଆଫଗାନ୍‌ ଶରଣାର୍ଥୀ ସଙ୍କଟ ଉପରେ ଏକ ବୈଠକରେ ଇୟୁ ନ୍ୟାୟ ଓ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀମାନେ ଆଲୋଚନା କରିଛନ୍ତି।
ଯୁଦ୍ଧବେଳେ ୧୦ ଲକ୍ଷରୁ ଅଧିକ ଶରଣାର୍ଥୀ ୟୁରୋପରେ ପହଞ୍ଚିବା ଯୋଗୁ ଇୟୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଶରଣାର୍ଥୀଙ୍କ ଆଗମନ ପୁଣି ଥରେ ସେପରି ସ୍ଥିତି ଉପଜାଇପାରେ ବୋଲି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ୟୁରୋପ ଅଭିମୁଖେ ଆସୁଥିବା ଲୋକଙ୍କୁ ଆଫଗାନିସ୍ତାନ ସୀମାବର୍ତ୍ତୀ ଦେଶଗୁଡ଼ିକରେ ଥଇଥାନ ନିମନ୍ତେ ଇୟୁ ଆର୍ଥତ୍କ ସହାୟତା ପ୍ରଦାନ କରିବା ଉପରେ ଆଲୋଚନା ହୋଇଛି। ମାନବ, ସଙ୍କଟ, ସ୍ଥାନାନ୍ତର ଏବଂ ଆଫଗାନିସ୍ତାନ ପଟୁ ସୁରକ୍ଷା ବ୍ୟବସ୍ଥା ଉପରେ ଥିବା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଆଭ୍ୟନ୍ତରୀଣ ବ୍ୟାପାର ୟୁରୋପିଆନ୍‌ କମିଶନର ୟିଲ୍‌ଭା ଜୋହାନ୍‌ସନ୍‌ କହିଛନ୍ତି। ୨୦୧୫ଠାରୁ ପ୍ରାୟ ୫ ଲକ୍ଷ ୭୦ ହଜାର ଆଫଗାନ୍‌ ୟୁରୋପରେ ଆଶ୍ରୟ ପାଇଁ ଆବେଦନ କରିଥିବା ଇୟୁ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?